Advertisment

ସଲମାନଙ୍କୁ ପ୍ରେମ ନିବେଦନ କରି ଟ୍ରୋଲ୍ ହେଉଛନ୍ତି ସାଂସଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ସମୟରେ ସୋଶାଲ ମିଡିଆ ଯୋଗାଯୋଗ, ମତାମତ ଓ ପ୍ରତିକ୍ରିୟା ପ୍ରକାଶ କରିବାର ସହଜ ମାଧ୍ୟମ ହୋଇସାରିଛି। ସମୟ ଆଉ ଆଗ ଭଳି ନାହିଁ ଯେ, ନେତା, ଅଭିନେତା ତଥା ସମାଜର ପ୍ରଭାବଶାଳୀ ବ୍ୟକ୍ତିମାନେ ମନଇଚ୍ଛା କିଛି ବି ମନ୍ତବ୍ୟ ରଖିଦେବେ ଆଉ ଜନତାଙ୍କୁ ଏନେଇ ପ୍ରତିକ୍ରିୟା ରଖିବାକୁ ସୁଯୋଗ ସହଜରେ ମିଳିପାରିବ ନାହିଁ। ଆଜି ସୋଶାଲ ମିଡିଆ ମାଧ୍ୟମରେ ସିଧାସଳଖ ପ୍ରଭାବଶାଳୀ, ଲୋକପ୍ରିୟ ବ୍ୟକ୍ତିତ୍ୱମାନଙ୍କ ସହ ଯୋଡ଼ି ହୋଇପାରୁଛନ୍ତି ଲୋକେ। ଏହା […]

ଅଦ୍ୟତନ ହୋଇଛି
ସଲମାନଙ୍କୁ ପ୍ରେମ ନିବେଦନ କରି ଟ୍ରୋଲ୍ ହେଉଛନ୍ତି ସାଂସଦ

salman-anubhav

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ସମୟରେ ସୋଶାଲ ମିଡିଆ ଯୋଗାଯୋଗ, ମତାମତ ଓ ପ୍ରତିକ୍ରିୟା ପ୍ରକାଶ କରିବାର ସହଜ ମାଧ୍ୟମ ହୋଇସାରିଛି। ସମୟ ଆଉ ଆଗ ଭଳି ନାହିଁ ଯେ, ନେତା, ଅଭିନେତା ତଥା ସମାଜର ପ୍ରଭାବଶାଳୀ ବ୍ୟକ୍ତିମାନେ ମନଇଚ୍ଛା କିଛି ବି ମନ୍ତବ୍ୟ ରଖିଦେବେ ଆଉ ଜନତାଙ୍କୁ ଏନେଇ ପ୍ରତିକ୍ରିୟା ରଖିବାକୁ ସୁଯୋଗ ସହଜରେ ମିଳିପାରିବ ନାହିଁ। ଆଜି ସୋଶାଲ ମିଡିଆ ମାଧ୍ୟମରେ ସିଧାସଳଖ ପ୍ରଭାବଶାଳୀ, ଲୋକପ୍ରିୟ ବ୍ୟକ୍ତିତ୍ୱମାନଙ୍କ ସହ ଯୋଡ଼ି ହୋଇପାରୁଛନ୍ତି ଲୋକେ। ଏହା ଫଳରେ ଏଭଳି ବ୍ୟକ୍ତିତ୍ୱଙ୍କୁ ଅନେକ ସମୟରେ ନିଜ ମନ୍ତବ୍ୟ ପାଇଁ ସମାଲୋଚନା ବା ଟ୍ରୋଲ ହେବାକୁ ପଡ଼ିଥାଏ। ନିକଟରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହ କିଛି ଏଭଳି ଘଟିଛି।

Advertisment

ଜୁଲାଇ ୩ ମଧ୍ୟ ରାତ୍ରି ୨.୫୦ ସମୟରେ ଅର୍ଥାତ୍ ଜୁଲାଇ ୪ ତାରିଖ ଶନିବାର ଲୋକପ୍ରିୟ ବିଜେଡି ସାଂସଦ ଅନୁଭବ ମହାନ୍ତି ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ତାଙ୍କ ଶତାଧିକ ଫ୍ୟାନ୍ ଆଉ ଫଲୋଅର୍ସ ଲାଇକ୍ ଓ କମେଣ୍ଟ ମଧ୍ୟ କରିଛନ୍ତି। ହେଲେ ଅନୁଭବଙ୍କୁ ନିଜର ଏହି ଟ୍ୱିଟ୍ ପାଇଁ ହେବାକୁ ପଡ଼ିଛି ଅପଦସ୍ତ। ଲୋକେ ମନଇଚ୍ଛା ତାଙ୍କୁ ଟ୍ରୋଲ୍ କରିଚାଲିଛନ୍ତି।

ଏହା ସମସ୍ତେ ଜାଣନ୍ତି ଯେ, ଅନୁଭବ ଜଣେ ଲୋକପ୍ରିୟ ଅଭିନେତା। ଆଉ ପରେ ସେ ବିଜେଡି ଦଳରୁ କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ରାଜ୍ୟର ପ୍ରତିନିଧିତ୍ୱ କରୁଛନ୍ତି। ଅଭିନେତା ଜୀବନଠାରୁ ନେତା ବା ଜଣେ ଜନପ୍ରତିନିଧିର ଜୀବନଶୈଳୀ ନିଶ୍ଚିତ ଭାବେ ଭିନ୍ନ। ଏହି ଆଧାରରେ ସାଂସଦ ଅନୁଭବ ମହାନ୍ତିଙ୍କ ଅଧରାତିରେ ଏଭଳି ଟ୍ୱିଟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଜନତା।

Advertisment

ଅନୁଭବ ନିଜ ରାତି ଅଧିଆ ଟ୍ୱିଟରେ ବଲିଉଡ ଅଭିନେତା ସଲମାନଙ୍କୁ ପ୍ରେମ ନିବେଦନ କରିଛନ୍ତି। ନିଜ ଟ୍ୱିଟରେ ସଲମାନଙ୍କୁ ଟ୍ୟାଗ୍ କରି ସେ ଲେଖିଛନ୍ତି, "ସଲମାନ ଖାନ୍, ସାର୍ ଭାଇଜାନ୍, ଆପଣଙ୍କଠାରୁ କ'ଣ ଗୋଟିଏ ଲାଇକ୍ ପାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ, ଦୟାକର... ଲଭ୍ ୟୁ ଭାଇଜାନ..ଯଦିଓ ଆପଣ ମୋତେ କେବେ ପସନ୍ଦ କରନ୍ତି ନାହିଁ।"

ତେବେ ସାଂସଦ ଅନୁଭବଙ୍କ ଏଭଳି ଟ୍ୱିଟ୍ ଜନତାଙ୍କୁ ବେଶ ନିରାଶ କରିଛି। ଏନେଇ ମନ ଖୋଲି ନିଜ ନେତାଙ୍କୁ ସମାଲୋଚନା କରିଛନ୍ତି ଲୋକେ।

ସୁଧାଂଶୁ ଶେଖର ନାମକ ଜଣେ ୟୁଜର ଲେଖିଛନ୍ତି, "ଅନୁଭବ ମହାନ୍ତି ମୁଁ ଆପଣଙ୍କ ନିର୍ବାଚନମଣ୍ଡଳୀ (କେନ୍ଦ୍ରାପଡ଼ା)ର ଜଣେ ନାଗରିକ ହୋଇଥିବାରୁ ଆଜି ଦୁଃଖ ଲାଗୁଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଯେ, ଜଣେ ଲୋକସଭା ସାଂସଦ ଜଣେ ଅପରାଧୀକ ମାମଲା ଥିବା ଲୋକକୁ ଲାଇକ୍ ଭିକ ମାଗୁଛନ୍ତି, ଯାହାର ଲିଙ୍କ୍ ଦାଉଦ୍, ୟାକୁବ୍ ମେନନ୍ ସହ ରହିଛି। ତୁମକୁ ଲଜ୍ଜା ଲାଗିବା କଥା..ଛି ..ଛି।"

ସେହିପରି ଅର୍ପିତ ଲେଖିଛନ୍ତି, " ଏକାଧିକ ମାମଲାରେ ସମ୍ପୃକ୍ତ ଜଣେ କ୍ରିମିନାଲକୁ ସାଂସଦ ଲାଇକ୍ ମାଗୁଛନ୍ତି।"

ଏନେଇ କ୍ଷୁବ୍ଧ ହୋଇ ରାଜେନ୍ଦ୍ର ହଜାରିଆ ଲେଖିଛନ୍ତି, "କାମ, ଧନ୍ଦା ନାହିଁ କି... ଲାଇକ୍ ପାଇଁ ସଲମାନଙ୍କୁ ଅନୁରୋଧ କରୁଛନ୍ତି... ଗୋଟେ ଟ୍ୱିଟ୍ କରୁନାହାନ୍ତି ଓଡ଼ିଶାର ରୋଜଗାର ପାଇଁ, କେନ୍ଦ୍ରାପଡ଼ାର ଉନ୍ନତି ପାଇଁ.. ଧନ୍ୟ ନବୀନ ବାବୁ ଆପଣଙ୍କ ଚୟନ।" ଏହା ଲେଖି ରାଜେନ୍ଦ୍ର ନବୀନ ପଟ୍ଟନୟାକଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି।"

ଏହିଭଳି ଶତାଧିକ ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳିଛି। ତେବେ ଆପଣ ମଧ୍ୟ ଟିକେ ନଜର ପକାନ୍ତୁ...

Anubhav Mohanty Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe