Advertisment

`ଭାଗ୍‌ କରୋନା ଭାଗ୍‌' ଅଭିଯାନ, ହାତରେ ନିଆଁ ହୁଳା ଧରି ଦୌଡିଲେ ଗ୍ରାମବାସୀ

ଭୋପାଲ: କରୋନାରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ଏକମାତ୍ର ବିକଳ୍ପ। ସବୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରମାନେ ଏହି ପରାମର୍ଶ ଦେଇଛନ୍ତି। କିନ୍ତୁ ନିକଟରେ ଏକ ଗାଁର ଲୋକେ କରୋନାକୁ ଦୂରେଇବା ପାଇଁ ନିଆରା ଉପାୟ ଆପଣାଇଛନ୍ତି। ରାତି ଅଧରେ ନିଆଁ ହୁଳା ଧରି ଭାଗ୍‌ କରୋନା ଭାଗ କହି ରାସ୍ତାରେ ଦୌଡିଛନ୍ତି। ମଧ୍ୟପ୍ରଦେଶ ଅଗର ମାଲୱା ଜିଲ୍ଲାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। […]

ଅଦ୍ୟତନ ହୋଇଛି
`ଭାଗ୍‌ କରୋନା ଭାଗ୍‌' ଅଭିଯାନ, ହାତରେ ନିଆଁ ହୁଳା ଧରି ଦୌଡିଲେ ଗ୍ରାମବାସୀ

village run with torches to drive away coronavirus

Advertisment

ଭୋପାଲ: କରୋନାରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ଏକମାତ୍ର ବିକଳ୍ପ। ସବୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରମାନେ ଏହି ପରାମର୍ଶ ଦେଇଛନ୍ତି। କିନ୍ତୁ ନିକଟରେ ଏକ ଗାଁର ଲୋକେ କରୋନାକୁ ଦୂରେଇବା ପାଇଁ ନିଆରା ଉପାୟ ଆପଣାଇଛନ୍ତି। ରାତି ଅଧରେ ନିଆଁ ହୁଳା ଧରି ଭାଗ୍‌ କରୋନା ଭାଗ କହି ରାସ୍ତାରେ ଦୌଡିଛନ୍ତି।

Advertisment

ମଧ୍ୟପ୍ରଦେଶ ଅଗର ମାଲୱା ଜିଲ୍ଲାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। କରୋନାରୁ ବଞ୍ଚିବା ପାଇଁ ଏଠାକାର ଗାଁ ଲୋକେ ଅନ୍ଧବିଶ୍ୱାସର ମାୟାରେ ବାୟା ହୋଇଯାଇଛନ୍ତି।  ନିଆଁ ହୁଳା ଧରି ଗାଁ ସାରା ଦୌଡିଛନ୍ତି। ଅଗର ଜିଲ୍ଲାର ଗଣେଶପୁରା ଗାଁରେ `ଭାଗ୍‌ କରୋନା ଭାଗ୍‌' ନାରା ଦେଇ ବଡ ସଂଖ୍ୟାରେ ଲୋକେ ଏକାଠି ହୋଇ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗାଁରୁ ଯେକୌଣସି ବି ମହାମାରୀକୁ ଦୂର କରିବା ପାଇଁ ଏହି ଉପାୟ ବେଶ୍‌ ପୁରୁଣା ବୋଲି ଗ୍ରାମବାସୀମାନେ କୁହନ୍ତି। ଏଭଳି କରିବା ଦ୍ୱାରା ଗାଁରୁ କରୋନା ଦୂର ହୋବା ସହ ଲୋକଙ୍କ ଜୀବନ ବଞ୍ଚିଯିବ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି। ସେମାନେ କୁହନ୍ତି ଯେ, ତାଙ୍କ ପୂର୍ବପୁରୁଷମାନେ ଯେତେବଳେ ଗାଁକୁ କୌଣସି ମହାମାରୀ ଆସେ ସେତେବେଳେ ସେହି ମହାମାରୀର ନାଁ ଧରି ରବିବାର ଓ ବୁଧବାର ରାତିରେ ଲୋକେ ନିଆଁ ହୁଳା ଧରି ଦୌଡୁଥିଲେ। ଏହାପରେ ସେହି ନୁଆଁ ହୁଳାକୁ ଗାଁର କୌଣସି ଏକ ଅଜ୍ଞାତ ସ୍ଥାନରେ ପକାଇ ଦେଉଥିଲେ। ଏହାପରେ ମହମାରୀର ପ୍ରକୋପ ଗାଁରୁ ହଟି ଯାଉଥିଲା। ତେଣୁ ଆମେ ବି ପୂର୍ବପୁରୁଷଙ୍କ କହିବା କଥାକୁ ପାଳନ କରୁଛୁ ବୋଲି ସେମାନେ କହିଛନ୍ତି।

Advertisment

ଗ୍ରାମବାସୀଙ୍କ ଏହି `ଭାଗ୍‌ କରୋନା ଭାଗ୍‌' ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁଠି ଚିକିତ୍ସା ଓ ଔଷଧ ଫେଲ୍‌ ମାରୁଛି ସେଠି ଏଭଳି ଅନ୍ଧବିଶ୍ୱାସ କାମ ଦେବ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe