Advertisment

ବାଇକରେ ଯାଉଥିଲେ, ଗୋଡ଼ାଇଲା ଚିତାବାଘ...

ଭୋପାଳ: ମଧ୍ୟପ୍ରଦେଶରେ ଦୁଇ ଭାଇଙ୍କ ପାଇଁ ଜନ୍ମଦିନ କେକ୍ ସାଜିଲା ଜୀବନ ରକ୍ଷକ। କେକ୍ ସହାୟତାରେ ଦୁଇ ଭାଇ ଭୟଙ୍କର ଚିତାବାଘ ମୁହଁରୁ ଜୀବନ ବଞ୍ଚାଇଛନ୍ତି । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ଯେ ଏହା ସତ। ଜଣେ ବନ ଅଧିକାରୀ ଏ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ଦୁଇ ଭାଇ ବାଇକ୍ ଯୋଗେ ଯାଉଥିବା ବେଳେ ହଠାତ୍ ଚିତାବାଘ ସେମାନଙ୍କ ପିଛା କରିଥିଲା। ଜଣେ ଭାଇ ଚିତାବାଘ ଉପରକୁ କେକ୍ ପକାଇ ନିଜ ଜୀବନ ବଞ୍ଚାଇବାରେ […]

ଅଦ୍ୟତନ ହୋଇଛି
ବାଇକରେ ଯାଉଥିଲେ, ଗୋଡ଼ାଇଲା ଚିତାବାଘ...

leopard

Advertisment

ଭୋପାଳ: ମଧ୍ୟପ୍ରଦେଶରେ ଦୁଇ ଭାଇଙ୍କ ପାଇଁ ଜନ୍ମଦିନ କେକ୍ ସାଜିଲା ଜୀବନ ରକ୍ଷକ। କେକ୍ ସହାୟତାରେ ଦୁଇ ଭାଇ ଭୟଙ୍କର ଚିତାବାଘ ମୁହଁରୁ ଜୀବନ ବଞ୍ଚାଇଛନ୍ତି । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ଯେ ଏହା ସତ। ଜଣେ ବନ ଅଧିକାରୀ ଏ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ଦୁଇ ଭାଇ ବାଇକ୍ ଯୋଗେ ଯାଉଥିବା ବେଳେ ହଠାତ୍ ଚିତାବାଘ ସେମାନଙ୍କ ପିଛା କରିଥିଲା। ଜଣେ ଭାଇ ଚିତାବାଘ ଉପରକୁ କେକ୍ ପକାଇ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଏହି ଘଟଣା ମଧ୍ୟପ୍ରଦେଶର ବୁରାହନପୁର ଜିଲ୍ଲାରେ ଘଟିଛି ।

Advertisment

ବନ ଅଧିକାରୀ ଜଣକ କହିଛନ୍ତି, ଯେତେବେଳେ ଆପଣ ନିଜକୁ ବିପଦ ଅନୁଭୂତ କରିବେ, ସେତେବେଳେ ନିଜକୁ ବଞ୍ଚାଇବା ପାଇଁ ଜଣେ କିଛି ବି କରିପାରେ, ଦୁଇ ଭାଇ ଠିକ୍ ସେୟା କଲେ । ସେମାନଙ୍କ ପାଖରେ ଜନ୍ମଦିନ କେକ୍ ଥିଲା ଏବଂ ଏହାକୁ ଚିତାବାଘ ଉପରକୁ ପକାଇଥିଲେ ।

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ଫିରୋଜ ଓ ସାବିର୍ ମନସୁରୀ ବୁରାହନପୁରରେ ଫିରୋଜଙ୍କ ପୁଅର ଜନ୍ମଦିନ ପାର୍ଟିକୁ ଯାଉଥିଲ । ହଠାତ୍ ଏହି ସମୟରେ ଆଖୁ କ୍ଷେତରୁ ଚିତାବାଘ ବାହାରି ଆସିଲା । ଦୁଇ ଭାଇଙ୍କ ଗାଡ଼ି ସ୍ପିଡ୍ ଥିଲା, କିନ୍ତୁ ଚିତାବାଘ କାଦୁଅ ରାସ୍ତାରେ ଦ୍ରୁତ ଗତିରେ ଦୌଡ଼ି ସେମାନଙ୍କ ଉପରକୁ ଚଢ଼ି ଯାଇଥିଲା ।

Advertisment

ବାଘ ଆକ୍ରମଣରେ ଦୁଇ ଖୁବ୍ ଡରିଯାଇଥିଲେ ଏବଂ ସେମାନେ କ’ଣ କରିବେ କିଛି ବୁଝିପାରୁନଥିଲେ। ସେହି ସମୟରେ ପଛରେ ବସିଥିବା ଭାଇ ଚିତାବାଘ ମୁହଁ ଉପରକୁ ଜନ୍ମଦିନ କେକ୍ ଫୋପାଡ଼ି ଦେଲା। ଏହା ପରେ ଚିତାବାଘଟି ଦୁଇ ଭାଇଙ୍କ ପିଛା କରିବା ଛାଡ଼ି ଦେଲା ଏବଂ ବିନା କେକ୍ ଖାଇ ଚିତାବାଘଟି କ୍ଷେତ ଭିତରକୁ ଚାଲିଗଲା। ସାବିର୍ କହିଛନ୍ତି, ଚିତାବାଘଟି ପାଖାପାଖି ୫୦୦ ମିଟର ଯାଏ ଆମ ପିଛା କରିଥିଲା। ଆମେ ଅଳ୍ପକେ ବଞ୍ଚିଗଲୁ।

ସୂଚନାଯୋଗ୍ୟ, ଭାରତରେ ବାଘ ସଂଖ୍ୟା ୨୦୧୪ ଓ ୨୦୧୮ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ବଢ଼ି ପ୍ରାୟ ୧୩,୦୦୦ ହୋଇଛି। ସରକାରଙ୍କ ଗଣନା ଅନୁଯାୟୀ, ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ଅଛନ୍ତି। ଏମାନେ ଗାଁ ଓ ସହରରେ ପ୍ରବେଶ କରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe