Advertisment

ବିଦେଶୀ ଡ୍ୟାନ୍ସିଂ ଡ୍ୟାଡ୍‌ଙ୍କ 'ଛମକ୍‌ ଛଲୋ...', ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପୁଣି ଫେରିଲେ ଡ୍ୟାନ୍ସିଂ ଡ୍ୟାଡ୍‌। ହେଲେ ଏଥର କିନ୍ତୁ ଭିନ୍ନ ଅନ୍ଦାଜରେ ନଜର ଆସିଲା ତାଙ୍କ ସ୍ୱାଗ। ଶାହାରୁଖ ଓ କରୀନାଙ୍କ ଗୀତ ଛମକ୍‌ ଛଲୋ…ରେ ଧୁମ୍‌ ନାଚିଲେ। କେବଳ ସେ ନୁହେଁ ତାଙ୍କ ପତ୍ନୀ ମଧ୍ୟ ଲଗାଇଲେ ଠୁମ୍‌କା। ବିଦେଶୀ ହୋଇ ଦେଶୀ ଗେଟ୍‌ଅପ୍‌ରେ ଆସିଲେ ନଜର। ସେରୱାନୀ ସାଙ୍ଗକୁ ଲେହେଙ୍ଗାରେ କଲେ ଜବରଦସ୍ତ ଡ୍ୟାନ୍ସ। ପୁଣି ଦେଖିବାକୁ ମିଳିଛି ବିଦେଶୀଙ୍କ ଦେଶୀ ଅନ୍ଦଜ। ପୂର୍ବରୁ ଭୋଜପୁରୀ ଗୀତ ‘ଲଲି ପପ୍‌ ଲାଗେଲୁ…’ ଏବଂ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବିଦେଶୀ ଡ୍ୟାନ୍ସିଂ ଡ୍ୟାଡ୍‌ଙ୍କ 'ଛମକ୍‌ ଛଲୋ...', ଭିଡିଓ ଭାଇରାଲ

American Couple Dance

ନୂଆଦିଲ୍ଲୀ: ପୁଣି ଫେରିଲେ ଡ୍ୟାନ୍ସିଂ ଡ୍ୟାଡ୍‌। ହେଲେ ଏଥର କିନ୍ତୁ ଭିନ୍ନ ଅନ୍ଦାଜରେ ନଜର ଆସିଲା ତାଙ୍କ ସ୍ୱାଗ। ଶାହାରୁଖ ଓ କରୀନାଙ୍କ ଗୀତ ଛମକ୍‌ ଛଲୋ...ରେ ଧୁମ୍‌ ନାଚିଲେ। କେବଳ ସେ ନୁହେଁ ତାଙ୍କ ପତ୍ନୀ ମଧ୍ୟ ଲଗାଇଲେ ଠୁମ୍‌କା। ବିଦେଶୀ ହୋଇ ଦେଶୀ ଗେଟ୍‌ଅପ୍‌ରେ ଆସିଲେ ନଜର। ସେରୱାନୀ ସାଙ୍ଗକୁ ଲେହେଙ୍ଗାରେ କଲେ ଜବରଦସ୍ତ ଡ୍ୟାନ୍ସ।

Advertisment

ପୁଣି ଦେଖିବାକୁ ମିଳିଛି ବିଦେଶୀଙ୍କ ଦେଶୀ ଅନ୍ଦଜ। ପୂର୍ବରୁ ଭୋଜପୁରୀ ଗୀତ 'ଲଲି ପପ୍‌ ଲାଗେଲୁ…' ଏବଂ ତେଲୁଗୁ ଗୀତ 'ବୁଟା ବୁମା..'ରେ ଡ୍ୟାନ୍ସ କରି ଇଣ୍ଟରନେଟ୍‌ର ସେନ୍‌ସେନ୍‌ ପାଲଟିଥିବା ଡ୍ୟାନ୍ସି ଡ୍ୟାଡ୍‌ ଓରଫ୍‌ ରିକି ପଣ୍ଡ ପୁଣି ଏକ ନୂଆ ଅନ୍ଦାନରେ ଫେରିଛନ୍ତି। ଏଥିର ମଧ୍ୟ ସେ ତାଙ୍କ ସ୍ତ୍ରୀଙ୍କ ସହ ଆସିଛନ୍ତି ନଜର। ସେ ଶାହାରୁଖ ଓ କରୀନାଙ୍କ ଫିଲ୍ମ 'ରା-ୱାନ୍‌'ର ଛମକ୍‌ ଛଲୋ… ଗୀତରେ ଜବରଦସ୍ତ ନାଚିଛନ୍ତି। ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ରିକି ପଣ୍ଡ ଏବଂ ତାଙ୍କ ପତ୍ନୀ ରୋକ୍‌ସାନ୍‌ ହିନ୍ଦୀ ଗୀତରେ ଠୁମ୍‌କା ଲଗାଇ ନିଜ ୨୫ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରେ ଦୁହେଁ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ରିକି ଲାଲା ରଙ୍ଗ କୁର୍ତା ସହ ପାଇଜାମା ଏବଂ ବାଦାମୀ ରଙ୍ଗର ନେହେରୁ ଜ୍ୟାକେଟ୍‌ ପିନ୍ଧିଥିବା ବେଳେ ତାଙ୍କ ପିତ୍ନୀ ନେଭି ବ୍ଲୁର କୁର୍ତା ସାଙ୍ଗକୁ ସ୍କଟ ପିନ୍ଧିଥିଲେ। ଏଥିସହ ନିଜ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ଷ୍ଟାଇଲରେ ନାଚିଥିଲେ ଏହି ବିଦେଶୀ ଦମ୍ପତି।

Advertisment

ରିକି ତାଙ୍କର ଏହି ଡ୍ୟାନ୍ସିଂ ଭିଡିଓଟିକୁ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିରେ କ୍ୟାପସନରେ ଲେଖିଛନ୍ତି 'ଛମକ୍‌ ଛଲୋ...ହ୍ୟାପି ୨୫ତମ ବିବାହ ବାର୍ଷିକୀ'। ସେ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ତାଙ୍କୁ ଭାରତୀୟ ପୋଷାକ ପ୍ରଦାନ କରିଥିଲେ ଏବଂ ତାଙ୍କ ଡ୍ୟାନ୍ସକୁ କୋରିଓଗ୍ରାଫ କରିଥିଲେ। ଏପର୍ଯ୍ୟନ୍ତ ତାଙ୍କର ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଅନେକ ୟୁଜର୍ସମାନେ ମଜାଦାର କମେଣ୍ଟ କରି ତାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।

ସୋଶାଲ ମିଡିଆରେ ରିକି ପଣ୍ଡ ଡ୍ୟାନ୍ସ ଜରିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ସୋଶାଲ ମିଡିଆରେ ଡ୍ୟାନ୍ସିଂ ଡ୍ୟାଡ୍‌ ରୂପେ ବେଶ୍‌ ଜଣାଶୁଣା। ତାଙ୍କର ଡ୍ୟାନ୍ସ ଭିଡିଓ ୟୁଜର୍ସମାନଙ୍କୁ ଖୁବ ପସନ୍ଦ ଆସେ। କିଛି ଦିନ ପୂର୍ବରୁ ରିକି 'ବଚପନ୍‌ କା ପ୍ୟାର୍‌' ଗୀତରେ ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଏହି ଭିଡିଓକୁ ମଧ୍ୟ ଲୋକେ ପସନ୍ଦ କରିଥିଲେ।

Viral Video