ଷ୍ଟଣ୍ଟ ଦେଖାଇବା ନିଶା ଉତୁରିଲା, ଜଳିଗଲା ବାଇକ୍‌

ନୂଆଦିଲ୍ଲୀ: ଉତୁରିଗଲା ନିଶା। ବାହାରିଲା ଷ୍ଟଣ୍ଟ ଦେଖାଇବା ମଜା। ମହଙ୍ଗା ପଡିଲା ଷ୍ଟଣ୍ଟ ପ୍ରାକ୍ଟିସ। ଜଳିଗଲା ବାଇକ୍‌, ନିଜ ଦେହରେ ବି ଲାଗିଲା ନିଆଁ। ଏଭଳି ଏକ ଭୟାନକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। ଚିକାଗୋ ଇଲିନୋଇସ୍‌ରେ ଚାଲିଥିଲା ବାଇକ୍‌ ରେସ୍‌। ଶହ ଶହ ବାଇକ ରାସ୍ତା ଉପରେ ଆଖିବୁଜା ଦୌଡୁଥିଲା। ଏତିକି ବେଳେ ଜଣେ ବାଇକ୍‌ ଚାଳକ ସୁଡଙ୍ଗ ରାସ୍ତା ଦେଇ ଯାଉଥିବା ସମୟରେ ଷ୍ଟଣ୍ଟ ଦେଖାଇବାକୁ ଇଚ୍ଛା କିରଥିଲେ। […]

Bike Stunt Fire

Madhupriya Mistry
  • Published: Wednesday, 11 August 2021
  • , Updated: 11 August 2021, 05:19 PM IST

ନୂଆଦିଲ୍ଲୀ: ଉତୁରିଗଲା ନିଶା। ବାହାରିଲା ଷ୍ଟଣ୍ଟ ଦେଖାଇବା ମଜା। ମହଙ୍ଗା ପଡିଲା ଷ୍ଟଣ୍ଟ ପ୍ରାକ୍ଟିସ। ଜଳିଗଲା ବାଇକ୍‌, ନିଜ ଦେହରେ ବି ଲାଗିଲା ନିଆଁ। ଏଭଳି ଏକ ଭୟାନକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

ଚିକାଗୋ ଇଲିନୋଇସ୍‌ରେ ଚାଲିଥିଲା ବାଇକ୍‌ ରେସ୍‌। ଶହ ଶହ ବାଇକ ରାସ୍ତା ଉପରେ ଆଖିବୁଜା ଦୌଡୁଥିଲା। ଏତିକି ବେଳେ ଜଣେ ବାଇକ୍‌ ଚାଳକ ସୁଡଙ୍ଗ ରାସ୍ତା ଦେଇ ଯାଉଥିବା ସମୟରେ ଷ୍ଟଣ୍ଟ ଦେଖାଇବାକୁ ଇଚ୍ଛା କିରଥିଲେ। ନିଜ ବାଇକ୍‌କୁ ତେର୍‌ଛା କରି ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ଏହା ମହଙ୍ଗା ପଡିଥିଲା।

ନିୟନ୍ତ୍ରଣ ହରାଇ ବାମ ରାସ୍ତାରେ ଧକ୍କା ଦେଇ ଅନ୍ୟ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ତାଙ୍କ ବାଇକ୍‌। ଏହା ପରେ ବାଇକ୍‌ରୁ ଗ୍ୟାସ୍ ଲିକ୍ ହୋଇ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଦୁଇଟି ବାଇକ୍‌ ଘଟଣାସ୍ଥଳରେ ହିଁ ଜଳି ଯାଇଥିଲା। ଏଥିସହ ବାଇକ୍‌ ଚାଳକଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା।

ଦୁର୍ଘଟଣାରେ ଦୁଇଟି ବାଇକ୍‌ ସମ୍ପୂର୍ଣ୍ଣ ପୋଡି ଯାଇଛି। ସେପଟେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ବାଇକ୍‌ ଚାଳକ। ଜଣଙ୍କ ହାତ ଭାଙ୍ଗିଥିବା ବେଳେ ଆଉ ଜଣଙ୍କ ଶରୀରର ୫୦ ପ୍ରତିଶତ ନିଆଁ ଲାଗି ପୋଡି ଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ସିବିଏସ୍‌ ନ୍ୟୁଜ୍‌ ମୁତାବକ ଏହି ଭିଡିଓଟି ହେଉଛି ଗତ ମାସର, ଯାହା ଏବେ ଭାଇରାଲ ହୋଇଛି।

https://youtu.be/_9ATn5Y_jtA

Related story