Advertisment

ବିଘ୍ନହର୍ତାଙ୍କ ଆଧାର କାର୍ଡ, ସ୍କାନ କଲେ ଦେଉଛନ୍ତି ଦର୍ଶନ

ରାଞ୍ଚି: ଭକ୍ତଙ୍କ ପାଇଁ ଖୁସି ଖବର। ଶେଷରେ ମିଳିଗଲା ଗଣେଶଙ୍କ ଘରର ଠିକଣା। କେବଳ ସେତିକି ନୁହେଁ ସାମ୍ନାକୁ ଆସିଲା ତାଙ୍କ ଜନ୍ମ ତିଥି। ଗଣେଶଙ୍କୁ କେତେ ବର୍ଷ ପୂରିଲା ତାହା ମଧ୍ୟ ଜଣାପଡିଲା। ଚଳିତ ଗଣେଶ ଚର୍ତୁଥୀରେ ତିଆରି ହେଲା ବିଘ୍ନହର୍ତାଙ୍କ ଆଧାର କାର୍ଡ। ବିରାଜିଛନ୍ତି ବିଘ୍ନହର୍ତା। ମଣ୍ଡପ ବାହାରେ ଲାଗିଛି ତାଙ୍କର ଆଧାର କାର୍ଡ। ମଣିଷଙ୍କ ଭଳି ଗଣେଶଙ୍କ ମଧ୍ୟ ତିଆରି କରାଯାଇଛି ପରିଚୟ ପତ୍ର। ଏଥିରେ ରହିଛି ଗଣେଶଙ୍କ ନାଁ ଠିକଣା ଆଉ […]

ବିଘ୍ନହର୍ତାଙ୍କ ଆଧାର କାର୍ଡ, ସ୍କାନ କଲେ ଦେଉଛନ୍ତି ଦର୍ଶନ

Ganesh Adhar Card-1

Advertisment

ରାଞ୍ଚି: ଭକ୍ତଙ୍କ ପାଇଁ ଖୁସି ଖବର। ଶେଷରେ ମିଳିଗଲା ଗଣେଶଙ୍କ ଘରର ଠିକଣା। କେବଳ ସେତିକି ନୁହେଁ ସାମ୍ନାକୁ ଆସିଲା ତାଙ୍କ ଜନ୍ମ ତିଥି। ଗଣେଶଙ୍କୁ କେତେ ବର୍ଷ ପୂରିଲା ତାହା ମଧ୍ୟ ଜଣାପଡିଲା। ଚଳିତ ଗଣେଶ ଚର୍ତୁଥୀରେ ତିଆରି ହେଲା ବିଘ୍ନହର୍ତାଙ୍କ ଆଧାର କାର୍ଡ।

Advertisment

ବିରାଜିଛନ୍ତି ବିଘ୍ନହର୍ତା। ମଣ୍ଡପ ବାହାରେ ଲାଗିଛି ତାଙ୍କର ଆଧାର କାର୍ଡ। ମଣିଷଙ୍କ ଭଳି ଗଣେଶଙ୍କ ମଧ୍ୟ ତିଆରି କରାଯାଇଛି ପରିଚୟ ପତ୍ର। ଏଥିରେ ରହିଛି ଗଣେଶଙ୍କ ନାଁ ଠିକଣା ଆଉ ଜନ୍ମତିଥି। ଆଉ ଏହି ଆଧାର କାର୍ଡକୁ ସ୍କାନ୍‌ କଲେ ସେ ଦେଉଛନ୍ତି ଦର୍ଶନ।

ଗଜାନନ ଗଣେଶଙ୍କ ଆଗମନ ହୋଇଛି। ଦେଶର କୋଣ ଅନୁକୋଣରେ ଚାଲିଛି ଗଣେଶଙ୍କ ଆରାଧନା। ବଡ ବଡ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। କେଉଁଠି ବହୁବଳୀ ଅବତାରରେ ତ ଆଉ କେଉଁଠି ପୁଷ୍ପା ଅବତାର। ସେହିପରି ଆଉ କେଉଁଠି ଗଣେଶଙ୍କ ଆର୍‌ଆର୍‌ଆର୍‌ ଅବତାର ଦେଖିବାକୁ ମିଳିଛି। ବିଘ୍ନ ନାଶକଙ୍କୁ ଭକ୍ତମାନେ ଭିନ୍ନ ଭିନ୍ନ ଅବତାରରେ ପୂଜା କରୁଛନ୍ତି। ଏହାରି ଭିତରେ ଝାଡଖଣ୍ତରେ ଗଶେଶଙ୍କ ତିଆରି କରାଯାଇଛି ଆଧାର କାର୍ଡ।

Advertisment

https://twitter.com/ani_digital/status/1565245000622829568?s=20&t=-gk_IFXXgz7QIbnTceoJ5Q

ଜାମସେଦପୁରର ଏକ ପୂଜା ମଣ୍ଡପରେ ଲାଗିଛି ଗଣେଶଙ୍କ ବିରାଟ ବଡ ଆଧାର କାର୍ଡ। ଏଥିରେ କୈଳାସ ପର୍ବତରେ ଭଗବାନ ଗଣେଶଙ୍କ ଠିକଣା। ମହାଦେବଙ୍କ ପୁତ୍ର ଗଣେଶ। ଷଷ୍ଠ ଶତାବ୍ଦୀ ବେଳର ତାଙ୍କ ଜନ୍ମ ତିଥି ୦୧/୦୧/୬୦୦ ଓ କୈଳାଶ ପିନ୍‌କୋଡ୍‌-୦୦୦୦୦୧ ର ସୂଚନା ଦିଆଯାଇଛି। ଆଧାର କାର୍ଡରେ ଏକ କଟ-ଆଉଟ୍ ତିଆରି କରାଯାଇ ଗଣେଶଙ୍କ ମୂର୍ତ୍ତି ରଖାଯାଇଛି। ଏହାର ପାର୍ଶ୍ୱରେ ରହିଛି ଏକ ବାରକୋଡ୍। ଏହାକୁ ସ୍କାନ୍ କରିବା ପରେ ଏକ ଲିଙ୍କ ଆସୁଛି। ଏହି ଲିଙ୍କକୁ କ୍ଲିକ୍‌ କରିବା ପରେ ଉକ୍ତ ସ୍କ୍ରିନ୍‌ରେ ଦର୍ଶନ ଦେଉଛନ୍ତି ବିନାଶକ।

ଏହି ନିଆରା ଗଣେଶ ପୂଜା ମଣ୍ଡପକୁ ଜାମସେଦପୁରର ସୌରଭ କୁମାର ତିଆରି କରିଛନ୍ତି। ଏଭଳି ପୂଜା ମଣ୍ଡପ ତିଆରି କରିବା ପଛରେ ସୌରଭଙ୍କ ମହତ ଉଦ୍ଦେଶ୍ୟ ରହିଛି। ଯେଉଁମାନଙ୍କ ଆଧାର କାର୍ଡ ନାହିଁ ସେମାନେ ତୁରନ୍ତ ତାକୁ ତିଆରି କରିବା ପାଇଁ ପୂଜା ମଣ୍ଡପ ଜରିଆରେ ସେ ସଚେତନତା ବାର୍ତ୍ତା ଦେଇଛନ୍ତି।

ଗଣେଶଙ୍କ ଏହି ଆଧାର କାର୍ଡ ପୂଜା ମଣ୍ଡପର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ବହୁ ସଂଖ୍ୟାରେ ଲୋକେ ଏଠାକୁ ବିନାୟକଙ୍କୁ ଦର୍ଶନ କରିବାକୁ ଆସିବା ସହ ସେଲ୍ଫି ମଧ୍ୟ ଉଠାଇବାକୁ ଭିଡ ଜମାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe