Advertisment

ହାଇୱେ ଡିଭାଇଡର୍‌ରେ ଚାଷ

ଭୋପାଲ: ମଧ୍ୟପ୍ରଦେଶ ଭୋପାଲରେ ଥିବା ଏହି ନ୍ୟାସନାଲ ହାଇୱେର ଡିଭାଇଡର୍‌କୁ ଭଲକରି ଦେଖନ୍ତୁ। ରାସ୍ତା ମଝିରେ ସୁନ୍ଦର ଭାବରେ ବଢ଼ିଥିବା ଯେଉଁ ଗଛଗୁଡ଼ିକୁ ଆପଣ ଦେଖୁଛନ୍ତି, ପ୍ରଶାସନ ଦ୍ୱାରା ଲଗାଯାଇଥିବା ଏହା କୌଣସି ଫୁଲ ଗଛ ନୁହେଁ, ଜଣେ କୃଷକ ଲଗାଇଥିବା ସୋୟାବିନ୍‌ ଗଛ। କଠିନ ପରିଶ୍ରମ କରି କୃଷକ ଜଣକ ଏଠାରେ ସୋୟାବିନ୍‌ ଚାଷ କରିବାରେ ସଫଳ ହୋଇଛନ୍ତି। ଏହି କୃଷକଙ୍କ ନାଁ ଲଲା ଯାଦବ। ନ୍ୟାସନାଲ ହାଇୱେ ଅଥୋରିଟିଙ୍କ ଦ୍ୱାରା ଏହି ରାଜପଥ ନିର୍ମାଣ […]

author-image
Puspanjali Panda
ଅଦ୍ୟତନ ହୋଇଛି
ହାଇୱେ ଡିଭାଇଡର୍‌ରେ ଚାଷ

farm1

ଭୋପାଲ: ମଧ୍ୟପ୍ରଦେଶ ଭୋପାଲରେ ଥିବା ଏହି ନ୍ୟାସନାଲ ହାଇୱେର ଡିଭାଇଡର୍‌କୁ ଭଲକରି ଦେଖନ୍ତୁ। ରାସ୍ତା ମଝିରେ ସୁନ୍ଦର ଭାବରେ ବଢ଼ିଥିବା ଯେଉଁ ଗଛଗୁଡ଼ିକୁ ଆପଣ ଦେଖୁଛନ୍ତି, ପ୍ରଶାସନ ଦ୍ୱାରା ଲଗାଯାଇଥିବା ଏହା କୌଣସି ଫୁଲ ଗଛ ନୁହେଁ, ଜଣେ କୃଷକ ଲଗାଇଥିବା ସୋୟାବିନ୍‌ ଗଛ। କଠିନ ପରିଶ୍ରମ କରି କୃଷକ ଜଣକ ଏଠାରେ ସୋୟାବିନ୍‌ ଚାଷ କରିବାରେ ସଫଳ ହୋଇଛନ୍ତି।

Advertisment

publive-image

ଏହି କୃଷକଙ୍କ ନାଁ ଲଲା ଯାଦବ। ନ୍ୟାସନାଲ ହାଇୱେ ଅଥୋରିଟିଙ୍କ ଦ୍ୱାରା ଏହି ରାଜପଥ ନିର୍ମାଣ ପରେ ଡିଭାଇଡରରେ ଫୁଲ ଗଛ ଲଗାଯିବାର ଥିଲା। ତେବେ ଫୁଲ ଗଛ ନଲଗାଯିବାରୁ ଲଲା ଯାଦବ ସେଠାରେ ସୋୟାବିନ୍‌ ଚାଷ କରିଛନ୍ତି। କିନ୍ତୁ ତାଙ୍କର ଏହି ଅଭିନବ ପ୍ରୟାସ ଦେଖିବା ପରେ ନ୍ୟାସନାଲ ହାଇୱେ ଅଥୋରିଟି ଅଫ୍‌ ଇଣ୍ଡିଆ ଏବେ ଚିନ୍ତାରେ ପଡ଼ିଯାଇଛି।

ରାସ୍ତା ମଝିରେ ଡିଭାଇଡର୍‌ରେ ଏହି ଫସଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଯାତାୟାତ କରୁଥିବା ବାଟୋଇ ଲଲା ଯାଦବଙ୍କର ଏହି ସୋୟାବିନ୍‌ ଚାଷ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି।

Advertisment

publive-image

ଲଲା ଯାଦବ କହିଛନ୍ତି ଯେ, ରାସ୍ତା ନିର୍ମାଣ କରୁଥିବା କମ୍ପାନୀକୁ ଡିଭାଇଡ୍‌ରେ ଫୁଲ ଗଛ ଲଗାଇବାର ଥିଲା। ହେଲେ ଗଛ ନଲଗାଇ କମ୍ପାନୀ କଳା ମାଟି ପକାଇ ଏହି ସ୍ଥାନକୁ ଖୋଲା ଛାଡ଼ି ଦେଇଥିଲେ। ଏହି ଡିଭାଇଡର୍‌ ଲମ୍ୱ ୩୦୦ ଫୁଟ୍‌ ଓ ଚଉଡ଼ା ୧୦ ଫୁଟ୍‌। ତେଣୁ ଏହାର ଲାଭ ଉଠାଇବାକୁ ଯାଇ ଏହି ସ୍ଥାନରେ ସେ ୫ କିଲୋ ସୋୟାବିନ୍‌ ମଞ୍ଜି ବୁଣିଥିଲେ। କିଛି ଦିନ ପରେ ଗଛ ହୋଇଥିଲା ଓ ଭଲ ଭାବେ ବଢ଼ିଥିଲା।

ରାସ୍ତା ମଝିରେ ସୋୟାବିନ୍‌ ଚାଷ ଖବର ପାଇବା ପରେ ପ୍ରଶାସନ ଏହାର ଯାଞ୍ଚ ଆରମ୍ଭ କରିଛି। ଯାଞ୍ଚ ପରେ ଲଲା ଯାଦବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।