game
ବ୍ରିଟେନରେ ଜଣେ ପିତା ବାଧ୍ୟ ହୋଇ ନିଜର ଫ୍ୟାମିଲୀ କାର୍ ବିକି ଦେଇଛନ୍ତି । କାରଣ ତାଙ୍କର ୭ ବର୍ଷର ପୁଅ ଫୋନରେ ମାତ୍ର ୧ ଘଣ୍ଟା ପାଇଁ ଗେମ୍ ଖେଳି iTunes ବିଲ୍ ପାଖାପାଖି ୧୮୦୦ ଡଲାର୍ (୧ଲକ୍ଷ ୩୩ ହଜାର ଟଙ୍କା) କରିଦେଇଥିଲା। ପୂରା ଘଟଣା ହେଉଛି, ୭ ବର୍ଷୀୟ ଆଶାଜ୍ ମୁତାସା Dragons: Rise of Berk ଗେମ୍ ଖେଳି କିଛି ମହଙ୍ଗା ଟପ୍ ଆପ୍ସ କିଣି ନେଇଥିଲା। ଯେତେବେଳେ ଏହି ଖବର ଆଶାଜର ୪୧ ବର୍ଷୀୟ ପିତା ମହମ୍ମଦ ଜାଣିବାକୁ ପାଇଲେ, ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଏହି ଟପ୍ ଆପ୍ସର ରେଞ୍ଜ ୨.୭୦ ଡଲାର୍ (୨୦୦ ଟଙ୍କା)ରୁ ୧୩୮ ଡଲାର୍ (୧୦ହଜାର ଟଙ୍କା) ପର୍ଯ୍ୟନ୍ତ ହୋଇଥାଏ।
ଯେତେବେଳେ ମହମ୍ମଦ ଗୋଟିଏ ପରେ ଗୋଟିଏ ୨୯ଟି ଇମେଲ୍ ପାଇଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ଅତ୍ୟଧିକ ଖର୍ଚ୍ଚ କରିଦେଇଛି। ତେବେ ପ୍ରାରମ୍ଭରେ ସେ ଭାବିଥିଲେ ଯେ ସେ କିଛି ଅନଲାଇନ୍ ସ୍କାମର ଶିକାର ହୋଇଛନ୍ତି। କିନ୍ତୁ ପରେ ତାଙ୍କୁ ଆଇଟ୍ୟୁନ୍ସ ବିଲ୍ ପୈଠ କରିବାକୁ ତାଙ୍କ Toyota Aygo ବିକ୍ରୟ କରିବାକୁ ପଡିଲା। ସେ କହିଥିଲେ, 'ମୁଁ କଷ୍ଟମର ସର୍ଭିସକୁ କହିଥିଲି- ‘ବହୁତ ଭଲ କଲ, ତୁମେ ମୋତେ' ଲୁଟିଛ', ତୁମେ ମୋ ପିଲାକୁ' ଲୁଟିବାରେ 'ସଫଳ ହୋଇଛି।
ସେ କହିଛନ୍ତି, 'ମୁଁ କେବେ ଭାବି ନଥିଲି ଯେ ପିଲାମାନଙ୍କ ଗେମରେ ଏତେ ଟଙ୍କା ଖର୍ଚ୍ଚ ହୋଇପାରେ।' ତଥାପି, ଏହି ଘଟଣା ପରେ ସେ ଆପଲରେ ଅଭିଯୋଗ କରିଥିଲେ, ଯାହା ପରେ ତାଙ୍କୁ $୨୮୭ (୨୧ ହଜାର ଟଙ୍କା) ଫେରସ୍ତ କରାଯାଇଥିଲା। କିନ୍ତୁ ଅନିଚ୍ଛା ସତ୍ତ୍ୱେ ମହମ୍ମଦ ବାକି ବିଲ୍ ପୈଠ କରିବା ପାଇଁ ନିଜ କାର୍ ବିକ୍ରି କରିଦେଇଥିଲେ।
ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠାରେ ପିଲାଙ୍କ ଅନଲାଇନ୍ କ୍ରୟ ହେତୁ ପିତାଙ୍କୁ ବହୁ ପରିମାଣର ଅର୍ଥ ଦେବାକୁ ପଡିଛି। ଏହାପୂର୍ବରୁ ଚାଇନାର ଜଣେ କୁନି ଝିଅ ଫୁଡ୍ ଡେଲିଭରୀ ଆପରୁ ଏକ ବାଉଲ୍ ବଦଳରେ ୧୦୦ ନୁଡୁଲ୍ସ ଅର୍ଡର କରିଥିଲେ। ଏଥି ସହିତ ମାସକ ପୂର୍ବରୁ ନ୍ୟୁୟର୍କରେ ଜଣେ ୪ ବର୍ଷୀୟ ପିଲା ଆମାଜନରୁ ୯୧୮ ସ୍ପଞ୍ଜବବ୍ ଆଇସ୍ ଲଲିସ୍ ଅର୍ଡର କରିଥିଲେ, ଯାହାର ମୋଟ ବିଲ୍ ଥିଲା ୨,୬୮୧. ୮୫ ଡଲାର (୧.୯୧ ଲକ୍ଷ ଟଙ୍କା) ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/game.jpg)