Advertisment

ଆକାଶରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ, ଭାଇରାଲ୍‌ ହେଲା ଫଟୋ

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନେ ଏବେ ନିଜ ନିଜର ଘରେ ରହିଛନ୍ତି। କରୋନା ମହାମାରୀ ମଧ୍ୟରେ ଆମେ ବାସ୍ତବିକ ଜୀବନ ଓ ଭର୍ଚୁଆଲ୍ ଦୁନିଆରୁ ଶୁଣିବାକୁ ପାଉଛୁ। ତେବେ ଏହି ମହାମାରୀର କଠିନ ସମୟରେ ସମସ୍ତେ ହୃଦୟକୁ ଛୁଇଁଲା ଭଳି ସୃଜନଶୀଳ ଜିନିଷ ଦେଖିବାକୁ ପସନ୍ଦ କରନ୍ତି । ଏଭଳି କିଛି ପ୍ରକୃତିର ଚମତ୍କାର ଦୃଶ୍ୟ ସୋମବାର ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପରେ ଲୋକେ ବହୁତ ଖୁସି ହୋଇଛନ୍ତି। ବାସ୍ତବରେ ବେଙ୍ଗାଲୁରୁର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆକାଶରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ, ଭାଇରାଲ୍‌ ହେଲା ଫଟୋ

sky

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନେ ଏବେ ନିଜ ନିଜର ଘରେ ରହିଛନ୍ତି। କରୋନା ମହାମାରୀ ମଧ୍ୟରେ ଆମେ ବାସ୍ତବିକ ଜୀବନ ଓ ଭର୍ଚୁଆଲ୍ ଦୁନିଆରୁ ଶୁଣିବାକୁ ପାଉଛୁ। ତେବେ ଏହି ମହାମାରୀର କଠିନ ସମୟରେ ସମସ୍ତେ ହୃଦୟକୁ ଛୁଇଁଲା ଭଳି ସୃଜନଶୀଳ ଜିନିଷ ଦେଖିବାକୁ ପସନ୍ଦ କରନ୍ତି । ଏଭଳି କିଛି ପ୍ରକୃତିର ଚମତ୍କାର ଦୃଶ୍ୟ ସୋମବାର ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପରେ ଲୋକେ ବହୁତ ଖୁସି ହୋଇଛନ୍ତି।

Advertisment

ବାସ୍ତବରେ ବେଙ୍ଗାଲୁରୁର ଲୋକେ ଯେତେବେଳେ ସୋମବାର ସକାଳେ ଉଠିଲେ, ସେମାନଙ୍କ ନଜର ଆକାଶ ଉପରେ ପଡ଼ିଥିଲା। ଆକାଶରେ ସେମାନେ ଯାହା ଦେଖିଲେ, ଅତ୍ୟନ୍ତ ସୌନ୍ଦର୍ଯ୍ୟ ଭରା ଥିଲା। ଲୋକେ ସକାଳୁ ସକାଳୁ ସୂର୍ଯ୍ୟଙ୍କ ଚାରିପଟେ ଏକ ରଙ୍ଗୀନ ‘ଇନ୍ଦ୍ର ଧନୁ’ ସଦୃଶ ପ୍ରଭାମଣ୍ଡଳ ଦେଖିବାକୁ ପାଇଲେ। ସୂର୍ଯ୍ୟଙ୍କ ଚାରିପଟେ ଘେରି ରହିଥିବା ଏହି ପ୍ରଭାମଣ୍ଡଳ ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥିଲା। ଏହି ଚମତ୍କାର ଦୃଶ୍ୟକୁ ଦେଖିବା ପରେ ଲୋକେ ନିଜ କ୍ୟାମେରାରେ ଏହାକୁ କଏଦ କରିଥିଲେ। ଯାହା ପରେ ଲୋକେ ଲୋକମାନେ ସୋଶାଲ ମିଡିଆରେ ଏହି ସୌନ୍ଦର୍ଯ୍ୟ ଭରା ଦୃଶ୍ୟକୁ ଶେଆର୍ କରିଥିଲେ।

https://twitter.com/samyuktahornad/status/1396732929175265280?s=20

ଟ୍ୱିଟରରେ ସମୟୁକ୍ତା ହୋରନାଡ ନାମକ ଜଣେ ୟୁଜର ଲେଖିଛନ୍ତି - ‘ଇନ୍ଦ୍ରଧନୁ’ ପରି ‘ପ୍ରଭାମଣ୍ଡଳ’ ଏବେ ସୂର୍ଯ୍ୟକୁ ଏକ ବୃତ୍ତରେ ଘେରି ରଖିଛି। ଏହାକୁ ଯାଦୁ କହିପାରିବା, ଏହାକୁ ସତ୍ୟ କହିପାରିବା, ଏହି ଅପୂର୍ବ ଘଟଣାକୁ ପ୍ରଭାମଣ୍ଡଳ କୁହାଯାଏ। ଏହା ବାୟୁମଣ୍ଡଳରେ ବରଫର କ୍ରିଷ୍ଟଲ୍ ସହ ଆଲୋକ ସମ୍ପର୍କରେ ଆସୁଥିବାର କାରଣ ମଧ୍ୟ ହୋଇଥାଏ।

Advertisment

https://twitter.com/PCMohanMP/status/1396762372983775235?s=20

https://twitter.com/Bikram2051/status/1396764863343468547?s=20

ବେଙ୍ଗାଲୁରୁର ଲୋକସଭା ସାଂସଦ ପିସି ମୋହନ ମଧ୍ୟ ନିଜର ଟୁଇଟରରେ ଏହି ଚମତ୍କାର ଦୃଶ୍ୟର ତିନୋଟି ଫଟୋ ଶେଆର୍ କରିଛନ୍ତି। ସୋମବାର ସକାଳେ ବେଙ୍ଗାଲୁରୁର ଆକାଶରେ ଅନନ୍ୟ 'ପ୍ରଭା ମଣ୍ଡଳ'ର ଚମତ୍କାର ଦୃଶ୍ୟ ଦେଖି ସମସ୍ତେ ଖୁସି ହୋଇଛନ୍ତି। ଲୋକମାନେ ଏହି ଫଟୋକୁ ଟ୍ୱିଟରରେ ଶେଆର କରିବା ସହ ନିଜ ନିଜର ମୋବାଇଲରେ ସାଇତି ରଖିଛନ୍ତି। ଯାହାକୁ ନିଜେ ଓ ସେମାନଙ୍କର ପରିବାର ଅନେକ ଥର ଦେଖି ସାରିଛନ୍ତି। କାରଣ ଲୋକମାନଙ୍କୁ ଏହି ଚମତ୍କାର ଦୃଶ୍ୟ ଦେଖି ବହୁତ ଶାନ୍ତି ମିଳୁଛି ।