Advertisment

ଦୁଇ ଥର ବାଇକରଙ୍କ ଜୀବନ ବଞ୍ଚାଇଲା ହେଲମେଟ, ଦେଖନ୍ତୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ବେଳେ ହେଲମେଟର ଗୁରୁତ୍ୱ କେତେ ରହିଛି, ତାହା ଏହି ଭିଡିଓ ଦେଖିବା ପରେ ଆପଣମାନେ ବେଶ ଭଲ ଭାବେ ବୁଝି ପାରିବେ। ମାତ୍ର କିଛି ସେକେଣ୍ଡ ମଧ୍ୟରେ ହେଲମେଟ୍‌ ଯୋଗୁ ଜଣେ ବାଇକର ଦୁଇ ଦୁଇ ଥର ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି। ଦିଲ୍ଲୀ ପୁଲିସ ହେଲମେଟର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ୧୫ ସେକେଣ୍ଡର ଭିଡିଓ ଟ୍ୱିଟ କରିଛି। ଏହି ଭିଡିଓରେ ଜଣେ ଯୁବକ ଦୁଇ […]

ଦୁଇ ଥର ବାଇକରଙ୍କ ଜୀବନ ବଞ୍ଚାଇଲା ହେଲମେଟ, ଦେଖନ୍ତୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ

accident

Advertisment

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ବେଳେ ହେଲମେଟର ଗୁରୁତ୍ୱ କେତେ ରହିଛି, ତାହା ଏହି ଭିଡିଓ ଦେଖିବା ପରେ ଆପଣମାନେ ବେଶ ଭଲ ଭାବେ ବୁଝି ପାରିବେ। ମାତ୍ର କିଛି ସେକେଣ୍ଡ ମଧ୍ୟରେ ହେଲମେଟ୍‌ ଯୋଗୁ ଜଣେ ବାଇକର ଦୁଇ ଦୁଇ ଥର ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି। ଦିଲ୍ଲୀ ପୁଲିସ ହେଲମେଟର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ୧୫ ସେକେଣ୍ଡର ଭିଡିଓ ଟ୍ୱିଟ କରିଛି।

Advertisment

ଏହି ଭିଡିଓରେ ଜଣେ ଯୁବକ ଦୁଇ ଥର ମୁଣ୍ଡରେ ଆଘାତ ପାଇବାର ଦୃଶ୍ୟ ରହିଛି। ଗୋଟିଏ ଥର ବାଇକ ଦୁର୍ଘଟଣା ଓ ଆଉ ଗୋଟିଏ ଥର ଲାମ୍ପ ପୋଷ୍ଟ ଯୁବକ ମୁଣ୍ଡରେ ମାଡ଼ ହେଉଛି। କିନ୍ତୁ ସେ ହେଲମେଟ ପିନ୍ଧିଥିବାରୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏହି ଦୁଇଟି ଯାକ ଘଟଣା ମାତ୍ର କିଛି ସେକେଣ୍ଡ ବ୍ୟବଧାନରେ ଘଟିଥିଲା।

ଭିଡିଓର ଶେଷରେ ଦିଲ୍ଲୀ ପୁଲିସ୍‌ ଲେଖିଛି ଯେ “ହେଲମେଟ ଆପଣଙ୍କୁ ଥରେ, ଦୁଇ ଥର, ୩ଥର ଓ ଏକାଧିକ ଥର ରକ୍ଷା କରିପାରିବ।”

Advertisment

୧୫ ସେକେଣ୍ଡର ଭିଡିଓ ଆରମ୍ଭରୁ ଗୋଟିଏ କାର୍‌କୁ ଅତିକ୍ରମ କରିବା ବେଳେ ଜଣେ ବାଇକ ଚାଳକ ତଳେ କଚାଡ଼ି ହୋଇ ମୁହଁ ମାଡ଼ି ହୋଇ ପଡ଼ୁଛନ୍ତି। ତାଙ୍କ ବାଇକ ବେଗ ଅଧିକ ଥିବାରୁ ଏହା ରାସ୍ତା କଡ଼ରେ ଥିବା ଲ୍ୟାମ୍ପ ଖୁଣ୍ଟରେ ପିଟି ହେଇ ଯାଉଛି। ଏହି ସମୟରେ ରାସ୍ତାରେ ପଡ଼ିଥିବା ବାଇକର ଜଣଙ୍କ ଛିଡ଼ା ହେବାକୁ ଚେଷ୍ଟା କରୁଥିବା ବେଳେ ଲ୍ୟାମ୍ପ ଖୁଣ୍ଟଟି ଭାଙ୍ଗି ଯାଇ ସିଧା ତାଙ୍କ ମୁଣ୍ଡ ଉପରେ ପଡ଼ୁଛି। ସେ ମଧ୍ୟ ଖୁଣ୍ଟ ମାଡ଼ରେ ପୁଣି ତଳେ କଚାଡ଼ି ହୋଇ ପଡ଼ୁଛନ୍ତି। କିନ୍ତୁ ହେଲମେଟ ଯୋଗୁ ତାଙ୍କ ମୁଣ୍ଡର କୌଣସି କ୍ଷତି ହେଉନାହିଁ।

ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଲକ୍ଷାଧିକ ଲୋକ ଦେଖିବା ସହ ଶେୟାର କରିବାରେ ଲାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe