Advertisment

'ଦାନ୍ତ ଉଠୁନି, ଖାଇ ପାରୁନୁ…' ମୋଦିଙ୍କୁ ଗୁହାରି କଲେ ଭାଇ ଭଉଣୀ

ଦିସପୁର: ‘ମୋଦି ଜୀ…ଆମ ଦାନ୍ତ ଉଠୁନି। ତିନୋଟି ଦାନ୍ତ ଝଡି ଯାଇଛି। ଖାଇବାରେ ଅସୁବିଧା ହେଉଛି। ନିଜ ମନପସନ୍ଦର ଖାଦ୍ୟ ଖାଇ ପାରୁନୁ। ଖାଦ୍ୟ ଚୋବାଇବାରେ ମଧ୍ୟ ଅସୁବିଧା ହେଉଛି। ତେଣୁ ତୁରନ୍ତୁ ଏହି ସମସ୍ୟାର ସମାଧାନ କରନ୍ତୁ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି କିଛି ଗୁହାରି କରିଛନ୍ତି ଆସାମର ଦୁଇ କୁନି ଭାଇ ଭଉଣୀ। ଏମାନଙ୍କ ଏହି ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆସାମର ୬ ବର୍ଷୀୟ ରଇସା […]

author-image
Madhupriya Mistry
ଅଦ୍ୟତନ ହୋଇଛି
'ଦାନ୍ତ ଉଠୁନି, ଖାଇ ପାରୁନୁ…' ମୋଦିଙ୍କୁ ଗୁହାରି କଲେ ଭାଇ ଭଉଣୀ

Letter to pm modi

ଦିସପୁର: 'ମୋଦି ଜୀ…ଆମ ଦାନ୍ତ ଉଠୁନି। ତିନୋଟି ଦାନ୍ତ ଝଡି ଯାଇଛି। ଖାଇବାରେ ଅସୁବିଧା ହେଉଛି। ନିଜ ମନପସନ୍ଦର ଖାଦ୍ୟ ଖାଇ ପାରୁନୁ। ଖାଦ୍ୟ ଚୋବାଇବାରେ ମଧ୍ୟ ଅସୁବିଧା ହେଉଛି। ତେଣୁ ତୁରନ୍ତୁ ଏହି ସମସ୍ୟାର ସମାଧାନ କରନ୍ତୁ।' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି କିଛି ଗୁହାରି କରିଛନ୍ତି ଆସାମର ଦୁଇ କୁନି ଭାଇ ଭଉଣୀ। ଏମାନଙ୍କ ଏହି ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଆସାମର ୬ ବର୍ଷୀୟ ରଇସା ରାବଜା ଅହମ୍ମଦ ଏବଂ ୫ ବର୍ଷୀୟ ଆର୍ଯ୍ୟନ ଅହମ୍ମଦ। ଏମାନେ ଦୁଇ ଜଣ ଭାଉଣୀ। ଏହି ଦୁଇ ଜଣ କୁନି କୁନି ଛୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆସାମା ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ୱା ଶର୍ମାଙ୍କ ପାଖକୁ ନିଜ ହାତରେ ଚିଠି ଲେଖିଛନ୍ତି। ଚିଠି ମାଧ୍ୟରେ ଏମାନେ ତାଙ୍କ ସମସ୍ୟା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମାଙ୍କୁ ଦୁଇଟି ପୃଥକ ଚିଠି ପଠାଯାଇଛି। ଚିଠିରେ ନିଜ ଦାନ୍ତ ବିଷୟରେ ରାବଜା ଏବଂ ଆର୍ଯ୍ୟନ ଅଭିଯୋଗ କରିଛନ୍ତି। ଉଭୟ ପିଲା କହିଛନ୍ତି, ଦାନ୍ତ ନଉଠିବା ଯୋଗୁଁ ସେମାନଙ୍କ ପ୍ରିୟ ଖାଦ୍ୟ ଚୋବାଇବା କଷ୍ଟକର ହୋଇପଡୁଛି। କାରଣ ସେମାନଙ୍କର ପିଲାଦିନର ଦାନ୍ତ ନଷ୍ଟ ହେବା ପରେ, ନୂଆ ଦାନ୍ତ ଉଠିବା ପାଇଁ ବହୁତ ସମୟ ଲାଗୁଛି। ସେଥିପାଇଁ ସେ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ସିଏମଙ୍କୁ ଚିଠି ଲେଖିଛନ୍ତି ଗୁହାରି କରିଛନ୍ତି।

Advertisment

ଫେସ୍‌ବୁକ୍‌ରେ ଏହି ଦୁଇ ଭାଇ ଭଉଣୀଙ୍କ ଚିଠିର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟଟିକୁ ଦୁଇ ପିଲାଙ୍କ ଦାଦା ମୁଖତାର ଅହମ୍ମଦ ଶେଆର କରିଛନ୍ତି। ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, 'ନରେନ୍ଦ୍ର ମୋଦି ଜୀ ଏବଂ ହିମନ୍ତ ବିଶ୍ୱ ଶର୍ମା ଜୀ, ମୋ ଝିଆରୀ ରାବଜା ଏବଂ ପୁତୁରା ଆର୍ଯ୍ୟନଙ୍କ ତରଫରୁ ଏହା ଲେଖାଯାଇଛି। ମୁଁ ଘରେ ନାହିଁ, ଡ୍ୟୁଟିରେ ଅଛି। ଦୟାକରି ସେମାନଙ୍କ ଦାନ୍ତ ପାଇଁ କିଛି ଆବଶ୍ୟକ ପଦେକ୍ଷପ ନିଅନ୍ତୁ।' ଏହି ପୋଷ୍ଟଟିକୁ ୨୫ ସେପ୍ଟେମ୍ବରରେ ଶେଆର କରାଯାଇଥିଲା। କୁନି ଝିଆଙ୍କ ଏହି କ୍ୟୁଟ୍‌ ଗୁହାରିକୁ ସୋଶାଲ ମିଡିଆରେ ଖୁବ ପସନ୍ଦ କରାଯାଉଛି। ୟୁଜର୍ସମାନେ ଏହି ପୋଷ୍ଟରେ ବେଶ୍‌ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି।