Advertisment

ଚିକିତ୍ସା ପାଇଁ ପଶୁ ଡାକ୍ତରଙ୍କୁ ଡାକି ଜବରଦସ୍ତି ବେଦିରେ ବସାଇଦେଲେ

ପାଟନା: ମଇଁଷି ଚିକିତ୍ସା ପାଇଁ ଖବର ପାଇ ଆସିଲେ। ହେଲେ ହଠାତ୍‌ ଜବରଦସ୍ତ ବାହାଘର ହୋଇଯିବ ବୋଲି ଜାଣିନଥିଲେ। ଏମିତି ଏକ ଅଜବ ଘଟଣା ଜଣେ ପଶୁ ଡାକ୍ତରଙ୍କ ସହ ଘଟିଛି। ତାଙ୍କୁ ଚିକିତ୍ସା ପାଇଁ ଡାକି କିଛି ଲୋକେ ଅପହରଣ କରି ତାଙ୍କର ବିବାହ କରାଇ ଦେଇଛନ୍ତି। ବିହାରର ବେଗୁସରାୟରେ ଘଟିଛି ଏଭଳି ଏକ ଫିଲ୍ମି ଷ୍ଟାଇଲ୍‌ର ଘଟଣା। ସତ୍ୟମ କୁମାର ଝା। ସେ ପେସାରେ ଜଣେ ପଶୁ ଡାକ୍ତର। ବେଗୁସରାୟ ଜିଲ୍ଲା ତେଘରା ଥାନା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଚିକିତ୍ସା ପାଇଁ ପଶୁ ଡାକ୍ତରଙ୍କୁ ଡାକି ଜବରଦସ୍ତି ବେଦିରେ ବସାଇଦେଲେ

forcibly-got-married

ପାଟନା: ମଇଁଷି ଚିକିତ୍ସା ପାଇଁ ଖବର ପାଇ ଆସିଲେ। ହେଲେ ହଠାତ୍‌ ଜବରଦସ୍ତ ବାହାଘର ହୋଇଯିବ ବୋଲି ଜାଣିନଥିଲେ। ଏମିତି ଏକ ଅଜବ ଘଟଣା ଜଣେ ପଶୁ ଡାକ୍ତରଙ୍କ ସହ ଘଟିଛି। ତାଙ୍କୁ ଚିକିତ୍ସା ପାଇଁ ଡାକି କିଛି ଲୋକେ ଅପହରଣ କରି ତାଙ୍କର ବିବାହ କରାଇ ଦେଇଛନ୍ତି। ବିହାରର ବେଗୁସରାୟରେ ଘଟିଛି ଏଭଳି ଏକ ଫିଲ୍ମି ଷ୍ଟାଇଲ୍‌ର ଘଟଣା।

Advertisment

ସତ୍ୟମ କୁମାର ଝା। ସେ ପେସାରେ ଜଣେ ପଶୁ ଡାକ୍ତର। ବେଗୁସରାୟ ଜିଲ୍ଲା ତେଘରା ଥାନା ପିଧୌଲି ଗାଁରେ ରୁହନ୍ତି ସତ୍ୟମ। ସୋମବାର ସନ୍ଧ୍ୟାରେ କିଛି ବ୍ୟକ୍ତି ତାଙ୍କ ମଇଁଷି ଅସୁସ୍ଥ ଥିବା କହି ଚିକିତ୍ସା ପାଇଁ ସତ୍ୟମଙ୍କୁ ଡାକିଥିଲେ। ଏହାପରେ ଉକ୍ତ ବ୍ୟକ୍ତିମାନେ ପଶୁ ଡାକ୍ତରଙ୍କୁ ଅପହରଣ କରିନେଇଥିଲେ। ପରେ ଜଣେ ଯୁବତୀଙ୍କ ସହ ତାଙ୍କର ଜୋରଜବରଦସ୍ତ ବିବାହ କରାଇ ଦେଇଥିଲେ। ଏନେଇ ସତ୍ୟମଙ୍କ ବାପା ସୁବୋଧ କୁମାର ଝା ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି।

ତାଙ୍କ କହିବା ମୁତାବକ, ସତ୍ୟମ ବିଳମ୍ବିତ ରାତି ଯାଏ ନ ଫେରିବା ପରେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ମଙ୍ଗଳବାର ସକାଳେ ତାଙ୍କ ଫୋନକୁ ଏକ ଭିଡିଓ ମେସେଜ ଆସିଥିଲା। ​​ଯେଉଁଥିରେ ତାଙ୍କ ପୁଅର ବିବାହ ଏକ ଝିଅ ସହ କରାଯାଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ପୁଅକୁ ନିଶା ଦେଇ ମଣ୍ଡପରେ ବସାଇ ବିବାହ କରାଯାଇଥିଲା। ଏ ନେଇ ସେ ତେଘରା ପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେଘରା ପୁଲିସ ଷ୍ଟେସନର SHO କହିଛନ୍ତି, ଏହି ଜବରଦସ୍ତି ବିବାହ ସମ୍ପର୍କିତ ଅଭିଯୋଗ ଆମକୁ ମିଳିଛି। ମାମଲାର ତଦନ୍ତ ଚାଲିଛି।  ଏହି ଖବର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଉଲ୍ଲେଖଯୋଗ୍ୟ, ବିହାରରେ ଏଭଳି ବିବାହ ନୂଆ ଘଟଣା ନୁହେଁ। ଏଠାକାର ବିଭିନ୍ନ ଅଞ୍ଚଳରେ ଜବରନ୍‌ ତଥା ଜରଦସ୍ତି ଉଠାଇ ନେଇ ବିବାହ କରାଯିବା ପ୍ରଥା ରହିଛି। ଗତ ବର୍ଷ ନଭେମ୍ବର ମାସରେ ଏଭଳି ଏକ ବିବାହ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା।