Advertisment

ଆଇପିଏଲରୁ ନେଲେ ଆଇଡିଆ! ବାଇକରେ ତିଆରି କରି ଦେଲେ ବାୟୋ-ବବଲ୍

କରୋନା ମହାମାରୀର ଦ୍ୱିତୀୟ ଲହର ଭିତରେ ଆଇପିଏଲର ୧୪ଶ ସଂସ୍କରଣ ଭାରତରେ ଆୟୋଜିତ ହୋଇଥିଲା। କିନ୍ତୁ ୨୯ ମ୍ୟାଚ୍ ପରେ ଲିଗକୁ ସ୍ଥଗିତ କରିଦିଆଗଲା। ତେବେ କରୋନା ଭିତରେ ଆଇପିଏଲ୍‌ ଯେଉଁ ଜିନିଷ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା, ତାହା ହେଉଛି ବାୟୋ-ବବଲ୍। ଏହି ବାୟୋ-ବବଲରେ କରୋନାର ଏଣ୍ଟ୍ରୀ କରିବା କଷ୍ଟକର। ଏହା ସତ୍ତ୍ୱେ ସାମାନ୍ୟ ଭୁଲ୍ ଯୋଗୁ ଆଇପିଏଲରେ କରୋନା ପ୍ରବେଶ କରିଥିଲା। ଆଇପିଏଲର ଏହି ବାୟୋ-ବବଲ୍‌ ଆଇଡିଆକୁ ଲୋକେ ନିଜ ବାଇକରେ ବ୍ୟବହାର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆଇପିଏଲରୁ ନେଲେ ଆଇଡିଆ! ବାଇକରେ ତିଆରି କରି ଦେଲେ ବାୟୋ-ବବଲ୍

viral-video

କରୋନା ମହାମାରୀର ଦ୍ୱିତୀୟ ଲହର ଭିତରେ ଆଇପିଏଲର ୧୪ଶ ସଂସ୍କରଣ ଭାରତରେ ଆୟୋଜିତ ହୋଇଥିଲା। କିନ୍ତୁ ୨୯ ମ୍ୟାଚ୍ ପରେ ଲିଗକୁ ସ୍ଥଗିତ କରିଦିଆଗଲା। ତେବେ କରୋନା ଭିତରେ ଆଇପିଏଲ୍‌ ଯେଉଁ ଜିନିଷ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା, ତାହା ହେଉଛି ବାୟୋ-ବବଲ୍। ଏହି ବାୟୋ-ବବଲରେ କରୋନାର ଏଣ୍ଟ୍ରୀ କରିବା କଷ୍ଟକର। ଏହା ସତ୍ତ୍ୱେ ସାମାନ୍ୟ ଭୁଲ୍ ଯୋଗୁ ଆଇପିଏଲରେ କରୋନା ପ୍ରବେଶ କରିଥିଲା।

Advertisment

ଆଇପିଏଲର ଏହି ବାୟୋ-ବବଲ୍‌ ଆଇଡିଆକୁ ଲୋକେ ନିଜ ବାଇକରେ ବ୍ୟବହାର କରିଛନ୍ତି। ଏଭଳି ଏକ ଜବରଦସ୍ତ ଦୃଶ୍ୟ ଏବେ ସୋଶଲ ମିଡିଆରେ ଭାଇରାଲ୍‌ ହେଉଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଦୁଇଜଣ ବ୍ୟକ୍ତି ପ୍ଲାଷ୍ଟିକରେ ପ୍ୟାକ୍ ହୋଇଥିବା ଗୋଟିଏ ମୋଟର ସାଇକେଲରେ ବସି ଯାଉଛନ୍ତି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। କିନ୍ତୁ କରୋନାରୁ ବଞ୍ଚିବାକୁ ହେଲେ ଘରୁ ବାହାରିବା ପାଇଁ ଏହି ଆଇଡିଆ ସେତେଟା ବି ଖରାପ ନୁହେଁ। ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୂପିନ୍ ଶର୍ମା ତାଙ୍କର ଟୁଇଟର୍ ଆକାଉଣ୍ଟରେ ଶେଆର୍ କରିଛନ୍ତି। ରୂପିନ୍ କ୍ୟାପସନରେ ଲେଖିଛନ୍ତି, କରୋନାରୁ ବଞ୍ଚିବାର ସୁରକ୍ଷିତ ଉପାୟ ହେଉଛି ଏହି ଘରୋଇ ବାୟୋ-ବବଲ୍‌।

https://twitter.com/rupin1992/status/1397195801265377283?s=20

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ବ୍ୟକ୍ତି ଏକ ବାଇକରେ ଯାଉଛନ୍ତି, ଯାହା ପ୍ଲାଷ୍ଟିକରେ ପ୍ୟାକ୍ ହୋଇଛି। ମୋଟରସାଇକେଲକୁ ପ୍ଲାଷ୍ଟିକର ଫଏଲ୍ ଦ୍ୱାରା ପୂରା କଭର କରିଦିଆ ଯାଇଛି, ଯେପରି ବାହାରର କୌଣସି ବ୍ୟକ୍ତି ଭିତରେ ବସିଥିବା ଲୋକଙ୍କ ସଂସ୍ପର୍ଶରେ ଆସିପାରିବେ ନାହିଁ।

Advertisment

ଏହି ମୋଟରସାଇକେଲ୍ ସାଇଡରେ କିଛି ପାଇପ୍ ଲଗାଯାଇଛି ଏବଂ ଏହା ଉପରେ ପ୍ଲାଷ୍ଟିକ୍ ଜରି କଭର କରାଯାଇଛି। ଏହା ଏକପ୍ରକାରର ରିକ୍ସା ସଦୃଶ ଦେଖା ଯାଉଛି, କିନ୍ତୁ ବାସ୍ତବରେ ଏହା ଏକ ବାଇକ୍, ଯାହାକୁ ଦେଶୀ ବାୟୋ-ବବଲରେ ପରିଣତ କରାଯାଇଛି। କେବଳ ଏତିକି ନୁହେଁ, ଭିତରେ ବସିଥିବା ଲୋକେ ସାମାଜିକ ଦୂରତା ପାଳନ କରି ପରସ୍ପର ଠାରୁ ଦୂରତା ଅବଲମ୍ବନ କରିଛନ୍ତି। ଏହି ଭିଡିଓକୁ ଖୁବ୍ ପ୍ରଶଂସା କରାଯାଉଛି।

Viral Video Odia Offbeat