Advertisment

ୟୁକ୍ରେନ୍‌ ସେନାରେ ୮୦ ବର୍ଷୀୟ ବୃଦ୍ଧ, କହିଲେ- ମୁଁ ବି ଲଢ଼ିବି

କିଭ୍: ୟୁକ୍ରେନ୍‌ ଉପରେ ଜାରି ରହିଛି ରୁଷର ଘନଘନ ଆକ୍ରମଣ। ଏହି ଆକ୍ରମଣ ଯୋଗୁଁ ସାରା ବିଶ୍ୱ ପ୍ରଭାବିତ ହୋଇଛି। ଏବେ ଏହି ଆକ୍ରମଣର ପ୍ରଭାବ ସୋଶିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି। ଅନେକ ଲୋକ ୟୁକ୍ରେନ ସମର୍ଥନରେ ବାହାରି ତା’ପାଇଁ ପ୍ରାର୍ଥନା କରୁଛନ୍ତି। ଇତି ମଧ୍ୟରେ କିନ୍ତୁ ରୁଷ ୟୁକ୍ରେନକୁ ଚାରିପଟୁ ଘେରି କିଭ୍ ଦଖଲ କରିବାକୁ ଯାଉଛି। ଆଉ ୟୁକ୍ରେନ ରାଷ୍ଟ୍ରପତି ଜୋଲେନସ୍କି ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଲୋକଙ୍କୁ ବନ୍ଧୁକ ଧରିବାକୁ […]

ଅଦ୍ୟତନ ହୋଇଛି
ୟୁକ୍ରେନ୍‌ ସେନାରେ ୮୦ ବର୍ଷୀୟ ବୃଦ୍ଧ, କହିଲେ- ମୁଁ ବି ଲଢ଼ିବି

80-year-old-man

Advertisment

କିଭ୍: ୟୁକ୍ରେନ୍‌ ଉପରେ ଜାରି ରହିଛି ରୁଷର ଘନଘନ ଆକ୍ରମଣ। ଏହି ଆକ୍ରମଣ ଯୋଗୁଁ ସାରା ବିଶ୍ୱ ପ୍ରଭାବିତ ହୋଇଛି। ଏବେ ଏହି ଆକ୍ରମଣର ପ୍ରଭାବ ସୋଶିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି। ଅନେକ ଲୋକ ୟୁକ୍ରେନ ସମର୍ଥନରେ ବାହାରି ତା'ପାଇଁ ପ୍ରାର୍ଥନା କରୁଛନ୍ତି। ଇତି ମଧ୍ୟରେ କିନ୍ତୁ ରୁଷ ୟୁକ୍ରେନକୁ ଚାରିପଟୁ ଘେରି କିଭ୍ ଦଖଲ କରିବାକୁ ଯାଉଛି। ଆଉ ୟୁକ୍ରେନ ରାଷ୍ଟ୍ରପତି ଜୋଲେନସ୍କି ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଲୋକଙ୍କୁ ବନ୍ଧୁକ ଧରିବାକୁ ଅନୁମତି ଦେଇସାରିଛନ୍ତି।

Advertisment

ବଢୁଥିବା ତିକ୍ତତା ମଧ୍ୟରେ ସୋଶାଲ ମିଡିଆରେ ଅନେକ ୟୁକ୍ରେନ ନାଗରିକଙ୍କର ହୃଦୟ ବିଦାରକ ଫଟୋ ଭାଇରାଲ ହେବାରେ ଲାଗିଛି। କୁହାଯାଏ ମାଟି ମା'ଠୁ ବଳି ଆଉ କେହି ନାହିଁ। ତେଣୁ ଦେଶକୁ ବିପଦ ମାଡି ଆସିଲେ ଏହାକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଏକାଠି ହୋଇଯାଆନ୍ତି। ଯାହାର ଏକ ଚିତ୍ର ଦେଖିବାକୁ ମିଳିଛି ୟୁକ୍ରେନରେ। ୟୁକ୍ରେନ ସୌନ୍ୟ ବାହିନୀରେ ଯୋଗଦେବା ପାଇଁ ଧାଡିରେ ଠିଆ ହୋଇଥିବା ଜଣେ ବୃଦ୍ଧଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ୟୁକ୍ରେନ୍‌ର ପୂର୍ବତନ ଫାଷ୍ଟ ଲେଡି କ୍ୟାଟ୍ରିନା ୟୁଶେଙ୍କୋ ଏହି ଫଟୋକୁ ଟ୍ୱିଟ କରି ସେୟାର କରି କହିଛନ୍ତି। ଏହି ଫଟୋରେ ଜଣେ ବୃଦ୍ଧ ବ୍ୟକ୍ତି ଧାଡିରେ ଠିଆ ହୋଇ ସେନାରେ ଯୋଗଦେବାକୁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ସେ ତାଙ୍କ ବ୍ୟାଗରେ ଦୁଇଟି ଟି-ସାର୍ଟ, ଏକ ପ୍ୟାଣ୍ଟ, ଟୁଥ୍ ବ୍ରଶ୍ ଏବଂ ମଧ୍ୟାହ୍ନ ଭୋଜନ ସହିତ କିଛି ସାଣ୍ଡୱିଚ୍ ଧରିଛନ୍ତି। ସେ ତାଙ୍କ ନାତି ନାତୁଣୀଙ୍କ ପାଇଁ ଏହା ରଖିଥିବା କହିଛନ୍ତି। ଏପର୍ଯ୍ୟନ୍ତ ଏହି ଆକାଉଣ୍ଟରୁ ସେୟାର ହୋଇଥିବା ଏହି ଫଟୋକୁ ୨ ଲକ୍ଷରୁ ଅଧିକ ଲୋକେ ପସନ୍ଦ କରିସାରିଲେଣି।

Advertisment

ଉଲ୍ଲେଖଯୋଗ୍ୟ, ନିକଟରେ ଆଉ ଏକ ଭିଡିଓ ସୋଶାଲ ମିଡିଆରେ ଟ୍ରେଣ୍ଡ କରିଛି। ୟୁକ୍ରେନର ଏକ ମେଟ୍ରୋ ଷ୍ଟେସନରେ ଜଣେ ବ୍ୟକ୍ତି ପତ୍ନୀ ଏବଂ ତାଙ୍କ ଛୋଟ ଝିଅକୁ ବିଦାୟ ଦେଉଥିବାର ଭାଇରାଲ୍ ଭିଡିଓ ୟୁକ୍ରେନର ସ୍ଥିତି କେତେ ଗମ୍ଭୀର ତାହା ପ୍ରମାଣ କରିଛି। ଏହି ଭିଡିଓରେ ବାପା-ଝିଅ ପରସ୍ପରକୁ ଆଲିଙ୍ଗନ କରି କାନ୍ଦୁଛନ୍ତି। ଜଣେ ବାପା ନିଜ  ଝିଅର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଯାଇ ତାକୁ ସୁରକ୍ଷିତ ସ୍ଥାନକୁ ପଠାଇ ଦେଉଛି ତ ଜଣେ ନିଜ ବାପା ବିନା କେମିତି ଆଗକୁ ବଢିବ ଚିନ୍ତା କରି ଭାବବିହ୍ୱଳ ହେଉଛି। ଏହି ଦୃଶ୍ୟ ଲୋକମାନଙ୍କୁ ବେଶ ଚକିତ କରିଦେଇଛି।

https://twitter.com/KatyaYushchenko/status/1496983880494198789?s=20&t=gP9hhiwncX42rP6D_lTBMQ

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe