Advertisment

ମକାରୁ ମଞ୍ଜି ଛଡ଼ାଉଛି ବାଇକ ଚକା, ଭିଡ଼ିଓ ଶେଆର୍ କଲେ ମହିନ୍ଦ୍ରା

ନୂଆଦିଲ୍ଲୀ : ଗାଁଉଲି ସୃଜନଶୀଳତାର ସଫଳତା ପାଖରେ ହାର ମାନିଛି ନାମୀ ଦାମୀ ବିଜ୍ଞାନୀଙ୍କ ଅନ୍ୱେଷଣ ଓ ଆବିଷ୍କାର। ପୁଣି କମାଲ୍ କରିଛନ୍ତି ଗାଁ ଗହଳିର ଦେଶୀ ବିଜ୍ଞାନୀ। ଅନ୍ୟ କାମରେ ବ୍ୟବହୃତ ସାମଗ୍ରୀର ସଫଳ ଉପଯୋଗ କରି ପାଇଛନ୍ତି ବହୁ ନାହିଁ ନାହିଁର ଉତ୍ତର। ମକାରୁ ମଞ୍ଜି ଛଡ଼ାଇବା ପାଇଁ ଏକ ନିଆରା ଉପାୟ ବାହାର କରିଛନ୍ତି ଏକ ଭାଇରାଲ୍ ଭିଡିଓରୁ। ବାଇକ ଚକାରେ ମକାକୁ ରଖି ଖୁବ୍ ସହଜରେ ମଞ୍ଜି ଛଡ଼ାଉଛନ୍ତି କିଛି ଗାଉଁଲି […]

ମକାରୁ ମଞ୍ଜି ଛଡ଼ାଉଛି ବାଇକ ଚକା, ଭିଡ଼ିଓ ଶେଆର୍ କଲେ ମହିନ୍ଦ୍ରା

bike

Advertisment

ନୂଆଦିଲ୍ଲୀ : ଗାଁଉଲି ସୃଜନଶୀଳତାର ସଫଳତା ପାଖରେ ହାର ମାନିଛି ନାମୀ ଦାମୀ ବିଜ୍ଞାନୀଙ୍କ ଅନ୍ୱେଷଣ ଓ ଆବିଷ୍କାର। ପୁଣି କମାଲ୍ କରିଛନ୍ତି ଗାଁ ଗହଳିର ଦେଶୀ ବିଜ୍ଞାନୀ। ଅନ୍ୟ କାମରେ ବ୍ୟବହୃତ ସାମଗ୍ରୀର ସଫଳ ଉପଯୋଗ କରି ପାଇଛନ୍ତି ବହୁ ନାହିଁ ନାହିଁର ଉତ୍ତର। ମକାରୁ ମଞ୍ଜି ଛଡ଼ାଇବା ପାଇଁ ଏକ ନିଆରା ଉପାୟ ବାହାର କରିଛନ୍ତି ଏକ ଭାଇରାଲ୍ ଭିଡିଓରୁ। ବାଇକ ଚକାରେ ମକାକୁ ରଖି ଖୁବ୍ ସହଜରେ ମଞ୍ଜି ଛଡ଼ାଉଛନ୍ତି କିଛି ଗାଉଁଲି ବା ଦେଶୀ ଲୋକ। ଏହା ଅର୍ଥ ଉପାର୍ଜନର ଭଲ ମାଧ୍ୟମ ମଧ୍ୟ ପାଲଟିଛି। ସୋଶାଲ ମିଡିଆରେ ଘୂରି ବୁଲୁଥିବା ଏହି ଭିଡିଓରେ କିଛି ଲୋକ ବାଇକ ଚକାକୁ ଘୂରାଇ ମକାରୁ ମଞ୍ଜି ବାହାର କରୁଛନ୍ତି।

Advertisment

ଏହି ସୃଜଶୀଳ ଭିଡିଓଟିକୁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପୋଷ୍ଟ କରିବା ସହ ଦେଶୀ ଲୋକଙ୍କ ବିଜ୍ଞାନୀ ବୁଦ୍ଧିକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ମହିନ୍ଦ୍ରା ଲେଖିଛନ୍ତି ‘ଏପରି କ୍ରିଏଟିଭିଟି ମୋତେ ଲଗାତର ଦେଖିବାକୁ ମିଳୁଛି। ଯେଉଁଥିରେ କୃଷକ ବାଇକ୍‌ ଓ ଟ୍ରାକ୍ଟରକୁ ମଲ୍ଟିଟାକ୍ସିଙ୍ଗ୍ ମେସିନରେ ପରିବର୍ତ୍ତନ କରିଛନ୍ତି। ଦେଶୀ ପ୍ରକ୍ରିୟାର ଏପରି ଉପଯୋଗ କରିବା ଉପାୟକୁ ମୁଁ ସ୍ୱପ୍ନରେ ସୁଧା ଭାବିପାରିବି ନାହିଁ। ଏହି ପ୍ରକ୍ରିୟାକୁ ଏକ ଭଲ ବ୍ରାଣ୍ଡର ନାମ ଦେଇ Corntinental ରଖିବା ଉଚିତ। ’

Advertisment

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଦୁଇଟି ବ୍ୟକ୍ତି ବାଇକ୍‌କୁ ଷ୍ଟାଣ୍ଡ ମାରିରଖିଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ମକାକୁ ଟାୟାର୍ ବୁଲାଇ ମଞ୍ଜି ଛଡ଼ାଇବାରେ ଲାଗିପଡ଼ିଛନ୍ତି। ଯାହାକୁ ଦେଖିବା ପରେ ଖୁସି ହୋଇ ଆନନ୍ଦ ମହିନ୍ଦ୍ରା ବ୍ୟକ୍ତି ଦୁଇଜଣଙ୍କ ପ୍ରଶଂସା ନକରି ରହିପାରିନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe