Advertisment

ଅଗ୍ରପୂଜ୍ୟଙ୍କ 'ପୁଷ୍ପା' ଅନ୍ଦାଜ, ଝୁକେଗା ନେହିଁ… ଷ୍ଟାଇଲ୍‌ରେ ବିରାଜମାନ

ନୂଆଦିଲ୍ଲୀ: ଥମୁନି ‘ପୁଷ୍ପା’ ଫିଭର୍‌। ଯେବେଠୁ ସାଉଥ ଷ୍ଟାର୍‌ ଆଲୁ ଅର୍ଜୁନଙ୍କ ‘ପୁଷ୍ପା’ ଫିଲ୍ମ ରିଲିଜ ହୋଇଛି ସେବେଠୁ ଲାଗି ରହିଛି ଲୋକଙ୍କ ମଧ୍ୟରେ କ୍ରେଜ। ବିଦେଶରେ ମଧ୍ୟ ଛାଇ ଯାଇଛି ‘ପୁଷ୍ପା’ ଅନ୍ଦାଜ। ଫିଲ୍ମର ‘ଝୁକେଗା ନେହିଁ…’ ଡାଏଲଗ୍‌ ଆଉ ଷ୍ଟାଇଲ୍‌କୁ କପି କରୁଛନ୍ତି ସମସ୍ତେ। ଏବେ ଏଥିରେ ଅଗ୍ରପୂଜ୍ୟ ଗଣେଶଙ୍କୁ ମଧ୍ୟ ସାମିଲ କରାଯାଇଛି। ପୂଜା ପଣ୍ଡାଲରେ ‘ପୁଷ୍ପା’ ଫିଭର। ଝୁକେଗା ନେହିଁ… ଷ୍ଟାଇଲ୍‌ରେ ବିରାଜମାନ ହୋଇଛନ୍ତି ଗଜାନନ। ପୂରାପୁରି ସାଉଥ ଅଭିନେତା ଅଲ୍ଲୁ […]

ଅଗ୍ରପୂଜ୍ୟଙ୍କ 'ପୁଷ୍ପା' ଅନ୍ଦାଜ, ଝୁକେଗା ନେହିଁ… ଷ୍ଟାଇଲ୍‌ରେ ବିରାଜମାନ

allu-arjun-craze-hits-ganesh-chaturthi

Advertisment

ନୂଆଦିଲ୍ଲୀ: ଥମୁନି 'ପୁଷ୍ପା' ଫିଭର୍‌। ଯେବେଠୁ ସାଉଥ ଷ୍ଟାର୍‌ ଆଲୁ ଅର୍ଜୁନଙ୍କ 'ପୁଷ୍ପା' ଫିଲ୍ମ ରିଲିଜ ହୋଇଛି ସେବେଠୁ ଲାଗି ରହିଛି ଲୋକଙ୍କ ମଧ୍ୟରେ କ୍ରେଜ। ବିଦେଶରେ ମଧ୍ୟ ଛାଇ ଯାଇଛି 'ପୁଷ୍ପା' ଅନ୍ଦାଜ। ଫିଲ୍ମର 'ଝୁକେଗା ନେହିଁ…' ଡାଏଲଗ୍‌ ଆଉ ଷ୍ଟାଇଲ୍‌କୁ କପି କରୁଛନ୍ତି ସମସ୍ତେ। ଏବେ ଏଥିରେ ଅଗ୍ରପୂଜ୍ୟ ଗଣେଶଙ୍କୁ ମଧ୍ୟ ସାମିଲ କରାଯାଇଛି।

Advertisment

ପୂଜା ପଣ୍ଡାଲରେ 'ପୁଷ୍ପା' ଫିଭର। ଝୁକେଗା ନେହିଁ… ଷ୍ଟାଇଲ୍‌ରେ ବିରାଜମାନ ହୋଇଛନ୍ତି ଗଜାନନ। ପୂରାପୁରି ସାଉଥ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍‌ରେ ବସିଛନ୍ତି ଗଣେଶ। ସେହିପରି ତାଙ୍କ ସ୍ୱାଗ୍‌ ମଧ୍ୟ କିଛି କମ୍‌ ନୁହେଁ। ଧୋତି ବଦଳରେ ପିନ୍ଧିଛନ୍ତି ଧଳା ରଙ୍ଗର କୁର୍ତା ପାଇଜାମା। ସେହିପରି ଦାଢ଼ିରେ ହାତ ମଧ୍ୟ ରଖିଛନ୍ତି ବିଘ୍ନହତ୍ରା। ଗଣେଶଙ୍କ ଏହି 'ପୁଷ୍ପା' ଷ୍ଟାଇଲର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

After Ram Charan, Allu Arjun's Pushpa Inspired Ganpati Idols For Ganesh  Chaturthi

ତେବେ ଏହି ଭିଡିଓଟି କେଉଁଠି କାର୍‌ ସେ ନେଇ କିଛି ସୂଚନା ମିଳିନାହିଁ। ସାରଥ କେଭି ନାମକ ଏକ ଟ୍ୱିଟର ୟୁଜର୍ସ ଏହି ଭିଡିଓକୁ ଶେଆର କରିଛନ୍ତି। ଏଥିସହ କ୍ୟାପସନରେ ସେ 'ପୁଷ୍ପାରାଜ, ଝୁକେଗା ନେହିଁ…' ଲେଖିଛନ୍ତି।  ଏହି ଭିଡିଓରେ ୟୁଜର୍ସମାନେ ଜୋରଦାର କମେଣ୍ଟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ' ଅବକି ବାର୍‌ ପୁଷ୍ପାରାଜ ଅବତାର'।

Advertisment

https://twitter.com/SarathK12319725/status/1564574270571032576?s=20&t=xgaH9mMKSlFFtf7ozxvlgA

ଶିଳ୍ପୀମାନେ ଗଣପତିଙ୍କୁ ‘ପୁଷ୍ପା’ ସ୍ୱାଗରେ ପ୍ରସ୍ତୁତ କରିଛନ୍ତି। ଅନେକ ସ୍ଥାନରେ ବାପ୍ପାଙ୍କ ପ୍ରତିମୂର୍ତ୍ତିଗୁଡିକୁ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍‌ରେ ତିଆରି କରାଯାଇଛି। ଯେଉଁଥିରେ ସେ ସାମନ ପରି ପୋଷାକ, ସେମିତି ସ୍ଵାଗ ସହ ସେହି ଲୁକ୍‌ରେ ନଜର ଆସିଛନ୍ତି। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଦେଖିଲେ ଲାଗୁଛି ଗଣପତି ମଧ୍ୟ ଅଲ୍ଲୁଙ୍କୁ ଟକ୍କର ଦେଇଛନ୍ତି। ସେପଟେ ଭକ୍ତମାନଙ୍କୁ ମଧ୍ୟ ଗଣେଶଙ୍କ ଏହି 'ପୁଷ୍ପା' ଷ୍ଟାଇଲ୍‌ ବେଶ୍‌ ପସନ୍ଦ ଆସୁଛି। ଏଥିସହିତ ବହୁ ସଂଖ୍ୟାରେ ଭକ୍ତ ମଧ୍ୟ ବାପ୍ପାଙ୍କ ଏହି ପ୍ରତିମାଗୁଡ଼ିକୁ ଘରକୁ ନେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe