Advertisment

ବାଘ-ବିଲେଇ ମୁହାଁମୁହିଁ, ଭିଡିଓ ଭାଇରାଲ

ମୁମ୍ବାଇ: ମୁହାଁମୁହିଁ ହେଲେ ଦୁଇ କ୍ୟାଟ୍।  ବିଗ୍ କ୍ୟାଟ୍ ସହ ମୁହାଁମୁହିଁ ହୋଇଛି ସ୍ମଲ୍ କ୍ୟାଟ୍‌। କିଏ କାହାଠାରୁ କମ୍‌ ନୁହନ୍ତି। କଲରାପତରିଆ ବାଘକୁ ହାଇମ ଦେଖାଉଛି ବିଲେଇ। ସେପଟେ ବାଘ ମଧ୍ୟ ଛାଡୁନି। ବିଲେଇକୁ ନିଜ ପଞ୍ଝାରେ କେତେବେଳେ ଆଟାକ୍‌ କରୁଛି ଆଉ କେତେବେଳେ କାମୁଡିବା ପାଇଁ ଚେଷ୍ଟା କରୁଛି। ସେପଟେ ବିଲେଇ ମଧ୍ୟ ନିଜକୁ ରକ୍ଷା କରିବାକୁ ଯାଇ ବାଘକୁ ମାରିଦେଉଛି ନଖ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଏକ କୂଅ ଭିତରେ। […]

ଅଦ୍ୟତନ ହୋଇଛି
ବାଘ-ବିଲେଇ ମୁହାଁମୁହିଁ, ଭିଡିଓ ଭାଇରାଲ

tiger and cat

Advertisment

ମୁମ୍ବାଇ: ମୁହାଁମୁହିଁ ହେଲେ ଦୁଇ କ୍ୟାଟ୍।  ବିଗ୍ କ୍ୟାଟ୍ ସହ ମୁହାଁମୁହିଁ ହୋଇଛି ସ୍ମଲ୍ କ୍ୟାଟ୍‌। କିଏ କାହାଠାରୁ କମ୍‌ ନୁହନ୍ତି। କଲରାପତରିଆ ବାଘକୁ ହାଇମ ଦେଖାଉଛି ବିଲେଇ। ସେପଟେ ବାଘ ମଧ୍ୟ ଛାଡୁନି। ବିଲେଇକୁ ନିଜ ପଞ୍ଝାରେ କେତେବେଳେ ଆଟାକ୍‌ କରୁଛି ଆଉ କେତେବେଳେ କାମୁଡିବା ପାଇଁ ଚେଷ୍ଟା କରୁଛି। ସେପଟେ ବିଲେଇ ମଧ୍ୟ ନିଜକୁ ରକ୍ଷା କରିବାକୁ ଯାଇ ବାଘକୁ ମାରିଦେଉଛି ନଖ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଏକ କୂଅ ଭିତରେ।

Advertisment

ପ୍ରକୃତରେ ମହାରାଷ୍ଟ୍ର ନାସିକ ଅଞ୍ଚଳରେ ଥିବା ଏକ କୂଅରେ ଖସି ପଡିଥିଲା କଲରାପତରିଆ ବାଘ। ତେବେ ଏହି କୂଅରେ ପୂର୍ବରୁ ଏକ ବିଲେଇ ମଧ୍ୟ ଖସି ପଡି ସେଠାରେ ଥିଲା। ଏହି ସମୟରେ ଉଭୟ ବିଲେଇ ଓ ବାଘ କିଛି ସମୟ ପାଇଁ ମୁହାଁମୁହିଁ ହୋଇଥିଲେ। ତେବେ କେହି କାହାରିକୁ କ୍ଷତି ପହଞ୍ଚାଇ ନଥିଲେ। ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କିଛି ସମୟ ପରେ ଖବର ପାଇ ବନବିଭାଗ କର୍ମଚାରୀ କଲରାପତରିଆ ବାଘକୁ ଉଦ୍ଧାର କରିଥିଲେ।  ବାଘକୁ ଉଦ୍ଧାର ପରେ ଜଙ୍ଗଲ ମଧ୍ୟରେ ଛାଡି ଦିଆଯାଇଥିବା ସୂଚନା ମିଳିଛି। ସେପଟେ ଲୋକେ ବିଲେଇ ଓ ବାଘର ଏହି ଭିଡିଓଟିକୁ ଖୁବ୍‌ ପସନ୍ଦ କରିଛନ୍ତି। ଜଣେ ବ୍ୟକ୍ତିଙ୍କ କହିବା ମୁତାବକ, ବିଲେଇର ପିଛା କରି ବାଘଟି କୂଅ ଭିତରେ ଖସି ପଡିଥିଲା। ପରେ ଦୁହିଁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Advertisment

https://twitter.com/ANI/status/1434799391748075520?s=20

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe