Advertisment

ଭାବି ଜ୍ୱାଇଁଙ୍କୁ ପରଷିଲେ ୩୬୫ ପ୍ରକାରର ବ୍ୟଞ୍ଜନ

ହାଇଦ୍ରାବାଦ: ଆଉ କିଛି ଦିନ ପରେ ବାହାଘର। ହାତ ଗଣ୍ଠି ପଡିବ, ସାତ ଫେରା ହେବ। କୂଳ କୁଟୁମ୍ବର ସାଜିବେ ଜ୍ୱାଇଁପୁଅ। ଯୋଡି ହେବ ନୂଆ ସମ୍ପର୍କ। ଏହାପୂର୍ବରୁ ଆସିଛି ମକର। ତେଲୁଗୁ ସମ୍ପ୍ରଦାୟର ଏହା ବଡ ପର୍ବ। ବନ୍ଧୁ ବାନ୍ଧବ ସମ୍ପର୍କୀୟ ଏକାଠି ହେବାର ସମୟ। ନୂଆ ସମ୍ପର୍କକୁ ନୂଆ ପରିଚୟ ଦେଇ ଶୁଭାରମ୍ଭ କରିବାର ବଡ ଅବସର। ବାସ୍‌ ଏହାଭାବି ଭାବି ଜ୍ୱାଇଁପୁଅକୁ ନିମନ୍ତ୍ରଣ କରି ଆରମ୍ଭ ହୋଇଗଲା ଚର୍ଚ୍ଚା। ତେବେ ଏହା ଏମିତି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଭାବି ଜ୍ୱାଇଁଙ୍କୁ ପରଷିଲେ ୩୬୫ ପ୍ରକାରର ବ୍ୟଞ୍ଜନ

future son-in-law with 365 dishes

ହାଇଦ୍ରାବାଦ: ଆଉ କିଛି ଦିନ ପରେ ବାହାଘର। ହାତ ଗଣ୍ଠି ପଡିବ, ସାତ ଫେରା ହେବ। କୂଳ କୁଟୁମ୍ବର ସାଜିବେ ଜ୍ୱାଇଁପୁଅ। ଯୋଡି ହେବ ନୂଆ ସମ୍ପର୍କ। ଏହାପୂର୍ବରୁ ଆସିଛି ମକର। ତେଲୁଗୁ ସମ୍ପ୍ରଦାୟର ଏହା ବଡ ପର୍ବ। ବନ୍ଧୁ ବାନ୍ଧବ ସମ୍ପର୍କୀୟ ଏକାଠି ହେବାର ସମୟ। ନୂଆ ସମ୍ପର୍କକୁ ନୂଆ ପରିଚୟ ଦେଇ ଶୁଭାରମ୍ଭ କରିବାର ବଡ ଅବସର। ବାସ୍‌ ଏହାଭାବି ଭାବି ଜ୍ୱାଇଁପୁଅକୁ ନିମନ୍ତ୍ରଣ କରି ଆରମ୍ଭ ହୋଇଗଲା ଚର୍ଚ୍ଚା। ତେବେ ଏହା ଏମିତି ସେମିତି ଚର୍ଚ୍ଚା ନଥିଲା, ଥିଲା ପୂରା ଅଲଗା ପ୍ରକାରର। ଯିଏ ଦେଖିବ ତାଟକା ହୋଇଯିବ। ସମସ୍ତଙ୍କ ଆଖି ଲାଖିଗଲା ଭଳି ହୋଇଥିଲା ଆୟୋଜନ। ଭାବି ଜ୍ୱାଇଁପୁଅ ପାଇଁ ଛଅ ତିଅଣ ନଅ ଭଜା ବ୍ୟବସ୍ଥା କରିଥିଲେ ଜେଜେ ଶାଶୂ ଓ ଶ୍ୱଶୁର।

Advertisment

ଆପଣ ମହାପ୍ରଭୁଙ୍କ ପାଖରେ ଛପନ ପଉଠି ଭୋଗ ଲାଗିବା କଥା ଜାଣିଥିବେ। ହେଲେ ଆନ୍ଧ୍ରପ୍ରଦେଶରେ ଜଣେ ଭାବି ଜ୍ୱାଇଁପୁଅଙ୍କୁ ସେହିଭଳି କିଛି ଚର୍ଚ୍ଚା କରାଯାଇଛି। ଭାବି ଜ୍ୱାଇଁଙ୍କ ସ୍ୱାଗତରେ ଅଜାଡି ଦେଇଛନ୍ତି ଖାଦ୍ୟ। ତାଙ୍କ ଆଗରେ ପରଷି ଦେଇଛନ୍ତି ୩୬୫ ପ୍ରକାରର ବ୍ୟଞ୍ଜନ।

Andhra Pradesh: Family prepares grand feast for future son-in-law with 365 different food dishes on Sankranti

ମକର ସଂକ୍ରାନ୍ତି ଆନ୍ଧ୍ରପ୍ରଦେଶର ଏକ ବଡ ପର୍ବ। ଭୋଗି, ସଂକ୍ରାନ୍ତି, କାନୁମୁ ପାଳନ କରିବାକୁ ପରିବାର ଲୋକେ ଏକାଠି ହୁଅନ୍ତି। ଦୂରଦୂରାନ୍ତରେ ଥିଲେ ମଧ୍ୟ ମକର ସଂକ୍ରାନ୍ତି ଅବସରରେ ଘରକୁ ଫେରି ଆସନ୍ତି ଲୋକେ। ପଶ୍ଚିମ ଗୋଦାବରୀର ନରସାପୁରମର ଏକ ପରିବାର ଏହି ଉତ୍ସବକୁ ଟିକେ ନିଆରା ଢ଼ଙ୍ଗରେ ପାଳନ କରିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସେମାନେ ସେମାନଙ୍କର ଭାବି ଜ୍ୱାଇଁଙ୍କ ସ୍ୱାଗତ ପାଇଁ ଏକ ବଡ଼ ଭୋଜିର ଆୟୋଜନ କରିଥିଲେ। ଆଉଜ୍ୱାଇଁ ପୁଅ ଆଗରେ ପରଷି ଦେଇଥିଲେ ଭଳି କି ଭଳି ୩୬୫ ପ୍ରକାରର ବ୍ୟଞ୍ଜନ। ତେଲୁଗୁ ପରମ୍ପରାରେ, ବାର୍ଷିକ ଫସଲ ମହୋତ୍ସବରେ ଜ୍ୱାଇଁଙ୍କୁ ନିମନ୍ତ୍ରଣ କରିବା ପ୍ରଥା ରହିଛି। ପ୍ରଥା ଅନୁଯାୟୀ ଏହି ପରିବାର ମଧ୍ୟ ନିଜ ଭାବି ଜ୍ୱାଇଁଙ୍କୁ ଡାକି ଅତିଥି ସତ୍କାର କରିଥିଲା।

୩୦ଟି ପ୍ରକାରର ବିଭିନ୍ନ ତରକାରୀ, ଭାତ, ବିରିୟାନୀ, ପୁଲିଆରମ୍‌, ୧୦୦ଟି ବିଭିନ୍ନ ପ୍ରକାରର ପାରମ୍ପରିକ ଏବଂ ଆଧୁନିକ ମିଠା, ୧୫ଟି ବିଭିନ୍ନ ପ୍ରକାରର ଆଇସ୍ କ୍ରିମ୍, ପେଷ୍ଟ୍ରି, କେକ୍, ଗରମ ଏବଂ ଥଣ୍ଡା ପାନୀୟ ଏବଂ ଫଳ। ଏସବୁ ଖାଦ୍ୟ ଜିନିଷ ଜ୍ୱାଇଁପୁଅ ପାଇଁ ପରଷା ଯାଇଥିଲା।

କୃଷ୍ଣ ଜିଲ୍ଲାର ବାସିନ୍ଦା ଟି.ସୁବ୍ରମଣ୍ୟମ ଏବଂ ଅନ୍ନପୂର୍ଣ୍ଣା ପଶ୍ଚିମ ଗୋଦାବରୀର ସୁନା ବ୍ୟବସାୟୀ ଅତ୍ୟମ୍ ଭେଙ୍କେଟଶ୍ୱର ରାଓଙ୍କ ସହ ମାଧବୀଙ୍କ ଝିଅ କୁଣ୍ଡାଭିଙ୍କ ବିବାହ ସ୍ଥିର ହୋଇଛି। ଆଉ କିଛି ଦିନ ପରେ ଅତ୍ୟମ ଏବଂ କୁଣ୍ଡାଭିଙ୍କ ବିବାହ ହେବ। ତେବେ ଏହା ପୂର୍ବରୁ ମକର ସଂକ୍ରାନ୍ତି ଅବସରରେ ଭାବି ଜ୍ୱାଇଁଙ୍କୁ ଚର୍ଚ୍ଚା କରିଛନ୍ତି ପରିବାର ଲୋକେ। ଅତ୍ୟମଙ୍କ ଭାବି ଜେଜେ ଶ୍ୱଶୂର ଓ ଶାଶୁ ମିଶି ଜ୍ୱାଇଁ ପୁଅ ପାଇଁ ଏଭଳି ଗ୍ରାଣ୍ଡ ୱେଲ୍‌କମ୍‌ ପାର୍ଟିର ଆୟୋଜନ କରିଥିଲେ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।