Advertisment

ଗାଁର ଦାମ୍ ୨ କୋଟି

ନୂଆଦିଲ୍ଲୀ: ନିଜ ସ୍ୱପ୍ନର ଘରଟିଏ କିଣିବା ପାଇଁ ଅନେକଙ୍କ ମନରେ ଆଶା ରହିଥାଏ। କେହି କେହି ନୂଆ ଘର ତିଆରି କରି ନିଜ ସ୍ୱପ୍ନ ପୂରଣ କରନ୍ତି ତ ଆଉ କିଏ ପୁରୁଣା ଘର କିଣି। ସେଲ୍‌ରେ ଅନେକ ଘର ବିକ୍ରି ମଧ୍ୟ କରାଯାଏ। ଏବେ କିନ୍ତୁ ଘର ବଦଳରେ ବିକ୍ରି ହେଉଛି ପୂରା ଗାଁ। ଆପଣ ସମ୍ପୂର୍ଣ୍ଣ ଗାଁକୁ କିଣିବାକୁ ଚାହୁଁଛନ୍ତି କି? କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍ପେନ୍‌ର ୩୦ ବର୍ଷ […]

ଅଦ୍ୟତନ ହୋଇଛି
ଗାଁର ଦାମ୍ ୨ କୋଟି

spanish-village

Advertisment

ନୂଆଦିଲ୍ଲୀ: ନିଜ ସ୍ୱପ୍ନର ଘରଟିଏ କିଣିବା ପାଇଁ ଅନେକଙ୍କ ମନରେ ଆଶା ରହିଥାଏ। କେହି କେହି ନୂଆ ଘର ତିଆରି କରି ନିଜ ସ୍ୱପ୍ନ ପୂରଣ କରନ୍ତି ତ ଆଉ କିଏ ପୁରୁଣା ଘର କିଣି। ସେଲ୍‌ରେ ଅନେକ ଘର ବିକ୍ରି ମଧ୍ୟ କରାଯାଏ। ଏବେ କିନ୍ତୁ ଘର ବଦଳରେ ବିକ୍ରି ହେଉଛି ପୂରା ଗାଁ। ଆପଣ ସମ୍ପୂର୍ଣ୍ଣ ଗାଁକୁ କିଣିବାକୁ ଚାହୁଁଛନ୍ତି କି? କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

Advertisment

ସ୍ପେନ୍‌ର ୩୦ ବର୍ଷ ପୁରୁଣା ଗାଁ ସାଲ୍ଟୋ ଡି କାଷ୍ଟ୍ରୋ। ଏହା ମାଡ୍ରିଡ୍ ଠାରୁ ତିନି ଘଣ୍ଟା ଦୂରରେ ଅବସ୍ଥିତ। ଏହି ଗାଁ ସ୍ପେନ୍ ଓ ପର୍ତ୍ତୁଗାଲ ସୀମାରେ ଅବସ୍ଥିତ। ଉଚ୍ଚା ପାହାଡ ଉପରେ ଅବସ୍ଥିତ ଏହି ଗାଁର ସମସ୍ତ ଘର ଜର୍ଜର ଅବସ୍ଥାରେ ରହିଛି। ଗାଁରେ ୪୪ ଘର, ଗୋଟିଏ ହୋଟେଲ, ଗୋଟିଏ ଚର୍ଚ୍ଚ, ଗୋଟିଏ ସ୍କୁଲ, ଏକ ମ୍ୟୁନିସିପାଲ ସୁଇମିଂ ପୁଲ୍, ସ୍ପୋର୍ଟସ୍ କମ୍ଲେକ୍ସ ଓ ଏକ ବାରାକ୍ ବିଲ୍ଡିଂ ରହିଛି। ଆଉ ଏହି ପୂରା ଗାଁର ଦାମ୍ ରହିଛି ୨ କୋଟି ଟଙ୍କା। ଏହି ଗାଁକୁ ବିକ୍ରି କରିବା ପାଇଁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ରୟାଲ ଇନଭେଷ୍ଟ ନାମକ କମ୍ପାନୀ ମାଲିକ ୨୦୦୦ ମସିହାରେ ଏହି ଗାଁକୁ ଏକ ପର୍ଯ୍ୟଟନ ସ୍ଥଳି କରିବା ପାଇଁ କିଣିଥିଲେ। କିନ୍ତୁ ୟୁରୋଜୋନ୍‌ରେ ଲାଗିରହିଥିବା ତିକ୍ତତା ଓ ୨୦୦୮ରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁଁ ଏହା ସଫଳ ହୋଇପାରିନଥିଲା। ତାଙ୍କର ଏଠାରେ ଏକ ହୋଟଲ ନିର୍ମାଣ ପାଇଁ ଉଦ୍ଦେଶ୍ୟ ଥିଲା କିନ୍ତୁ ଏହାକୁ ସେ କରିପାରିନଥିଲେ।

Advertisment

ତେବେ ବର୍ତ୍ତମାନ ଏହାକୁ ସେ ୨୨୭,୦୦୦ ୟୁରୋରେ ତଥା ୨,୧୬,୮୭,୮୩୧ ଟଙ୍କାରେ ବିକ୍ରି କରିବାକୁ ଚାହୁଁଛନ୍ତି । ଏହି ଗାଁକୁ ଏକ ସ୍ପାନିଶ ପ୍ରପର୍ଟୀ ରିଟେଲ ଓ୍ବେବସାଇଟରେ ଲିଷ୍ଟିଂ କରାଯାଇଛି। ଏହି ଗାଁକୁ ୫୦ ହଜାର ଅଧିକ ଲୋକ ଦେଖିସାରିଲେଣି । ବ୍ରିଟେନ୍‌, ଫ୍ରାନ୍ସ, ବେଲଜିୟମ ଏବଂ ରୁଷିଆର ୩୦୦ ପାର୍ଟୀ ଆସି ଏହାକୁ ଦେଖି ଚାଲିଗଲେଣି। ଏମିତିକି ଜଣେ ଏହାକୁ କିଣିବା ପାଇଁ ଆଡଭାନ୍ସ ଦେବାକୁ ରାଜି ଅଛନ୍ତି ବୋଲି ଏହାର କେୟାରଟେକର କହିଛନ୍ତି।

୧୯୫୦ରେ ଏକ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ସାଲେ୍ଟା ଡି କାଷ୍ଟ୍ରୋ ନିକଟସ୍ଥ ଜଳଭଣ୍ଡାର ନିର୍ମାଣରେ ନିୟାଜିତ କର୍ମଚାରୀଙ୍କ ପାଇଁ ଏଠାରେ ଗୃହ ନିର୍ମାଣ ହୋଇଥିଲା। କାମ ସରିବା ପରେ କର୍ମଚାରୀମାନେ ଗାଁ ଛାଡ଼ି ଚାଲି ଯାଇଥିଲେ । ୧୯୮୦ ଦଶକରେ ଏହା ସଂପୂର୍ଣ୍ଣ ଖାଳି ହୋଇଯାଇଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe