Advertisment

୮୦୦ କିଲୋ ଗୋବର ଚୋରି, ଥାନାରେ ଅଭିଯୋଗ

ରାୟପୁର: ଛତିଶଗଡ଼ରେ ଗୋବର ଚୋରି ହୋଇଥିବା ନିଆରା ମାମଲା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି କୋରବା ଜିଲ୍ଲାରେ। ଏହାକୁ ନେଇ ଥାନାରେ ମଧ୍ୟ ଅଭିଯୋଗ ଦାୟର କରାଯାଇଛି। ପୁଲିସ୍ ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ରବିବାର ହୋଇଥିବା ଏହି ମାମଲାର ସୂଚନା ଦେଇ ପୁଲିସ୍ କହିଛି ଯେ ଚୋରି ହୋଇଥିବା ୮୦୦ କିଲୋ ଗୋବରର ମୂଲ୍ୟ ହେଉଛି ୧୬୦୦ ଟଙ୍କା। ଜୁନ୍ ୮-୯ ତାରିଖ ରାତିରେ ଧୁରେନା ଗାଁର ଦୀପକା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। […]

୮୦୦ କିଲୋ ଗୋବର ଚୋରି, ଥାନାରେ ଅଭିଯୋଗ

cow-dung

Advertisment

ରାୟପୁର: ଛତିଶଗଡ଼ରେ ଗୋବର ଚୋରି ହୋଇଥିବା ନିଆରା ମାମଲା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି କୋରବା ଜିଲ୍ଲାରେ। ଏହାକୁ ନେଇ ଥାନାରେ ମଧ୍ୟ ଅଭିଯୋଗ ଦାୟର କରାଯାଇଛି। ପୁଲିସ୍ ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ରବିବାର ହୋଇଥିବା ଏହି ମାମଲାର ସୂଚନା ଦେଇ ପୁଲିସ୍ କହିଛି ଯେ ଚୋରି ହୋଇଥିବା ୮୦୦ କିଲୋ ଗୋବରର ମୂଲ୍ୟ ହେଉଛି ୧୬୦୦ ଟଙ୍କା।

Advertisment

ଜୁନ୍ ୮-୯ ତାରିଖ ରାତିରେ ଧୁରେନା ଗାଁର ଦୀପକା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ମାମଲାରେ ଜୁନ୍ ୧୫ ତାରିଖରେ କମହାନ ସିଂହ କନୱର ଏହି ଅଭିଯୋଗ ଦାୟର କରିଛନ୍ତି। ଦୀପକା ଥାନାରେ ଏସଏସଓ ହରିଶ ତାଣ୍ଡେଲକର କହିଛନ୍ତି ଯେ କମହାନ୍ ସିଂହ କନୱର ଗାଁର ଗୋଧନ ନ୍ୟାୟ ଯୋଜନାର ମୁଖ୍ୟ ଏବଂ ତାଙ୍କ ଅଭିଯୋଗ କ୍ରମେ ଏହି ମାମଲା ଦାୟର କରାଯାଇଛି।

ପୁଲିସ୍ ଅଧିକାରୀ ଜଣକ କହିଛନ୍ତି, ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଚୋରି ମାମଲା ଦାୟର କରାଯିବା ପରେ ଘଟଣାର ଅନୁସନ୍ଧାନ ଆରମ୍ଭ କରିଦିଆଯାଇଛି। ସୂଚନାଯୋଗ୍ୟ, ଗୋଧନ ନ୍ୟାୟ ଯୋଜନା ଅନ୍ତର୍ଗତ ଗୋବର ଖତ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏହି ଗୋଷ୍ଠୀ ଏହି କାମ ପାଇଁ ଏକ ଟାଙ୍କି ଭିତରେ ଗୋବର ଭରି ରଖିଥିଲେ। ହେଲେ ବିଳମ୍ବିତ ରାତିରେ ଚୋରମାନେ ଏଠାରେ ରଖାଯାଇଥିବା ୧୬୦୦ ଟଙ୍କାର ଗୋବର ଚୋରି କରିନେଇଛନ୍ତି।

Advertisment

ଏହି ଚୋରମାନଙ୍କ ବିରୋଧରେ ଥାନାରେ ୩୭୯ ଧାରା ଅନ୍ତର୍ଗତ ମାମଲା ଦାୟର କରାଯାଇଛି। ସୂଚନାଯୋଗ୍ୟ, କୋରବା ପୂର୍ବରୁ ରାଜ୍ୟର ଅମ୍ବିକାପୁର ଓ ଦୁର୍ଗ ଜିଲ୍ଲାରେ ମଧ୍ୟ ଗୋବର ଚୋରି ମାମଲା ସାମ୍ନାକୁ ଆସିଥିଲା, କିନ୍ତୁ ସେଠାରେ ମାମଲା ଦାୟର କରାଯାଇନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe