Advertisment

ବିଚ୍‌ ରାସ୍ତାରେ ଅଟୋ ଡ୍ରାଇଭରକୁ ଚପଲରେ ସେକି ଦେଇ ଗଲେ ମହିଳା

ଲକ୍ଷ୍ନୌ: ପୁଣି ବିଚ୍‌ ରାସ୍ତାରେ ହେଲା ଚାପୁଡା କାଣ୍ଡ। କେବଳ ଚାପୁଡା ନୁହେଁ ଚପଲରେ ସେକି ଦେଇ ଗଲେ ମହିଳା। ଜଣେ ଅଟୋ ଡ୍ରାଇଭରଙ୍କୁ ସର୍ବସମ୍ମୁଖରେ ମାରିଲେ ମାଡ଼। ପୁଲିସ ଉପସ୍ଥିତିରେ ଡ୍ରାଇଭରଙ୍କୁ ମାଡ ଉପରେ ମାଡ ମାରି ଚାଲିଲେ ମହିଳା। ଏଭଳି ଘଟଣା ଘଟିଛି ପୁଣି ଥରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ। ସୂଚନା ମୁତାବକ ଲକ୍ଷ୍ନୌରେ ଜଣେ ଅଟୋ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ଜଣେ ମହିଳା ଚାପୁଡା ମାରି ସହ ଚପଲରେ ମାଡ ମାରିଛନ୍ତି। ଡ୍ରାଇଭର […]

ଅଦ୍ୟତନ ହୋଇଛି
ବିଚ୍‌ ରାସ୍ତାରେ ଅଟୋ ଡ୍ରାଇଭରକୁ ଚପଲରେ ସେକି ଦେଇ ଗଲେ ମହିଳା

Lucknow chappal kaand

Advertisment

ଲକ୍ଷ୍ନୌ: ପୁଣି ବିଚ୍‌ ରାସ୍ତାରେ ହେଲା ଚାପୁଡା କାଣ୍ଡ। କେବଳ ଚାପୁଡା ନୁହେଁ ଚପଲରେ ସେକି ଦେଇ ଗଲେ ମହିଳା। ଜଣେ ଅଟୋ ଡ୍ରାଇଭରଙ୍କୁ ସର୍ବସମ୍ମୁଖରେ ମାରିଲେ ମାଡ଼। ପୁଲିସ ଉପସ୍ଥିତିରେ ଡ୍ରାଇଭରଙ୍କୁ ମାଡ ଉପରେ ମାଡ ମାରି ଚାଲିଲେ ମହିଳା। ଏଭଳି ଘଟଣା ଘଟିଛି ପୁଣି ଥରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ।

Advertisment

ସୂଚନା ମୁତାବକ ଲକ୍ଷ୍ନୌରେ ଜଣେ ଅଟୋ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ଜଣେ ମହିଳା ଚାପୁଡା ମାରି ସହ ଚପଲରେ ମାଡ ମାରିଛନ୍ତି। ଡ୍ରାଇଭର ଜଣକ ପୂରା ଭଡା ମାଗିବା ପରେ ଦୁଇ ଜଣ ପୁରୁଷଙ୍କ ସାଙ୍ଗରେ ଥିବା ମହିଳା ଜଣକ ରାଗି ଯାଉଛନ୍ତି। ପରେ ସମସ୍ତ ଆଗରେ ଜୋତା କାଢ଼ି ତାଙ୍କୁ ପିଟୁଛନ୍ତି। ଏହାପରେ ଡ୍ରାଇଭର ଜଣକ ସେଠାରେ ଉପସ୍ଥିତ ଥିବା ଟ୍ରାଫିକ ପୁଲିସ ଏବଂ ହୋମଗାର୍ଡଙ୍କୁ ସହାୟତା ମାଗୁଛନ୍ତି। ପରେ ବଡ କଷ୍ଟରେ ଉକ୍ତ ମହିଳାଙ୍କ ଠାରୁ ଅଟୋ ଡ୍ରାଇଭରଙ୍କୁ ରକ୍ଷା କରୁଛନ୍ତି ଟ୍ରାଫିକ ପୁଲିସ। ଏହି ଭିଡିଓଟି ଏବେ ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ସେପଟେ ଥାନାରେ ଏହି ମାମଲାକୁ ନେଇ କୌଣସି ଅଭିଯୋଗ ହୋଇନାହିଁ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, କମ୍‌ ଭଡ଼ାକୁ ନେଇ ଏହି ଡ୍ରାଇଭର ଜଣକ ବିରୋଧ କରିଥିଲେ। ମହିଳା ଏବଂ ଦୁଇ ପୁରୁଷଙ୍କ ଠାରୁ ସେ ପୂରା ଭଡ଼ା ଟଙ୍କା ମାଗିଥିଲେ। ଏଥିରେ ମହିଳା ଜଣକ ରାଗି ଯାଇ ତାଙ୍କୁ ମାରପିଟ୍‌ କରିଥିବା ସେ କହିଛନ୍ତି। ସେପଟେ  ଭିଡ ବଢ଼ୁଥିବା ଦେଖି  ଘଟଣାସ୍ଥଳରୁ ହିଁ ମହିଳା ଏବଂ ଦୁଇ ପୁରୁଷ ଫେରାର ହୋଇଯାଇଥିବା ଟ୍ରାଫିକ୍‌ ପୁଲିସ ଜଣକ କହିଛନ୍ତି।

Advertisment

ଭିଡିଓଟି ସାମ୍ନାକୁ ଆସିବା ପରେ ଉକ୍ତ ମହିଳାଙ୍କୁ ଅନେକ ୟୁଜର୍ସ ସମାଲୋଚନା କରିଛନ୍ତି। ସେପଟେ ଆଉ କିଛି ସୋଶାଲ ମିଡିଆ ଷ୍ଟଣ୍ଟ ପାଇଁ ଏଭଳି କରାଯାଉଥିବା ଅଭିଯୋଗ ଉଠାଇଛନ୍ତି।

https://twitter.com/Zuhaibalam87/status/1429070058974703618?s=20

ଏହା ପୂର୍ବରୁ ମଧ୍ୟ ଲକ୍ଷ୍ନୌରେ ଏଭଳି ସମାନ ଘଟଣା ସାମ୍ନାକୁ ଆସିଥିଲା। ଜଣେ ଯୁବତୀ କ୍ୟାବ୍‌ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ମାଡ ମାରିଥିଲେ। ଗୋଟିଏ କି ଦୁଇଟି ନୁହେଁ ଲଗାତାର ସମସ୍ତଙ୍କ ସାମ୍ନାରେ ଯୁବତୀ ଜଣକ ଡ୍ରାଇଭରଙ୍କୁ ୨୧ଟି ଚାପୁଡା ମାରିଥିଲେ। ପରେ ଏହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଉକ୍ତ ଡ୍ରାଇଭର। ପୁଲିସ ମଧ୍ୟ ଅଭିଯୁକ୍ତ ଯୁବତୀଙ୍କ ନାଁରେ ମାମଲା ରୁଜୁ କରିଥିଲା। ପୁଲିସ ଏନେଇ ତଦନ୍ତ ଜାରି ରଖିଥିବା ବେଳେ ଏଯାଏଁ ଏହି ମାମଲା ଶାନ୍ତ ପଡି ନାହିଁ। ଯୁବତୀ ଜଣକଙ୍କୁ ତାଙ୍କର ଏଭଳି କାଣ୍ଡ ପାଇଁ ତାଙ୍କୁ ଚାରିଆଡୁ ବିରୋଧ କରାଯାଉଛି।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe