Advertisment

ସକାଳେ ଛାତ୍ର, ରାତିରେ ଜୋମାଟୋ ବୟ

ନୂଆଦିଲ୍ଲୀ: ସକାଳେ ସ୍କୁଲ ଛାତ୍ର। ଆଉ ରାତିରେ ଜୋମାଟୋ ବୟ। ସକଳେ ସ୍କୁଲ ଯାଏ ଓ ସନ୍ଧ୍ୟା ହେଲେ ଘର ଘର ବୁଲି ଫୁଡ୍‌ ପାରସେଲ୍‌ କରେ। ସାଇକେଲରେ ବୁଲି ବୁଲି ରାତି ୧୧ଟା ଯାଏଁ ଡେଲିଭରି କରିବାକୁ ପଡେ। ଜଣେ ୭ ବର୍ଷିୟ ବାଳକର ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ଦେଖି ଅନେକ ଭାବପ୍ରବଣ ହୋଇପଡିଛନ୍ତି। ଖେଳିବା ବୟସରେ ଜଣେ ୭ ବର୍ଷର ପିଲା ପାଲଟିଛି ଜୋମାଟୋ ବୟ। […]

ଅଦ୍ୟତନ ହୋଇଛି
ସକାଳେ ଛାତ୍ର, ରାତିରେ ଜୋମାଟୋ ବୟ

zomoto boy-1

Advertisment

ନୂଆଦିଲ୍ଲୀ: ସକାଳେ ସ୍କୁଲ ଛାତ୍ର। ଆଉ ରାତିରେ ଜୋମାଟୋ ବୟ। ସକଳେ ସ୍କୁଲ ଯାଏ ଓ ସନ୍ଧ୍ୟା ହେଲେ ଘର ଘର ବୁଲି ଫୁଡ୍‌ ପାରସେଲ୍‌ କରେ। ସାଇକେଲରେ ବୁଲି ବୁଲି ରାତି ୧୧ଟା ଯାଏଁ ଡେଲିଭରି କରିବାକୁ ପଡେ। ଜଣେ ୭ ବର୍ଷିୟ ବାଳକର ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ଦେଖି ଅନେକ ଭାବପ୍ରବଣ ହୋଇପଡିଛନ୍ତି।

Advertisment

ଖେଳିବା ବୟସରେ ଜଣେ ୭ ବର୍ଷର ପିଲା ପାଲଟିଛି ଜୋମାଟୋ ବୟ। କୁନି କାନ୍ଧରେ ଉଠାଇଛି ପରିବାରର ବୋଝ। ନିଜ ବାପାଙ୍କ ଚିକିତ୍ସା ପାଇଁ ଘର ଘର ବୁଲି କରୁଛି ଖାଦ୍ୟ ପାରସେଲ୍‌। ବାସ୍ତବରେ ଏହି ବାଳକଟିର ବାପା ଜୋମାଟୋରେ କାମ କରୁଥିଲେ। ହେଲେ ଏକ ଦୁର୍ଘଟଣା ପରେ ସେ ଅସୁସ୍ଥ ହୋଇପଡିଛନ୍ତି। ଆଉ ଚାଲି ପାରୁ ନାହାନ୍ତି। ପରିବାରର ସହାୟତା କରିବା ପାଇଁ ଏହି କୁନି ପୁଅଟି ଏବେ ଡେଲିଭରି ବୟ କାମ କରୁଛି। ନିଜ ବାପାଙ୍କ ଚାକିରିରେ ସେ ଯୋଗ ଦେଇ ଖାଦ୍ୟ ବାଣ୍ଟୁଛି। ସନ୍ଧ୍ୟା ୬ରୁ ରାତି ୧୧ଟା ଯାଏଁ ସାଇକେଲ ଚଳାଇ ଘର ଘର ବୁଲି ଖାଦ୍ୟ ଦେବା ପରେ ସେ ନିଜ ଘରକୁ ଫେରୁଛି।

https://twitter.com/therahulmittal/status/1554154403426635776?s=20&t=ZLhsBH2nJ1Y93vMaomWJQw

Advertisment

ରାହୁଲ ମିତ୍ତଲ ନାମକ ଜଣେ ସୋଶାଲ ମିଡିଆ ୟୁଜର ଉକ୍ତ ପିଲାଟିର ଭିଡିଓକୁ ନିଜ ଟ୍ୱିଟର୍‌ରେ ଟ୍ୱିଟ୍‌ କରିଛନ୍ତି। ୩୦ ସେକେଣ୍ଟର ଏହି ଭିଡିଓରେ ୭ ବର୍ଷର ବାଳକଟି ଗୋଟିଏ ହାତରେ ଚକୋଲେଟ୍‌ ଆଉ ଗୋଟିଏ ହାତରେ ଫୋନ୍‌ ଧରି କାହିଁକି କି ଖେଳିବା ବୟସରେ ଏଭଳି କଷ୍ଟ ପଡୁଛି ତା'ର ପୂରା କାହାଣୀ ବଖାଣିଛି। ଛୋଟ ପିଲାଟିର ଏଭଳି ପରିଶ୍ରମ ଓ ନିଜ ପରିବାରର ଭରଣଭୋଷଣ ପାଇଁ ଥିବା ଦୃଢ଼ ସଙ୍କଳ୍ପକୁ ଦେଖି ଅନେକ ଲୋକ ତାକୁ ପ୍ରଶଂସା କରିଛନ୍ତି। ଏଥିସହ ଅନେକ ତା'ର ସହାୟତା କରିବା ପାଇଁ ମଧ୍ୟ ଆଗେଇ ଆସିଛନ୍ତି।

ଛୋଟ ପିଲାଟିର ଏହି ଭିଡିଓ ସୋଶାଲ ମିଡିଆରେ ଘୁରି ବୁଲୁଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୪୩ ହଜାରରୁ ବି ଅଧିକ ଲୋକ ଦେଖିସାରିଲେଣି। ସୋଶାଲ ମିଡିଆ ୟୁଜର୍‌ ରାହୁଲ ମିତ୍ତଲ ପିଲାଟିର ଭିଡିଓକୁ ଜୋମାଟୋକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ଏଥିସହ ପିଲାଟିର ବାପାଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe