Advertisment

ପତ୍ନୀଙ୍କୁ ଭୁଲିଗଲେ, ପୁଣି ତାଙ୍କୁ ହିଁ ପ୍ରେମ ବିବାହ କଲେ

ନୂଆଦିଲ୍ଲୀ: ଅଲଜାଇମର। ଇଏ ଏମିତି ଏକ ରୋଗ, ଯେଉଁଥିରେ ମଣିଷର ସ୍ମରଣ ଶକ୍ତି ହ୍ରାସ ପାଇବା, ନିଷ୍ପତ୍ତି ନେଇନପାରିବା ଏବଂ କଥା କହିବାରେ ସମସ୍ୟା ଦେଖାଦେଇଥାଏ। କହିବାକୁ ଗଲେ ଅଲଜାଇମର ହେଉଛି ଭୁଲିବା ରୋଗ। ତେବେ ଏହି ରୋଗରେ ଆକ୍ରାନ୍ତ ହୋଇ କିଏ କଣ ତାର ସ୍ତ୍ରୀକୁ ଭୁଲିପାରିବ? ହଁ, ଆମେରିକାର ଜଣେ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ନିଜ ସ୍ତ୍ରୀକୁ ଭୁଲିଯାଇଛନ୍ତି। ହେଲେ କଥା ଏତିକିରେ ସରିନି ସ୍ତ୍ରୀ ଅଚିହ୍ନା ହୋଇଯିବା ପରେ ପୁଣି […]

ଟୁଇନ୍ ସିଟିରେ ବାହାଘର ପ୍ରୋସୋସନ୍ ମନା: ବିବାହରେ ସର୍ବାଧିକ ୫୦, ଅନ୍ତେଷ୍ଟିରେ ୨୦ ଲୋକ

marriage

Advertisment

ନୂଆଦିଲ୍ଲୀ: ଅଲଜାଇମର। ଇଏ ଏମିତି ଏକ ରୋଗ, ଯେଉଁଥିରେ ମଣିଷର ସ୍ମରଣ ଶକ୍ତି ହ୍ରାସ ପାଇବା, ନିଷ୍ପତ୍ତି ନେଇନପାରିବା ଏବଂ କଥା କହିବାରେ ସମସ୍ୟା ଦେଖାଦେଇଥାଏ। କହିବାକୁ ଗଲେ ଅଲଜାଇମର ହେଉଛି ଭୁଲିବା ରୋଗ। ତେବେ ଏହି ରୋଗରେ ଆକ୍ରାନ୍ତ ହୋଇ କିଏ କଣ ତାର ସ୍ତ୍ରୀକୁ ଭୁଲିପାରିବ? ହଁ, ଆମେରିକାର ଜଣେ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ନିଜ ସ୍ତ୍ରୀକୁ ଭୁଲିଯାଇଛନ୍ତି। ହେଲେ କଥା ଏତିକିରେ ସରିନି ସ୍ତ୍ରୀ ଅଚିହ୍ନା ହୋଇଯିବା ପରେ ପୁଣି ତାଙ୍କ ସହ ହୋଇଛି ପ୍ରେମ ବିବାହ।

Advertisment

ପିଟର ମାର୍ଶଲ। ବୟସ ପ୍ରାୟ ୫୬ ବର୍ଷ। ଆମେରିକାର କନେକ୍ଟିଭିଟିରେ ରହୁଥିବା ପିଟର ୨୦୦୯ରେ ଲିସାଙ୍କ ସହ ବିବାହ କରିଥିଲେ। ଅଲଜାଇମରରେ ପୀଡିତ ପିଟର ଜାଣନ୍ତି ଯେ, ସବୁବେଳେ ତାଙ୍କର ସେବା ଲିସା ହିଁ କରନ୍ତି। ଚଳିତ ବର୍ଷ ଏପ୍ରିଲ ମାସରେ ପିଟର ଘରେ ଟିଭି ଦେଖୁଥିଲେ। ଟିଭିରେ ଏକ ବିବାହ ସିନ୍ ଚାଲିଥିବା ବେଳେ ତାହା ଦେଖି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ପିଟର। ଆଉ ସେ ଯାହାକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସେ ଥିଲେ ତାଙ୍କର ବନ୍ଧୁ ଲିସା।

[caption id="attachment_654433" align="aligncenter" width="712"]alzheimers-couple-married-twice ଲିସାଙ୍କ ସହ ପିଟର ମାର୍ଶଲ[/caption]

Advertisment

ଲିସାଙ୍କୁ ପିଟର ପ୍ରପୋଜ କରିଥିଲେ। ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ଦୁହିଁଙ୍କ ବିବାହ ହୋଇଥିଲା। ରୋଚକ କଥା ହେଉଛି ଯେ, ପିଟର ଏଯାଏଁ ଜାଣିନାହାଁନ୍ତି ଯେ, ଲିସାଙ୍କ ସହ ପୂର୍ବରୁ ତାଙ୍କର ବିବାହ ହୋଇସାରିଥିଲା ଏବଂ ଲିସା ହିଁ ହେଉଛନ୍ତି ତାଙ୍କର ପ୍ରଥମ ପତ୍ନୀ। ୨୦୦୯ରେ ପିଟର-ଲିସାଙ୍କ ବିବାହ ହୋଇଥିବା ବେଳେ ୨୦୧୭ରେ ପିଟର ଅଲଜାଇମର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଧିରେ ଧିରେ ସେ ଭୁଲିବାକୁ ଲାଗିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe