କୂଅ ଭିତରେ ପଡ଼ିଗଲା ଚିତାବାଘ, ଆଖି ଦେଖି ଲୋକେ ଛାନିଆ

ସାଧାରଣତଃ କୁଅ ଭିତରୁ ବାଘକୁ ଉଦ୍ଧାର କରାଯାଉଥିବାର ଭିଡିଓ କିମ୍ବା ଫଟୋ ଦେଖିବାକୁ ମିଳେ । ଅନେକ ଥର ଜଙ୍ଗଲରେ ବାଘ ନିଜ ବ୍ୟବହାର ଦ୍ୱାରା ବହୁତ କିଛି କହିଥାଏ । ଏଭଳି ଏକ ଭିଡିଓ ଓ ଭାଇରାଲ୍ ଫଟୋ ସାମ୍ନାକୁ ଆସିଛି । ଘଟଣାଟି ହେଉଛି, ଏକ ଚିତାବାଘ କୂଅରେ ପଡ଼ିଗଲା । ତା’ପରେ ଚିତାଟି ଯେଉଁ ଭଳି ଭାବେ ଦୁନିଆକୁ ଦେଖିଲା, ତାହା ଅତ୍ୟନ୍ତ ଭୟଙ୍କର ଥିଲା। ଯଦି ପଶୁ କାହାର ଶିକାର କରେ […]

leopard

Ranjit Kumar Jena
  • Published: Friday, 02 July 2021
  • , Updated: 02 July 2021, 11:53 PM IST

ସାଧାରଣତଃ କୁଅ ଭିତରୁ ବାଘକୁ ଉଦ୍ଧାର କରାଯାଉଥିବାର ଭିଡିଓ କିମ୍ବା ଫଟୋ ଦେଖିବାକୁ ମିଳେ । ଅନେକ ଥର ଜଙ୍ଗଲରେ ବାଘ ନିଜ ବ୍ୟବହାର ଦ୍ୱାରା ବହୁତ କିଛି କହିଥାଏ । ଏଭଳି ଏକ ଭିଡିଓ ଓ ଭାଇରାଲ୍ ଫଟୋ ସାମ୍ନାକୁ ଆସିଛି । ଘଟଣାଟି ହେଉଛି, ଏକ ଚିତାବାଘ କୂଅରେ ପଡ଼ିଗଲା । ତା’ପରେ ଚିତାଟି ଯେଉଁ ଭଳି ଭାବେ ଦୁନିଆକୁ ଦେଖିଲା, ତାହା ଅତ୍ୟନ୍ତ ଭୟଙ୍କର ଥିଲା।

ଯଦି ପଶୁ କାହାର ଶିକାର କରେ କିମ୍ବା ଆକ୍ରମଣ କରେ, ତାହେଲେ ଆମେ ଭୟଭୀତ ହୋଇଯାଉ । କିନ୍ତୁ ଯେତେବେଳେ କୌଣସି ପଶୁ ସମସ୍ୟାରେ ଫସିଯାଏ, ତା’ର ଅବସ୍ଥା ଦେଖି ଆମକୁ ଦୟା ଲାଗେ। ଆସାମରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଚିତାବାଘ ୨୦ ଫୁଟ୍ ଗଭୀର କୂଅ ଭିତରେ ଗଳି ପଡ଼ିଥିଲା । ତାକୁ ବାହାର କରିବାକୁ ଅନେକ ପ୍ରୟାସ କରାଗଲା, କିନ୍ତୁ କାହାକୁ ସଫଳତା ମିଳିଲା ନାହିଁ।

https://twitter.com/ParveenKaswan/status/1410597425086033923?s=20

ହେଲେ ପରେ ଉଦ୍ଧାରକାରୀ ଟିମ୍ ବହୁ କଷ୍ଟ କରି ଚିତାବାଘଟିକୁ କୂଅ ଭିତରୁ ବାହାର କରିଥିଲା । ଏବେ ଚିତାବାଘଟିର ଏକ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯେଉଁଥିରେ ବାଘଟିର ଆଖି ଯେପରି କିଛି କହିବାକୁ ଚାହୁଁଛି । ଏହା ଦେଖି ଲୋକଙ୍କ ମନରେ ଦୟା ଭାବନା ମଧ୍ୟ ଉଜାଗର ହୋଇଛି ।

କୁହାଯାଉଛି ଯେ ଏଠାରେ ଏକ ବାଘ ଜଙ୍ଗଲରୁ ବାହାରି ସହରାଞ୍ଚଳ ଭିତରେ ପଶି ଯାଇଥିଲା । ସେଠାରେ ଏକ କୂଅ ଭିତରେ ତା’ର ଗୋଡ଼ ଖସି ପଡ଼ିଲା। କିଛି ସମୟ ପରେ ଲୋକେ କିଛି ବିଚିତ୍ର ଶବ୍ଦ ଶୁଣିବାକୁ ପାଇଲେ । ତା’ପରେ ଲୋକେ ଯାଇ ଦେଖିଲା ବେଳକୁ ୨୦ ଫୁଟ୍ ଗଭୀର କୁଅ ଭିତରେ ଚିତାବାଘଟି ପଡ଼ି ଯାଇଛି। ତା’ର ପୂରା ଶରୀର ପାଣି ଭିତରେ ବୁଡ଼ି ରହିଥିଲା । କେବଳ ମୁଣ୍ଡ ବାହାରକୁ ବାହାର କରି ସେଠାରୁ ବାହାରିବାକୁ ପ୍ରୟାସ କରୁଥିଲେ । କୂଅରେ ଗଳି ପଡ଼ିଥିବା ଚିତାବାଘକୁ ବନ ବିଭାଗ ଉଦ୍ଧାର କରିଥିଲା। ଉଦ୍ଧାର କରିବା ପରେ ବାଘକୁ ପୁଣି ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

Related story