Advertisment

ମଝି ସମୁଦ୍ରରେ ଆତଙ୍କ, ୮୦୦ ଯାତ୍ରୀଙ୍କୁ କରୋନା

ସିଡ୍‌ନୀ: ମଝି ସମୁଦ୍ରରେ ଖେଳିଗଲା ଆତଙ୍କ। ଭୟରେ ପରିଣତ ହୋଇଗଲା ଖୁସି। ଅଧାରେ ଅଟକି ଗଲା ଯାତ୍ରା। ପାଣି ଫାଟିଗଲା କ୍ରୁଜ ହଲିଡେ’ ଟ୍ରିପ୍। କ୍ରୁଜ ଭିତରୁ ୮୦୦ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ମେଜେଷ୍ଟିକ୍ ପ୍ରିନ୍ସେନ କ୍ରୁଜ୍‌ରେ। ହଲିଡେ’ ଟ୍ରିପ୍ ପାଇଁ ଏହି ଲଗ୍‌ଜୁରୀ ଜାହାଜଟି ନ୍ୟୁଜିଲାଣ୍ଡରୁ ବାହାରିଥିଲା। ଏହି କ୍ରୁଜରେ ଚାଳକଙ୍କୁ ମିଶାଇ ମୋଟ ୪,୬୦୦ ଯାତ୍ରୀ ଥିଲେ। ତେବେ ଯାଞ୍ଚ ବେଳେ ୮୦୦ […]

ଅଦ୍ୟତନ ହୋଇଛି
ମଝି ସମୁଦ୍ରରେ ଆତଙ୍କ, ୮୦୦ ଯାତ୍ରୀଙ୍କୁ କରୋନା

australia-holiday-cruise-ship-docks

Advertisment

ସିଡ୍‌ନୀ: ମଝି ସମୁଦ୍ରରେ ଖେଳିଗଲା ଆତଙ୍କ। ଭୟରେ ପରିଣତ ହୋଇଗଲା ଖୁସି। ଅଧାରେ ଅଟକି ଗଲା ଯାତ୍ରା। ପାଣି ଫାଟିଗଲା କ୍ରୁଜ ହଲିଡେ’ ଟ୍ରିପ୍। କ୍ରୁଜ ଭିତରୁ ୮୦୦ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ମେଜେଷ୍ଟିକ୍ ପ୍ରିନ୍ସେନ କ୍ରୁଜ୍‌ରେ।

Advertisment

ହଲିଡେ’ ଟ୍ରିପ୍ ପାଇଁ ଏହି ଲଗ୍‌ଜୁରୀ ଜାହାଜଟି ନ୍ୟୁଜିଲାଣ୍ଡରୁ ବାହାରିଥିଲା। ଏହି କ୍ରୁଜରେ ଚାଳକଙ୍କୁ ମିଶାଇ ମୋଟ ୪,୬୦୦ ଯାତ୍ରୀ ଥିଲେ। ତେବେ ଯାଞ୍ଚ ବେଳେ ୮୦୦ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏତେ ବଡ ସଂଖ୍ୟାରେ କରୋନା ପଜିଟିଭ ସାମ୍ନାକୁ ଆସିବା ପରେ ଜାହାଜ ଭିତରେ ଆତଙ୍କ ଖେଳିଯାଇଛି। ଫଳରେ ଅଧାରାସ୍ତାରେ ସିଡ୍‌ନୀ ସହରରେ କ୍ରୁଜକୁ ଅଟକାଇବାକୁ ପଡିଛି।

ଅଷ୍ଟ୍ରେଲିଆ କ୍ରୁଜ କାର୍ନିଭାଲ୍ ସଭାପତି ମାରଗୁଏରିଟ୍ ଫିଟଜଗେରାଲ୍ଡ କହିଛନ୍ତି, ଏହି ହଲିଡେ’ ଟ୍ରିପ୍ ୧୨ ଦିନର ଥିଲା। ଏହି ଟ୍ରିପ୍‌ରେ ବହୁ ସଂଖ୍ୟକ ଯାତ୍ରୀ ସାମିଲ ହୋଇଥିଲେ। ତେବେ କରୋନା ଯାଞ୍ଚ ବେଳେ ଅଧିକାଂଶ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆ ମନ୍ତ୍ରୀ କ୍ଲେୟର ଓନିଲ୍ ଶନିବାର ସାଧାରଣ ଜନତାଙ୍କୁ ଆଶ୍ୱସ୍ତ ରହିବା ପାଇଁ ନିବେଦନ କରିଛନ୍ତି।

Advertisment

ସେପଟେ ଏହି ଖବର ସାମ୍ନାକୁ ଆସବା ପରେ ଜାହାଜ କାର୍ଯ୍ୟ ବନ୍ଦ କରାଯାଇଛି। ଅଧିକାରୀମାନେ ନିୟମିତ କରୋନା ପ୍ରଟୋକଲ ପାଳନ କରୁଛନ୍ତି। ନ୍ୟୁ ସାଉଥ ୱେଲ୍ସ ସ୍ୱାସ୍ଥ୍ୟବିଭାଗ କ୍ରୁଜ ଭିତରୁ ଯାତ୍ରୀଙ୍କୁ କିଭଳି ବାହାରକୁ ଅଣାଯିବ ତାହା ନିର୍ଦ୍ଧାରିତ କରିବ। ଏଜେନ୍ସି ଯାତ୍ରୀ ଓ ଚାଳକ ଦଳର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ନରଜ ରଖିଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ଅଷ୍ଟ୍ରେଲିଆରେ ଲଗାତର କରୋନା ମାମଲା ବଢ଼ିବାରେ ଲାଗିଛି। ଏଠାରେ ପରିସ୍ଥିତି ଚିନ୍ତା ଜନକ ରହିଛି। ରିପୋର୍ଟ ମୁତାବକ, ୨୦୨୦ ପ୍ରାରମ୍ଭରେ ମଧ୍ୟ ସମାନ କମ୍ପାନୀର ଜାହାଜରେ ବହୁ ସଂଖ୍ୟକ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ରୁବି ପ୍ରିନ୍ସେସ୍ ନାମକ ସେହି କ୍ରୁଜ୍ ଜାହାଜରେ ପ୍ରାୟ ୯୦୦ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe