Advertisment

ଗେଣ୍ଡାର ଦାମ୍ ୧୮,୦୦୦

ନୂଆଦିଲ୍ଲୀ: ସାଧାରଣତଃ ବିଭିନ୍ନ ପ୍ରଜାତିର ମାଛ ହେଉ ଅବା ମାଂସ। ଏସବୁର ଦାମ୍ ଟିକେ ଅଧିକ ହୋଇଥାଏ। ଦୁର୍ଲଭ ଏବଂ ବଡ ପ୍ରଜାତିର ମାଛ ଗୁଡିକର ଦାମ୍ ଢ଼େର ଅଧିକ ଥାଏ। ତେବେ କେବେ କ’ଣ କୌଣସି ଗେଣ୍ଡାର ଦାମ୍ ୧୦ ହଜାରରୁ ଅଧିକ ହୋଇପାରେ କି? ନିକଟରେ ଏଭଳି ହିଁ ଏକ ଗେଣ୍ଡାକୁ ଦେଖିବାକୁ ମିଳିଛି ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା। ଏଠାକାର ନଦୀ କୂଳରେ ସାଧାରଣ […]

ଅଦ୍ୟତନ ହୋଇଛି
ଗେଣ୍ଡାର ଦାମ୍ ୧୮,୦୦୦

large snail

Advertisment

ନୂଆଦିଲ୍ଲୀ: ସାଧାରଣତଃ ବିଭିନ୍ନ ପ୍ରଜାତିର ମାଛ ହେଉ ଅବା ମାଂସ। ଏସବୁର ଦାମ୍ ଟିକେ ଅଧିକ ହୋଇଥାଏ। ଦୁର୍ଲଭ ଏବଂ ବଡ ପ୍ରଜାତିର ମାଛ ଗୁଡିକର ଦାମ୍ ଢ଼େର ଅଧିକ ଥାଏ। ତେବେ କେବେ କ’ଣ କୌଣସି ଗେଣ୍ଡାର ଦାମ୍ ୧୦ ହଜାରରୁ ଅଧିକ ହୋଇପାରେ କି? ନିକଟରେ ଏଭଳି ହିଁ ଏକ ଗେଣ୍ଡାକୁ ଦେଖିବାକୁ ମିଳିଛି ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ।

Advertisment

ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା। ଏଠାକାର ନଦୀ କୂଳରେ ସାଧାରଣ ଗେଣ୍ଡାଙ୍କ ତୁଳନାରେ ଏକ ବିରାଟକାୟ ଗେଣ୍ଡାକୁ ଦେଖିବାକୁ ମିଳିଥିଲା। ଏମାନେ ସମୁଦ୍ରରେ ରୁହନ୍ତି। ଏହାର ଓଜନ ୧୮ କେଜି ଥିବା ବେଳେ ନିଲାମରେ ୧୮ ହଜାର ଟଙ୍କାରେ ବିକ୍ରି ହୋଇଛି ଏହି ବିଶାଳ ଗେଣ୍ଡା।

ଏଏନ୍‌ଆଇ ଦେଇଥିବା ରିପୋର୍ଟ ମୁତାବକ, ଏହି ଗେଣ୍ଡାଟି ସିରିଂକ୍ସ ଅରୁଆନସ ପ୍ରଜାତିର, ଯାହା ବିଶ୍ୱର ସବୁଠୁ ବଡ ପ୍ରଜାତି ମଧ୍ୟରୁ ଗୋଟିଏ। ଏହା ଏକ ଉଭୟଚର ପ୍ରାଣୀ। ପ୍ରାୟ ୭୦ ସେମି ଯାଏଁ ଏମାନେ ନିଜ ଲମ୍ବକୁ ବଢ଼ାଇ ପାରନ୍ତି। ତେବେ ଏହି ମାଂସାହାରୀ ଗେଣ୍ଡା ଏବେ ବିଳୁପ୍ତ ହେବାକୁ ବସିଲାଣି। ଅନେକ ଲୋକେ ଏହି ଗେଣ୍ଡାର ଶିକାର କରି ଏହାର ଶରୀରକୁ ଆଭୂଷଣ ରୂପେ ପିନ୍ଧନ୍ତି।

Advertisment

କ୍ୱିନ୍ସଲ୍ୟାଣ୍ଡ ସଂଗ୍ରହାଳୟ ଅନୁସାରେ ଗହଣା ବା ନମୁନା ରୂପେ ଏହି ଗେଣ୍ଡାର ଢ଼େର ଲୋକପ୍ରିୟତା ରହିଛି। ତେଣୁ ବିରାଟକାୟ ଗେଣ୍ଡା ଏବେ ଏତେଟା ଆଉ ସହଜରେ ଦେଖିବାକୁ ମିଳେ ନାହିଁ।

https://twitter.com/ANI/status/1409133796616638464?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe