/odisha-reporter/media/post_attachments/uploads/2022/06/elderly-woman-dives-into-river.jpg)
elderly-woman-dives-into-river
ଡେରାଡୁନ: ୭୦ ବର୍ଷ ବୟସରେ ଲୋକଙ୍କ ଚଲାବୁଲା କରିବା କଷ୍ଟକର ହୋଇପଡେ। କିନ୍ତୁ ଏହି ବୟସରେ ଜଣେ ବୃଦ୍ଧା ଦେଖାଇଛନ୍ତି ଜବରଦସ୍ତ ଷ୍ଟଣ୍ଟ। ଜଣେ ୭୦ ବର୍ଷୀୟ ମହିଳା ପୋଲ ଉପରେ ନଦୀକୁ ଡେଇଁ ଭୟଙ୍କର ଷ୍ଟଣ୍ଟ ଦେଖାଇଛନ୍ତି। ତାଙ୍କର ଏହି ଷ୍ଟଣ୍ଟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହରିୟାଣା ସୋନିପତ ବାନ୍ଦେପୁର ଗାଁ। ଏଠାରେ ରୁହନ୍ତି ଜଣେ ୭୦ ବର୍ଷୀୟ ଜେଜେ ମା'। ସେ ନିକଟରେ ହିରଦ୍ୱାର ଯାଇଥିଲେ। ସେଠାରେ ସେ ପହଞ୍ଚିବା ପରେ ବିନା କୌଣସି ସହାୟତାରେ ଏକ ପୋଲ ଉପରୁ ଗଙ୍ଗା ନଦୀକୁ ଡିଆଁ ମାରି ବୁଡ ପକାଇଥିଲେ।
୭୦ ବର୍ଷ ବୟସ୍କା ମହିଳା କହିଛନ୍ତି ଯେ 'ଯେତେବେଳେ ସେ ନଦୀରେ ଗାଧୋଇବାକୁ ଯାଉଥିଲେ, ସେତେବେଳେ ସେ ନିଶ୍ଚିତ କରିଥିଲେ ଯେ ସେ ବହୁତ ଦିନ ଧରି ଏପରି କରି ଆସୁଥିଲେ। ଜଳର ଉଚ୍ଚତା ସତ୍ତ୍ୱେ ସେ ବିନା ସାହାଯ୍ୟରେ ସୁରକ୍ଷିତ ଭାବେ ନଦୀରେ ପହଁରିବାରେ ସଫଳ ହୋଇଛନ୍ତି। ସେ ଜଣେ ଚମତ୍କାର ସନ୍ତରଣକାରୀ ଏବଂ ପିଲା ଦିନରୁ ସେ ଏହା କରି ଆସୁଛନ୍ତି।'
୭୦ ବର୍ଷୀୟ ଜେଜେ ମା'ଙ୍କ ଏହି ଷ୍ଟଣ୍ଟ ଏବେ ସମସ୍ତଙ୍କ ହୋସ ଉଡାଇ ଦେଇଛି। ତାଙ୍କର ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବରା ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଏହାକୁ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଭିଡିଓ ଦେଖି ମୁଁ ପ୍ରଥମେ ଚକିତ ହୋଇପଡିଛି। ଜେଜେ ମା' ପୂରା ଟ୍ରେନିଂ ସନ୍ତରଣକାରୀ ବାହାରିଲେ। ଯେଉଁ ସାହସିକତାର ସହ ସେ ହର କି ପୌଡି ପୋଲରୁ ଗଙ୍ଗା ନଦୀକୁ ଡିଆଁ ମାରିଲେ ଆଉ ସଫଳ ଭାବେ ପହଁରିଲେ ତାହା ବେଶ୍ ଅବିଶ୍ୱସନୀୟ। ସତରେ ବୟସ ଆପଣଙ୍କୁ କେବେ ବି କୌଣସି କାମ କରିବା ପାଇଁ ଅଟକାଇ ପାରିବ ନାହିଁ।'
https://twitter.com/ipskabra/status/1541760433400725504?s=20&t=7-Vsb2e5qaYqD3nL8k6PEQ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
