Advertisment

ଚର୍ଚ୍ଚାରେ 'ଆଣ୍ଟିଭାଇରସ୍ ଟିଫିନ୍ ସେଣ୍ଟର'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ମହାମାରୀ ଚାଲିଥିବା ବେଳେ ସମସ୍ତେ ସଂକ୍ରମିତ ନ ହେବାକୁ ଚେଷ୍ଟା କରୁଛନ୍ତି। ନିଜ ନିଜ ବ୍ୟବସ୍ଥାରେ ନାନା ପ୍ରକାର ଉପାୟ ମଧ୍ୟ ଆପଣାଉଛନ୍ତି। ଏଭଳି ପରିସ୍ଥିତିରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଉଛି। ତେବେ ବ୍ରହ୍ମପୁରର ଏକ ଟିଫିନ୍ ସେଣ୍ଟର ଏହି ପରିପ୍ରେକ୍ଷୀରେ ଏବେ ଖୁବ୍ ଚର୍ଚ୍ଚାରେ… ତାଜା ଓ ସୁସ୍ଥ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ। ଆଉ ଏବେ କରୋନା କାଳରେ ଭଲ ଖାଦ୍ୟ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଚର୍ଚ୍ଚାରେ 'ଆଣ୍ଟିଭାଇରସ୍ ଟିଫିନ୍ ସେଣ୍ଟର'

viral picture

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ମହାମାରୀ ଚାଲିଥିବା ବେଳେ ସମସ୍ତେ ସଂକ୍ରମିତ ନ ହେବାକୁ ଚେଷ୍ଟା କରୁଛନ୍ତି। ନିଜ ନିଜ ବ୍ୟବସ୍ଥାରେ ନାନା ପ୍ରକାର ଉପାୟ ମଧ୍ୟ ଆପଣାଉଛନ୍ତି। ଏଭଳି ପରିସ୍ଥିତିରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଉଛି। ତେବେ ବ୍ରହ୍ମପୁରର ଏକ ଟିଫିନ୍ ସେଣ୍ଟର ଏହି ପରିପ୍ରେକ୍ଷୀରେ ଏବେ ଖୁବ୍ ଚର୍ଚ୍ଚାରେ...

Advertisment

publive-image

ତାଜା ଓ ସୁସ୍ଥ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ। ଆଉ ଏବେ କରୋନା କାଳରେ ଭଲ ଖାଦ୍ୟ ଖାଇବା ଆବଶ୍ୟକ। ଏହି କନସେପ୍ଟକୁ ନଜରରେ ରଖି ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଏହି ଟିଫିନ୍ ସେଣ୍ଟର ଆଜି ଚର୍ଚ୍ଚାରେ। ଟିଫିନ୍ ସେଣ୍ଟରର ନାଁ 'ଆଣ୍ଟିଭାଇରସ୍ ଟିଫିନ୍ ସେଣ୍ଟର।'

Berhampur Special Anta Pakudi/tana pakudi/khasta pakoda/ରଜ ସ୍ପେସାଲ୍/odia food/roshnsicuisine – roshniscuisine

ନିକଟରେ ଜଣେ ସୋଶାଲ ମିଡିଆରେ ଏହି ଆଣ୍ଟିଭାଇରସ୍ ଟିଫିନ୍ ସେଣ୍ଟରର ଫଟୋ ଶେୟାର କରିଥିଲେ। ହେଲେ ପରେ ଏହା ଭାଇରାଲ ହୋଇଯାଇଛି। ବ୍ରହ୍ମପୁରର ରାସ୍ତା କଡ଼ରେ ଥିବା ଏହି ଟିଫିନ୍ ସେଣ୍ଟରକୁ ନେଇ ସୋଶାଲ ମିଡିଆ, ରିଜନାଲ ମିଡିଆ ତଥା ନ୍ୟାସନାଲ ମିଡିଆ ସବୁଆଡ଼େ ଚର୍ଚ୍ଚା ଲାଗି ରହିଛି।

Advertisment

publive-image

ଏହି ଟିଫିନ ସେଣ୍ଟର ଗାନ୍ଧୀନଗର ରାସ୍ତା କଡ଼ରେ ରହିଛି। ଏଠାରେ ଗରମ ଗରମ ପାଟି ସୁଆଦିଆ ଇଡଲୀ, ଡୋସା, ଉପମା, ବରା, ପୁରୀ ଏବଂ ପକୁଡ଼ି ମିଳିଥାଏ। ପ୍ରତ୍ୟହ ଏଠାକୁ ଅନେକ ଲୋକ ଖାଇବାକୁ ଲମ୍ବା ଲାଇନ୍ ଲଗାଇଥାନ୍ତି। ହେଲେ ଏଠାରେ ବସିବାର ବ୍ୟବସ୍ଥା ନାହିଁ, ଲୋକେ ଠିଆ ହୋଇ ଖାଇଥାନ୍ତି।

Social Media