Advertisment

ଗଛର ଦାମ୍‌ ୪ ଲକ୍ଷ

୪ ଲକ୍ଷ ଟଙ୍କା ପକେଟ୍‌ରେ ଥିଲେ, ଆପଣ କ’ଣ କିଣିପାରିବେ? ଏମିତ ଏକାଧିକ ଜିନିଷ ଅଛି, ଯେଉଁଗୁଡ଼ିକୁ ଆପଣମାନେ ଏହି ଟଙ୍କାରେ କିଣିପାରିବେ। ହେଲେ ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି ଏତିକି ଟଙ୍କାରେ କିଣିଛନ୍ତି ଗୋଟିଏ ଗଛ। ଜାଣି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ। ତେବେ ଏହି ଗଛ ଏତେ ଅଧିକ ମୂଲ୍ୟରେ ବିକ୍ରି ହେବାର କାରଣ କ’ଣ? ଏହାର ଦାମ୍ ଲୁଚି ରହିଛି ଏହାର ପତ୍ରରେ।  ଗଛଟି ଦେଖିବାକୁ ଛୋଟ, କିନ୍ତୁ ଏହାର ପତ୍ରରେ ରହିଛି ଦୁଇଟି ରଙ୍ଗ। […]

ଅଦ୍ୟତନ ହୋଇଛି
ଗଛର ଦାମ୍‌ ୪ ଲକ୍ଷ

tree

Advertisment

୪ ଲକ୍ଷ ଟଙ୍କା ପକେଟ୍‌ରେ ଥିଲେ, ଆପଣ କ’ଣ କିଣିପାରିବେ? ଏମିତ ଏକାଧିକ ଜିନିଷ ଅଛି, ଯେଉଁଗୁଡ଼ିକୁ ଆପଣମାନେ ଏହି ଟଙ୍କାରେ କିଣିପାରିବେ। ହେଲେ ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି ଏତିକି ଟଙ୍କାରେ କିଣିଛନ୍ତି ଗୋଟିଏ ଗଛ। ଜାଣି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ। ତେବେ ଏହି ଗଛ ଏତେ ଅଧିକ ମୂଲ୍ୟରେ ବିକ୍ରି ହେବାର କାରଣ କ’ଣ?

Advertisment

ଏହାର ଦାମ୍ ଲୁଚି ରହିଛି ଏହାର ପତ୍ରରେ।  ଗଛଟି ଦେଖିବାକୁ ଛୋଟ, କିନ୍ତୁ ଏହାର ପତ୍ରରେ ରହିଛି ଦୁଇଟି ରଙ୍ଗ। ଆଉ ଏହା ଯେକୌଣସି ବ୍ୟକ୍ତିଙ୍କୁ ଆକୃଷ୍ଟ କରିବ। ପତ୍ର ଫାଳେ ସବୁଜ ଓ ଆର ଫାଳକ ହଳଦିଆ।

ଏହି ଗଛଟିର ନାଁ ରାଫିଡୋଫୋରା ଟେଟ୍ରାସ୍ପର୍ମା, ଯାହା ଫିଲୋଡେନଡ୍ରନ୍ ମିନିମା ଭାବେ ବି ଜଣାଶୁଣା।  ଇଏ ଖାଲି ଆକର୍ଷଣୀୟ ନୁହେଁ, ଖୁବ୍ ବିରଳ ବି।  ପ୍ରକୃତିର ଏହି ସୁନ୍ଦର ରଚନା, ପ୍ରାକୃତିକ ପରିବେଶ ବା ବଣଜଙ୍ଗଲରେ ଖୁବ୍ କ୍ୱଚିତ୍ ଦେଖିବାକୁ ମିଳେ। ତେଣୁ ସଂଗ୍ରାହକ ମାନେ ଏହାକୁ ରଖିବାକୁ ଅଧିକ ଆଗ୍ରହ ଦେଖାଇଥା’ନ୍ତି।

Advertisment

publive-imageବିଶେଷଜ୍ଞଙ୍କ କହିବା କଥା, ଏହି ଗଛର ପତ୍ରରେ ଥିବା ଅଧା ସବୁଜ ରଙ୍ଗ ଆଲୋକ ଶ୍ଲେଷଣର ସୁବିଧା ଦେଉଥିବାବେଳେ ବାକି ହଳଦିଆ ରଙ୍ଗ ଆବଶ୍ୟକ ଶର୍କରା ଉତ୍ପାଦନ କରିବା ସହ ଗଛର ବିକାଶ ଦିଗରେ ସହାୟକ ହୋଇଥାଏ। ଏଭଳି ଦୁଇରଙ୍ଗ ପତ୍ର ବିଶିଷ୍ଟ ଗଛ ଅନ୍ୟ ସାଧାରଣ ଗଛ ତୁଳନାରେ ଖୁବ୍ ଧୀରେ ଧୀରେ ବଢ଼େ।

ନ୍ୟୁଜିଲ୍ୟାଣ୍ଡର ଏକ ଇ-କମର୍ସ ସାଇଟ୍‌ରେ ଏହି ଦୁର୍ଲଭ ଗଛଟି କିଣିବାକୁ ନିଲାମୀ ଡକାଯାଇଥିଲା। ଏଥିରେ ଏତେ ସଂଖ୍ୟକ ଲୋକ ଭାଗ ନେଇଥିଲେ ଯେ ଖୋଦ୍ ବିକ୍ରେତା ଚକିତ ହୋଇଯାଇଥିଲେ। ଭାରତୀୟ ମୁଦ୍ରାରେ ୪ ଲକ୍ଷ ଟଙ୍କା ଦେଇ ଏହାକୁ କିଣିଥିଲେ ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି।  ଏବେ ସୋଶାଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ଏହି ୪ ଲକ୍ଷ ଟଙ୍କଆ ଗଛ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe