Advertisment

ଜୀବନ ବଞ୍ଚାଇ ଦେଲା ହେଲମେଟ୍‌

ବେଙ୍ଗାଲୁରୁ: ଅନେକ ଲୋକ ଗାଡି ଚେକିଂରୁ ବର୍ତ୍ତିବା ପାଇଁ ହେଲମେଟ୍‌ ପିନ୍ଧନ୍ତି। କିନ୍ତୁ ଏହି ହଲମେଟ୍‌ ଜୀବନ ପ୍ରତି କେତେ ଜରୁରୀ ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି।  ହେଲମେଟ୍‌ ଯୋଗୁ ବଞ୍ଚି ଯାଇଛି ଜଣେ ଯୁବକଙ୍କ ଜୀବନ। ବସ୍‌ ଚକା ତଳେ ପଡି ମଧ୍ୟ ସେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ୧୯ ବର୍ଷୀୟ ଯୁବକ ଏଲେକ୍ସ ସିଲ୍ୱା ପେରେସ […]

ଅଦ୍ୟତନ ହୋଇଛି
ଜୀବନ ବଞ୍ଚାଇ ଦେଲା ହେଲମେଟ୍‌

helmet-saved-his-life

Advertisment

ବେଙ୍ଗାଲୁରୁ: ଅନେକ ଲୋକ ଗାଡି ଚେକିଂରୁ ବର୍ତ୍ତିବା ପାଇଁ ହେଲମେଟ୍‌ ପିନ୍ଧନ୍ତି। କିନ୍ତୁ ଏହି ହଲମେଟ୍‌ ଜୀବନ ପ୍ରତି କେତେ ଜରୁରୀ ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି।  ହେଲମେଟ୍‌ ଯୋଗୁ ବଞ୍ଚି ଯାଇଛି ଜଣେ ଯୁବକଙ୍କ ଜୀବନ। ବସ୍‌ ଚକା ତଳେ ପଡି ମଧ୍ୟ ସେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି।

Advertisment

ଭିଡିଓରେ ୧୯ ବର୍ଷୀୟ ଯୁବକ ଏଲେକ୍ସ ସିଲ୍ୱା ପେରେସ ବାଇକରେ ଯାଉଛନ୍ତି। ଗୋଟିଏ ବାଙ୍କ ବୁଲୁଥିବା ବେଳେ ସାମ୍ନାକୁ ପଟୁ ଆସୁଥିବା ଏକ ବସ୍‌ ସହ ତାଙ୍କର ବାଇକ୍‌  ଧକ୍କା ହୋଇଥିଲା। ଏହାପରେ ସେ ବସ୍‌ ଚକା ତଳେ ପଡିଯାଇଥିଲେ। ତେବେ ଏଲେକ୍ସ ଏତେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଚମତ୍କାର ହେଲମେଟ ଯୋଗୁ ସମ୍ଭବ ହୋଇପାରିଛି। ବସ୍‌ ଚକା ତାଙ୍କ ମୁଣ୍ଡ ଉପରେ ସାମାନ୍ୟ ଚଢ଼ି ଯାଇଥିଲେ ମଧ୍ୟ ହେଲମେଟ ଯୋଗୁ ତାଙ୍କର କୌଣସି କ୍ଷତି ହୋଇନି।

https://twitter.com/jointcptraffic/status/1549687509419827202?s=20&t=gCKxXdbMSjNqrghk_TC4ZQ

Advertisment

ଏହି ପୂରା ଘଟଣାର ଭିଡିଓକୁ ବେଙ୍ଗାଲୁରୁ ଜଏଣ୍ଟ କମିଶନର ବିଆର୍‌ ରବିକାନ୍ତ ଗୌଡା ସୋଶାଲ ମିଡିଆରେ ଶେଆର କରିଛନ୍ତି। ଏଥିସହ ସେ ଲୋକଙ୍କୁ ହେଲ୍‌ମେଟ ପିନ୍ଧିବା ପାଇଁ ସଚେତନ ମଧ୍ୟ କରାଇଛନ୍ତି। କେବଳ ସେତିକି ନୁହେଁ ଆଇଏସଆଇ ହଲମାର୍କ ଥିବା ହେଲମେଟ ପିନ୍ଧିବା ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ବେଙ୍ଗାଲୁରୁ ଜଏଣ୍ଟ କମିଶନର ଶେଆର କରିଥିବା ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେଉଛି। ବର୍ତ୍ତମାନ ଯାଏଁ ଏହି ଭିଡିଓକୁ ୩୧ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

ରିପୋର୍ଟ ମୁତାବକ, ପ୍ରକୃତରେ ସୋମବାର ଦିନ ରିଓ ଡି ଜେନେରିଓର ବେଲଫୋର୍ଡ ରୋକ୍ସୋରେ ଏହି ଦୁର୍ଘଟଣା ଘଟିଛି। ଏଲେକ୍ସ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। ସେ ସୋମବାର ଦିନ ନିଜ ପରିବାର ପାଇଁ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ଏକ ଦୋକାନକୁ ଯାଉଥିଲେ, ସେତେବେଳେ ହଠାତ୍‌ ଏକ ବାଙ୍କ ବୁଲିବା ବେଳେ ବସ୍‌ ସହ ମୁହାଁମୁହିଁ ହୋଇଥିଲେ। ଏଲେକ୍ସ ନିଜ ଗାଡି ଅଟକାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ପାରିନଥିଲେ। ଶେଷରେ ନିୟନ୍ତ୍ରଣ ହରାଇ ବସ ଚକା ତଳେ ପଡି ଯାଇଥିଲେ ଏଲେକ୍ସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe