Advertisment

ଇଏ କାର୍ ନା ଗେଟ୍ ? ଆନନ୍ଦ ମହିନ୍ଦ୍ରା ବି ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଶୁକ୍ରବାର ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟ ହେବାର ମାତ୍ର କିଛି ସେକେଣ୍ଟ ମଧ୍ୟରେ ହିଁ ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। କାରଣ ମହିନ୍ଦ୍ରା ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ଦେଖିଲେ ଆପଣଙ୍କର ହୋସ୍ ଉଡ଼ିଯିବ। ନିଜେ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଭିଡିଓଟି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।   This person is:1) A passionate car lover?2) […]

author-image
Sonali Kabi
ଅଦ୍ୟତନ ହୋଇଛି
 ଇଏ କାର୍ ନା ଗେଟ୍ ? ଆନନ୍ଦ ମହିନ୍ଦ୍ରା ବି ହୋଇଗଲେ ଆଶ୍ଚର୍ଯ୍ୟ

jugaadu

ନୂଆଦିଲ୍ଲୀ: ଶୁକ୍ରବାର ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟ ହେବାର ମାତ୍ର କିଛି ସେକେଣ୍ଟ ମଧ୍ୟରେ ହିଁ ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। କାରଣ ମହିନ୍ଦ୍ରା ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ଦେଖିଲେ ଆପଣଙ୍କର ହୋସ୍ ଉଡ଼ିଯିବ। ନିଜେ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଭିଡିଓଟି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।

Advertisment

https://twitter.com/anandmahindra/status/1560520829191872522?s=20&t=cc4wH97pv0x_9Z-mlSiPoQ

ଏହି ଭିଡିଓରେ ଜଣେ ବ୍ୟକ୍ତି ତାଙ୍କ ଘରର ମୁଖ୍ୟ ଫାଟକ ବା ଗେଟରେ ଏକ ପୁରୁଣା ଅଲଟୋ କାର୍‌କୁ ଅତି ନିପୁଣତାର ସହ ଯୋଡ଼ିଛନ୍ତି। ଏହାକୁ ପ୍ରଥମ ଥର ଦେଖିଲେ ଆପଣ ନିଶ୍ଚିତ ଭାବିବେ ଯେ ଗେଟ୍ ଆଗରେ କାର୍‌ଟିଏ ଛିଡ଼ା ହୋଇଛି। ହେଲେ ବାସ୍ତବରେ ଏକ କାରର ଗୋଟିଏ ପାର୍ଶ୍ୱକୁ ଗେଟ୍ ସହିତ ଯୋଡ଼ି ଦିଆଯାଇଛି। ଏହି ଗେଟ୍ ଦେଇ ଘରକୁ ଯିବାକୁ ହେଲେ ବା ଘରୁ ବାହାରକୁ ଆସିବାକୁ ହେଲେ ଏଥିରେ ଲାଗିଥିବା କାର୍‌ର ଡୋର୍‌ ଖୋଲିବାକୁ ହୋଇଥାଏ।

Advertisment

ଭିଡିଓଟିକୁ ଶେଆର କରିବା ସହ ଏହାର କ୍ୟାପସନରେ ଆନନ୍ଦ ମହିନ୍ଦ୍ରା KBC (କୌନ ବନେଗା କରୋଡପତି) ଭଳି ୪ଟି ବିକଳ୍ପ ଉତ୍ତର ଥିବା ଏକ ପ୍ରଶ୍ନ ଲେଖିଛନ୍ତି। ଏପରି ଏକ ଗେଟ୍‌ର ପରିକଳ୍ପନା କରିଥିବା ବ୍ୟକ୍ତିଙ୍କ ସଂପର୍କରେ ଆନନ୍ଦ ମହିନ୍ଦା ପ୍ରଶ୍ନ କରିଛନ୍ତି। ସେ ଲେଖିଛନ୍ତି- ଏହି ବ୍ୟକ୍ତି ଜଣଙ୍କ- (୧) ଜଣେ ଅତ୍ୟନ୍ତ କାର୍‌ ପ୍ରେମୀ ହୋଇଥିବେ? (୨) ଜଣେ ଏକାନ୍ତପ୍ରିୟ ବ୍ୟକ୍ତି ହୋଇଥିବେ, ଯିଏ ତାଙ୍କ ଗୃହକୁ କେହି ନଆସନ୍ତୁ ବୋଲି ଚାହୁଁଥିବେ? (୩) ମଜାଳିଆ ଢଙ୍ଗରେ ପରିକଳ୍ପନା କରିପାରୁଥିବା ବ୍ୟକ୍ତି ହୋଇଥିବେ? ବା (୪) ଏ ସମସ୍ତ ଗୁଣ ଥିବା ବ୍ୟକ୍ତି ହୋଇଥିବେ?

ଏହାର ଜବାବରେ ସୋଶାଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ ଉତ୍ତର ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଏହି ଭିଡିଓଟିର ୫୦ ହଜାରରୁ ଅଧିକ ଭ୍ୟୁଜ୍ ହୋଇସାରିଛି। ୮୯୦ ଜଣ ପ୍ରତିକ୍ରିୟା ରଖିଥିବା ବେଳେ ୧୬୭୯ ଥର ରିଟ୍ୱିଟ୍ ହୋଇଛି ଓ ୧୮ ହଜାରରୁ ଅଧିକ ଥର ଲାଇକ୍‌ ହୋଇଛି।

Anand Mahindra Jugaad Video Unique Jugaad