Advertisment

୪୨ ବର୍ଷ ତଳେ ହୋଇଥିଲା ବିବାହ, ଏବେ ବରଯାତ୍ରୀ ନେଇ କନିଆଁ ଆଣିଲେ ୭୦ ବର୍ଷୀୟ ବୃଦ୍ଧ

ପାଟନା: ବର ସାଜିଲେ ୭୦ ବର୍ଷୀୟ ବୃଦ୍ଧ। ରାଜା ବେଶରେ ଶ୍ୱଶୁର ଘରକୁ ଗଲେ ରାଜକୁମାର। ବିବାହ ୪୨ ବର୍ଷ ପରେ ସ୍ତ୍ରୀକୁ ସାଙ୍ଗରେ ଆଣିବାକୁ ବରଯାତ୍ରୀ ନେଇ ପହଞ୍ଚିଲେ। ଘୋଡା ଗାଡିରେ ବସି ବ୍ୟାଣ୍ଡ ବାଜା, ବାଣ ରୋଷଣି କରି ସାଙ୍ଗରେ ୮ ପୁଅ ଝିଅଙ୍କୁ ବି ନେଇକି ଗଲେ। ଏଭଳି ଏକ ନିଆରା ବିବାହର ଚିତ୍ର ସାମ୍ନାକୁ ଆସିଛି ବହାରରୁ। ବିହାରର ସାରଣ ଜିଲ୍ଲା। ୧୯୮୦ ମେ’ ୫ ତାରିଖ। ଶାରଦା ଦେବୀଙ୍କ ସହ […]

୪୨ ବର୍ଷ ତଳେ ହୋଇଥିଲା ବିବାହ, ଏବେ ବରଯାତ୍ରୀ ନେଇ କନିଆଁ ଆଣିଲେ ୭୦ ବର୍ଷୀୟ ବୃଦ୍ଧ

old-groom

Advertisment

ପାଟନା: ବର ସାଜିଲେ ୭୦ ବର୍ଷୀୟ ବୃଦ୍ଧ। ରାଜା ବେଶରେ ଶ୍ୱଶୁର ଘରକୁ ଗଲେ ରାଜକୁମାର। ବିବାହ ୪୨ ବର୍ଷ ପରେ ସ୍ତ୍ରୀକୁ ସାଙ୍ଗରେ ଆଣିବାକୁ ବରଯାତ୍ରୀ ନେଇ ପହଞ୍ଚିଲେ। ଘୋଡା ଗାଡିରେ ବସି ବ୍ୟାଣ୍ଡ ବାଜା, ବାଣ ରୋଷଣି କରି ସାଙ୍ଗରେ ୮ ପୁଅ ଝିଅଙ୍କୁ ବି ନେଇକି ଗଲେ। ଏଭଳି ଏକ ନିଆରା ବିବାହର ଚିତ୍ର ସାମ୍ନାକୁ ଆସିଛି ବହାରରୁ।

Advertisment

ବିହାରର ସାରଣ ଜିଲ୍ଲା। ୧୯୮୦ ମେ' ୫ ତାରିଖ। ଶାରଦା ଦେବୀଙ୍କ ସହ ବିବାହ କରିଥିଲେ ରାଜକୁମାର ସିଂହ। ବିବାହ ପରେ କିନ୍ତୁ କନିଆଁଙ୍କ ବିଦାୟୀ ହୋଇନଥିଲା। ତାଙ୍କର କେହି ଶାଶୁଶଶ୍ୱଶୂର ନଥିବାରୁ ଏହି କନ୍ୟାବିଦା ପରମ୍ପରା ଠିକ୍‌ ଭାବେ ପାଳନ ହୋଇନଥିଲା। ସେ ସମୟରେ ତାଙ୍କ ଶଳା ମଧ୍ୟ ଖୁବ୍ ସାନ ଥିଲେ। ଏବେ ତାଙ୍କ ଶଳା ବଡ଼ ହୋଇଯିବା ପରେ ବୃଦ୍ଧ ଜଣକ ତାଙ୍କର ସେହି ଅଧୁରା ରୀତିକୁ ପୂରା କରିବାକୁ ଏପରି ଚିନ୍ତା କରିଥିଲେ। ତାଙ୍କର ଏହି ସ୍ୱପ୍ନକୁ ପୂରା କରିବାକୁ ତାଙ୍କ ପିଲାମାନେ ମଧ୍ୟ ତାଙ୍କ ସାଥ୍‌ ଦେଇଛନ୍ତି।

OMG! शादी के 42 साल बाद अपनी दुल्हन लेने पहुंचा दूल्हा, 8 बेटी-बेटे भी बने  बाराती - bihar saran 70 years old groom marriage procession omg wedding  lcln - AajTak

ବିବାହର ୪୨ ବର୍ଷ ପରେ ନିଜ ପତ୍ନୀଙ୍କୁ ରୀତି ମୁତାବକ ଘରକୁ ଆଣିବା ପାଇଁ ସାଙ୍ଗରେ ବ୍ୟାଣ୍ଡ ବାଜା ବାରିତି ନେଇ ବାହାରିଛନ୍ତି ୭୦ ବର୍ଷୀୟ ବର। ଏହି ରୀତି ପୂରା କରିବାକୁ ରାଜକୁମାର ତାଙ୍କ ପତ୍ନୀ ଶାରଦା ଦେବୀଙ୍କୁ ୨୦୨୨ ଏପ୍ରିଲ୍‌ ୧୫ ତାରିଖରେ ତାଙ୍କ ବାପଘରକୁ ପଠାଇ ଦେଇଥିଲେ। ମେ ୫ ତାରିଖ, ଅର୍ଥାତ ତାଙ୍କ ବିବାହ ବାର୍ଷିକୀରେ ସେ ପୁଣି ଥରେ ବର ବେଶରେ ବେଶ୍‌ ଧୁମ୍‌ଧାମ୍‌ରେ ନିଜ ପତ୍ନୀଙ୍କୁ ଆଣିବାକୁ ଶ୍ୱଶୁର ଘରକୁ ଯାଇଥିଲେ।

Advertisment

OMG! शादी के 42 साल बाद अपनी दुल्हन लेने पहुंचा दूल्हा, 8 बेटी-बेटे भी बने  बाराती - bihar saran 70 years old groom marriage procession omg wedding  lcln - AajTak

୭୦ ବର୍ଷୀୟ ରାଜକୁମାରଙ୍କ ରୀତି ମୁତାବକ ଶୂଶ୍ୱର ଘରକୁ ସ୍ୱାଗତ କରାଯିବା ସହ ତାଙ୍କୁ ଯୌତୁକ ମଧ୍ୟ ମିଳିଛି। ସେ ନିଜ ପତ୍ନୀଙ୍କୁ ଆଣିବା ସହ ସାଙ୍ଗରେ ଯୌତୁକରେ ଏକ ବୁଲେଟ୍‌ ମଧ୍ୟ ପାଇଛନ୍ତି। କେବଳ ସେତିକି ନୁହେଁ ହୀରା ମୁଦି ଓ ଶାରଦା ଦେବୀଙ୍କୁ ଅନେକ ସୁନା ଅଳଙ୍କାର ଦେଇ ବିଦା କରିଛନ୍ତି ତାଙ୍କ ଭାଇ। ସୋଶାଲ ମିଡିଆରେ ଏବେ ଏହି ନିଆରା ବିବାହର ଭିଡିଓ ଆଉ ଫଟୋ ଭାଇରାଲ ହେବାରେ ଲାଗିଛି।

ପରିଣତ ବୟସରେ ରାଜକୁମାର ଓ ଶାରଦା ବର କନିଆଁ ବେଶ୍‌ ଖୁସି ହୋଇଛନ୍ତି। ସେପଟେ ତାଙ୍କ ୭ ଝିଅ ଓ ପୁଅ ମଧ୍ୟ ବାପା ବାହାଘରରେ ସାମିଲ ହୋଇଥିବା ଯୋଗୁଁ ନିଜକୁ ଧନ୍ୟମାନେ କରିଛନ୍ତି। ରାଜକୁମାର ୭ ଜଣ ଝିଅ ବିହାର ପୁଲିସ, ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସରେ କାର୍ଯ୍ୟରତ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe