Advertisment

ଧରା ପକାଇଦେଲା ଓଜନ, ନକଲି ପୁଲିସ ସାଜି କରୁଥିଲେ ଟୋଲ ଆଦାୟ

ଲକ୍ଷ୍ନୌ: ଦେହରେ ଥ୍ରୀ ଷ୍ଟାର୍‌ ଥିବା ପୁଲସ ବର୍ଦ୍ଦି। ରୁବାବ ବି କିଛି କମ୍‌ ନୁହେଁ। ହେଲେ ଓଜନ କିନ୍ତୁ ଦେଲାନି ସାଥ୍‌। ସବୁ ଫସର ଫାଟିଗଲା। ଯୁବକଙ୍କର ମିଛ ଧରା ପକାଇଦେଲା ମୋଟାପଣ। ନକଲି ପୁଲିସ ସାଜି ଟୋଲ ଆଦାୟ କରୁଥିଲା, ଶେଷରେ ଧରା ପଡିଲେ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଫିରୋଜାବାଦରୁ। ମୁକେଶ ଯାଦବ। ବୟସ ୨୩ ବର୍ଷ ହେଲେ ଓଜନ କିନ୍ତୁ ୧୮୦ କେଜି। ସେ ଗାଜିଆବାଦର ବାସିନ୍ଦା। ଟୋଲ […]

author-image
Madhupriya Mistry
ଧରା ପକାଇଦେଲା ଓଜନ, ନକଲି ପୁଲିସ ସାଜି କରୁଥିଲେ ଟୋଲ ଆଦାୟ

Fake police man

ଲକ୍ଷ୍ନୌ: ଦେହରେ ଥ୍ରୀ ଷ୍ଟାର୍‌ ଥିବା ପୁଲସ ବର୍ଦ୍ଦି। ରୁବାବ ବି କିଛି କମ୍‌ ନୁହେଁ। ହେଲେ ଓଜନ କିନ୍ତୁ ଦେଲାନି ସାଥ୍‌। ସବୁ ଫସର ଫାଟିଗଲା। ଯୁବକଙ୍କର ମିଛ ଧରା ପକାଇଦେଲା ମୋଟାପଣ। ନକଲି ପୁଲିସ ସାଜି ଟୋଲ ଆଦାୟ କରୁଥିଲା, ଶେଷରେ ଧରା ପଡିଲେ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଫିରୋଜାବାଦରୁ।

Advertisment

ମୁକେଶ ଯାଦବ। ବୟସ ୨୩ ବର୍ଷ ହେଲେ ଓଜନ କିନ୍ତୁ ୧୮୦ କେଜି। ସେ ଗାଜିଆବାଦର ବାସିନ୍ଦା। ଟୋଲ ଟ୍ୟାକ୍ସରୁ ବଞ୍ଚିବା ପାଇଁ ସେ ଆପଣାଇ ଥିଲା ନୂଆ ଫଣ୍ଡା। ଥ୍ରୀ ଷ୍ଟାର ଥିବା ପୁଲିସ ପୋଷାକ ପିନ୍ଧି ଜାତୀୟ ରାଜପଥ ଉପରେ ବସ୍‌, ଟ୍ରକ୍‌କୁ ଅଟକାଇ ଟୋଲ ଆଦାୟ କରୁଥିଲା ମୁକେଶ। ତା’ ସହ ମିଶି ଦୁଇ ତିନି ଜଣ ସହଯୋଗୀ ମଧ୍ୟ ଟୋଲ ଆଦାୟ କରୁଥିଲେ। ମୁକେଶ ଏକ ୱାଗନର୍‌ କାର୍‌ରେ ବସି ରହୁଥିଲା। ତା’ର ସହଯୋଗୀ ମାନେ ଗାଡିରୁ ଟଙ୍କା ଆଦାୟ କରୁଥିଲେ।

https://twitter.com/SudhanshuGaur24/status/1576806249613516800?s=20&t=rWLPczUVlTJpFMaXvHLpgQ

Advertisment

ଦିନେ ସେହିବାଟ ଦେଇ ଯାଉଥିଲେ ଫିରୋଜାବାଦ୍ ପୁଲିସର ଜଣେ ଅଧିକାରୀ । ରାସ୍ତାକଡରେ ଏକ ୱାଗନର କାରରେ ଜଣେ ପୁଲିସ ଅଧିକାରୀ ବସିଥିବା ଦେଖିଥିଲେ। ଗାଡିରୁ ଓହ୍ଲାଇ ତା’ର ପୋଷ୍ଟିଙ୍ଗ କଥା ପଚାରିଥିଲେ। ଏହାପରେ ତାଙ୍କୁ ନିଜ ପରିଚୟ ପତ୍ର ମାଗିବାରୁ ନକଲି ପରିଚୟ ପତ୍ର ଦେଖାଇଥିଲା ମୁକେଶ।

ପୁଲିସ ଅଧିକାରୀ ଜଣକ ଯୁବକର ଶରୀରର ଓଜନ ଦେଖି ସନ୍ଦେହ ହୋଇଥିଲା। ଏହାପରେ ନାଲି ଆଖି ଦେଖାଇ ମୁକେଶକୁ ପଚରାଉଚରା କରିଥିଲେ ପୁଲିସ ଅଧିକାରୀ। ଫଳରେ ସବୁ ସତ ମାନିଯାଇଥିଲା ମୁକେଶ। ଥ୍ରୀଷ୍ଟାର ଥିବା ପୁଲିସ ବର୍ଦ୍ଦି ପିନ୍ଧି ଯୁବକ ଜଣକ ପ୍ରତିଦିନ ହାଇୱେରେ ଗାଡିଗୁଡିକରୁ ବଟି ଆଦାୟ କରୁଥିଲା। କେବଳ ସେତିକି ନୁହେଁ ଟଙ୍କା ନଦେଲେ ଗାଡିଗୁଡିକୁ ଜବତ କରିଦିଆଯିବ ବୋଲି ଧମକ ମଧ୍ୟ ଦେଉଥିଲା ମୁକେଶ।

ଗାଜିଆବାଦର ଟୁଣ୍ଡଲି ପୁଲିସର ଏବେ ଏହି ନକଲି ପୁଲିସକୁ ଗିରଫ କରିଛି। ଧରାପଡିଥିବା ଏହି ନକଲି ପୁଲିସର ଓଜନ ୧୮୦ କେଜି ବୋଲି ପୁଲିସ ଦାବି କରିଛି। ସେପଟେ ସୋଶାଲ ମିଡିଆରେ ନକଲି ପୁଲିସ ବେଶରେ ଥିବା ମୁକେଶର ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି।

ଅଭିଯୁକ୍ତ ମୁକେଶ ଠାରୁ ପୁଲିସ ଦୁଇଟି ଆଧାର କାର୍ଡ, ଦୁଇଟି ପ୍ୟାନ୍‌ କାର୍ଡ, ନକଲି ପୁଲିସ ପୋଷାକ, ନକଲି ଆଇକାର୍ଡ, ଏଟିଏମ୍‌ ଓ ଏକ ୱାଗନର୍‌ କାର୍‌ ମଧ୍ୟ ଜବତ କରିଛି। ମୁକେଶର ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ପୁଲିସ ତାକୁ ପଚରାଉଚରା ଜାରି ରଖିଛି।