Advertisment

ପାଣି ଟାଙ୍କି ଦେଖି ଆନନ୍ଦ ମହିନ୍ଦ୍ରା ଖୁସ୍‌

ବିହାରର ଭାଗଲପୁରର ଜଣେ ବ୍ୟକ୍ତି ତାଙ୍କ ତିନି ମହଲା କୋଠା ଉପରେ କରିଥିବା ପାଣି ଟାଙ୍କିକୁ ଦେଖି ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବେଶ୍ ଖୁସି ହୋଇଛନ୍ତି ଏବଂ ଏଭଳି ଅଭିନବ ଆଇଡିଆକୁ ପ୍ରଶଂସା କରିଛନ୍ତି। କାରଣ ଏହି ପାଣି ଟାଙ୍କିଟି ଦେଖିବାକୁ ପୂରା ଭିନ୍ନ। ଏହି ପାଣିଟାଙ୍କିଟି ଏକ ମହିନ୍ଦ୍ରା ସ୍କ୍ରୋପିଓ ଆକୃତିର ହୋଇଛି। ହଠାତ୍ କେହି ଦେଖିଲେ ଭାବିବେ ଯେ ଗାଡ଼ିଟିକୁ ଘର ଉପରେ ରଖାଯାଇଛି। Now that’s what I call […]

ଅଦ୍ୟତନ ହୋଇଛି
ପାଣି ଟାଙ୍କି ଦେଖି ଆନନ୍ଦ ମହିନ୍ଦ୍ରା ଖୁସ୍‌

watertank

Advertisment

ବିହାରର ଭାଗଲପୁରର ଜଣେ ବ୍ୟକ୍ତି ତାଙ୍କ ତିନି ମହଲା କୋଠା ଉପରେ କରିଥିବା ପାଣି ଟାଙ୍କିକୁ ଦେଖି ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବେଶ୍ ଖୁସି ହୋଇଛନ୍ତି ଏବଂ ଏଭଳି ଅଭିନବ ଆଇଡିଆକୁ ପ୍ରଶଂସା କରିଛନ୍ତି। କାରଣ ଏହି ପାଣି ଟାଙ୍କିଟି ଦେଖିବାକୁ ପୂରା ଭିନ୍ନ। ଏହି ପାଣିଟାଙ୍କିଟି ଏକ ମହିନ୍ଦ୍ରା ସ୍କ୍ରୋପିଓ ଆକୃତିର ହୋଇଛି। ହଠାତ୍ କେହି ଦେଖିଲେ ଭାବିବେ ଯେ ଗାଡ଼ିଟିକୁ ଘର ଉପରେ ରଖାଯାଇଛି।

Advertisment


ନିଜ ଘରେ ଏଭଳି ପାଣି ଟାଙ୍କି ତିଆରି କରିଥିବା ବ୍ୟକ୍ତିଙ୍କ ନାଁ ଇନ୍‌ତସର ଆଲାମ। ଏହି ପାଣି ଟାଙ୍କି ନିର୍ମାଣ କରିବା ପାଇଁ ସେ ଆଗ୍ରାରୁ କିଛି ସ୍ୱତନ୍ତ୍ର ରାଜମିସ୍ତ୍ରୀଙ୍କୁ ନିଯୁକ୍ତ କରିଥିଲେ। ତେବେ ସେ ଏମିତି ଏକ ପାଣି ଟାଙ୍କି କରିବାକୁ କାହିଁକି ଚିନ୍ତା କଲେ?

Advertisment

କଥା ହେଉଛି, ଇନ୍‌ତସର ଆଲାମଙ୍କ ପ୍ରଥମ ଗାଡ଼ିଥିଲା ଏକ ମହିନ୍ଦ୍ରା ସ୍କ୍ରୋପିଓ । ତେଣୁ ଉକ୍ତ ଗାଡ଼ିର ସ୍ମୃତିରେ ସେ ଏଭଳି ଏକ ପାଣି ଟାଙ୍କି ନିର୍ମାଣ କରାଇଛନ୍ତି। ପାଣିଟାଙ୍କିଟି କେବଳ ମହିନ୍ଦ୍ରା ସ୍କ୍ରୋପିଓ ଆକାରର ହୋଇନାହିଁ, ଏଥିରେ ଏକ ନମ୍ବର ମଧ୍ୟ ରହିଛି। ଆଉ ଉକ୍ତ ନମ୍ବର ତାଙ୍କ ପ୍ରଥମ ଗାଡ଼ିର ଥିଲା।

ଇନ୍‌ତସର ଆଲାମ ଏହି ପାଣି ଟାଙ୍କି ନିର୍ମାଣ କରିବା ପାଇଁ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁ ରାଜମିସ୍ତ୍ରୀମାନେ ଏହାକୁ ତିଆରି କରିଥିଲେ ସେମାନେ ଦୈନିକ ୧,୨୦୦ ଟଙ୍କା ମଜୁରୀ ବାବଦକୁ ନେଉଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe