Advertisment

ବିଶାଳ ବର୍ଗର, ଓଜନ ଜାଣିଲେ ଉଡ଼ିିଯିବ ହୋସ୍‌

ନୂଆଦିଲ୍ଲୀ: ସାଧାରଣତଃ ବର୍ଗର ଖାଇବା ପାଇଁ ଆଜିକାଲିର ଯୁବପିଢ଼ି ଭାରି ଭଲ ପାଆନ୍ତି। ପିଲାଠାରୁ ଆରମ୍ଭ କରି ମଧ୍ୟମ ବୟସ୍କ ବର୍ଗର ଖାଇବା ପ୍ରତି ଆକୃଷ୍ଟ ହୁଅନ୍ତି। ଏହି ବର୍ଗର ସାଧାରଣତଃ ଏକ ବଡ ଗିନା ବା ବଲ୍ ଆକାରର ହୋଇଥାଏ। ଏହାକୁ ଲୋକେ ବେଶ୍ ଆନନ୍ଦର ସହ ଖାଇଥାନ୍ତି। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ଏହି ବର୍ଗର ଆକାରକୁ ବଦଳାଇ ଦେଇଛନ୍ତି। ସେ ତିଆରି କିରଛନ୍ତି ବିଶାଲ ବର୍ଗର, ଯାହାର ଓଜନ ୪୦ କିଲୋଗ୍ରାମ ଥିବା […]

ଅଦ୍ୟତନ ହୋଇଛି
ବିଶାଳ ବର୍ଗର, ଓଜନ ଜାଣିଲେ ଉଡ଼ିିଯିବ ହୋସ୍‌

biggest-burger

Advertisment

ନୂଆଦିଲ୍ଲୀ: ସାଧାରଣତଃ ବର୍ଗର ଖାଇବା ପାଇଁ ଆଜିକାଲିର ଯୁବପିଢ଼ି ଭାରି ଭଲ ପାଆନ୍ତି। ପିଲାଠାରୁ ଆରମ୍ଭ କରି ମଧ୍ୟମ ବୟସ୍କ ବର୍ଗର ଖାଇବା ପ୍ରତି ଆକୃଷ୍ଟ ହୁଅନ୍ତି। ଏହି ବର୍ଗର ସାଧାରଣତଃ ଏକ ବଡ ଗିନା ବା ବଲ୍ ଆକାରର ହୋଇଥାଏ। ଏହାକୁ ଲୋକେ ବେଶ୍ ଆନନ୍ଦର ସହ ଖାଇଥାନ୍ତି। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ଏହି ବର୍ଗର ଆକାରକୁ ବଦଳାଇ ଦେଇଛନ୍ତି। ସେ ତିଆରି କିରଛନ୍ତି ବିଶାଲ ବର୍ଗର, ଯାହାର ଓଜନ ୪୦ କିଲୋଗ୍ରାମ ଥିବା କୁହାଯାଉଛି।

Advertisment

ପଞ୍ଜାବ ହୋସିଆର୍‌ପୁରର ବର୍ଗର ଚାଚା ନାଁରେ ପ୍ରସିଦ୍ଧ ବ୍ୟକ୍ତି ସବୁଠୁ ବଡ ବର୍ଗର ତିଆରି କରିଥିବା ଦାବି କରିଛନ୍ତି। ଏହି ବର୍ଗରକୁ ତିଆରି କରିବା ପାଇଁ ୧୨ କେଜିର ଡବଲ ରୁଟି, ୧୬ କେଜି ପନିପରିବା, ୫ରୁ୬ କିଲୋ ସସ୍‌, ୧ କିଲୋ ପନିର୍‌, ୫ରୁ ୬ କିଲୋ ଡାଲି ବ୍ୟବହାର କରାଯାଇଥିବା ଜଣାପଡିଛି।

40 किलो का बर्गर

ଏହି ବିଶାଳ ବର୍ଗରକୁ ତିଆରି କରିଥିବା ବ୍ୟକ୍ତି ଜଣକ ଏହା ଭାରତର ସବୁଠୁ ବଡ ବର୍ଗର ବୋଲି ଦାବି କରିଛନ୍ତି। ଏହାପୂର୍ବରୁ ମଧ୍ୟ ବର୍ଗର ଚାଚା ନାଁରେ ପ୍ରସିଦ୍ଧ ଏହି ବ୍ୟକ୍ତି ନିଜ ନାଁରେ ଅନେକ ରେକର୍ଡ କରିସାରିଛନ୍ତି।

Advertisment

ବର୍ଗର ଚାଚାଙ୍କ କହିବା ମୁତାବକ, ସେ ସର୍ବଦା କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। ତାଙ୍କର ଏହି ବିଶାଳ ବର୍ଗରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି। ଯେତେବେଳେ ସେ ଏହି ବର୍ଗରକୁ ତିଆରି କିରବା ଆରମ୍ଭ କରିଥିଲେ ସେତେବେଳେ ଏହାର ଓଜନ ପ୍ରାୟ ୩୦ କେଜି ଥିଲା। ପରେ ସେ ଏହାକୁ ୪୦ କେଜି ଯାଏଁ ବଢ଼ାଇବାକୁ ଚିନ୍ତା କରିଥିଲେ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ବର୍ଗର ଚାଚାଙ୍କ ବର୍ଗର କେବଳ ଦେଖିବାକୁ ସୁନ୍ଦର ନୁହେଁ ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ। ସମସ୍ତଙ୍କୁ ଏହି ଅଦ୍ଭୁତ ବର୍ଗର ସ୍ୱାଦ ଚାଖିବା ଉଚିତ। ସେପଟେ ଏହି ବଶାଳ ବର୍ଗରକୁ ଦେଖିବା ପାଇଁ ହୋସିଆର୍‌ପୁରରେ ଯୁବପିଢ଼ିଙ୍କ ଭିଡ ଜମିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe