/odisha-reporter/media/post_attachments/uploads/2022/11/azeem-masoori-bushra-married-.jpg)
azeem-masoori-bushra-married-
ଲକ୍ଷ୍ନୌ: ଅଢେଇ ଫୁଟ୍ର ବରକୁ ୩ ଫୁଟ୍ର କନିଆଁ । ଶୁଣିବାକୁ ନିହାତି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏଭଳି ଏକ ନିଆରା ବାହାଘର ହୋଇଛି ଉତ୍ତରପ୍ରଦେଶରେ। ଉଭୟ ପରସ୍ପରକୁ ସାତ ଜନ୍ମର ସାଥୀ କରିଛନ୍ତି।
![]()
ୟୁପି ଶାମଲି ଅଞ୍ଚଳର ବର ଅଜିମ ମନସୁରୀ ବିବାହ କରିଥିଲେ ହାପୁର ଅଞ୍ଚଳର କନିଆଁ ବୁଶାରାଙ୍କୁ। ଅଜିମ ମନସୁରୀଙ୍କ ଉଚ୍ଚତା୨ ଫୁଟ ୩ ଇଞ୍ଚ ହୋଇଥିବାବେଳେ କନିଆଁ ବୁଶାରାଙ୍କ ଉଚ୍ଚତା ରହିଛି ୩ ଫୁଟ୍। ଶାମଲିରୁ ବରଯାତ୍ରୀ ନେଇ ହାପୁରକୁ ଯାଇଥିଲେ ଅଜିମ ମନସୁରୀ। ବେଶ ଧୁମଧାମରେ ହୋଇଥିଲା ଏହି ବାହାଘର। ବରଯାତ୍ରାରେ ଅଜିମଙ୍କ ପରିବାର ସହ ସାଙ୍ଗସାଥି ସାମିଲ ହୋଇଥିଲେ।
/odisha-reporter/media/post_attachments/aajtak/images/photo_gallery/202211/9_1.jpg)
ବର ଅଜିମ ଏବଂ କନିଆଁ ବୁଶାରା ଉଭୟ ପରସ୍ପରଙ୍କୁ ୨୦୨୧ରେ ଭେଟିଥିଲେ। ଗତବର୍ଷ ଏପ୍ରିଲରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ତେବେ ବୁଶାରା ଡିଗ୍ରୀ ପଢୁଥିବାରୁ ବିବାହ ଉତ୍ସବକୁ ଘୁଞ୍ଚାଇ ଦେଇଥିଲେ। ଏବେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।
![]()
ପୂର୍ବରୁ ୨୦୧୯ରେ ନିଜ ପାଇଁ କନିଆଁ ଖୋଜିଥିଲେ ଅଜିମ। ଉଚ୍ଚତା ମାତ୍ର ଅଢେଇ ଫୁଟ୍ ଥିବାରୁ ତାଙ୍କୁ କନିଆଁ ଖୋଜିବାକୁ ଅନେକ ପରିଶ୍ରମ କରିବାକୁ ପଡିଥିଲା। ଏଥିପାଇଁ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ମଧ୍ୟ ଜଣାଇଥିଲେ। ଶେଷରେ ପଞ୍ଚମ ଶ୍ରେଣୀରୁ ପାଠ ଛାଡିଥିବା ଅଜିମଙ୍କୁ ମିଳିଥିଲେ ସ୍ନାତକ ଡିଗ୍ରୀ ପଢୁଆ ଝିଅ।
/odisha-reporter/media/post_attachments/aajtak/images/assets/202211/8.jpg)
ଅଜିମ ତାଙ୍କର ବାହାଘରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିମନ୍ତ୍ରଣପତ୍ର ପଠାଇଥିଲେ। ବିବାହରେ ଅଜିମ ଏକ ସ୍ୱତନ୍ତ୍ର ଶେରଓ୍ୱାନୀ ପିନ୍ଧିଥିଲେ । ଅଜିମ ଏକ କସମେଟିକ୍ ଷ୍ଟୋର କରିଛନ୍ତି। ସେ ଏଥିରୁ ଢେର ରୋଜଗାର କରୁଛନ୍ତି। ପଞ୍ଚମ ପଢିବାବେଳେ ସହପାଠୀ ତାଙ୍କର ଉଚ୍ଚତାକୁ ନେଇ ମଜା କରିବା ପରେ ସେ ପଢିବା ଛାଡି ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
