ସୁଟ୍‌କେସ୍‌ ଭିତରେ ଜିଅନ୍ତା ଗାର୍ଲଫ୍ରେଣ୍ଡ, ଲୁଚାଇ ନେଉଥିଲେ ଧରାପଡିଲେ  

ବେଙ୍ଗାଲୁରୁ: ସୁଟ୍‌କେସ୍‌ ଭିତରେ ଗାର୍ଲଫ୍ରେଣ୍ଡ। ଜୀବନ୍ତ ଗାର୍ଲଫ୍ରେଣ୍ଡ ସୁଟ୍‌କେସ୍‌ ଭିତରେ ଲୁଚାଇ ରଖିଥିଲା ବୟଫ୍ରେଣ୍ଡ। ସୁଟ୍‌କେସ୍‌ ଭିତରେ ଗାର୍ଲଫ୍ରେଣ୍ଡକୁ ଲୁଚାଇ ବିଳମ୍ବିତ ରାତିରେ ହଷ୍ଟେଲ୍‌ ଗେଟ୍‌ ପାର୍‌ କରାଉଥିଲା ବୟଫ୍ରେଣ୍ଡ। ହେଲେ ଶେଷରେ ସବୁ ପାଣି ଫାଟିଗଲା। ସିକ୍ୟୁରିଟି ଗାର୍ଡ ହାତରେ ଧରାପଡିଲା ରଙ୍ଗିଲା ବୟଫ୍ରେଣ୍ଡର କାରନାମା। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକର ମଣିପାଲ କଲେଜରେ, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଗକୁ ପ୍ରେମର ସପ୍ତାହ ତଥା ଭଲେଣ୍ଟାଇନ୍‌ ୱିକ୍‌ […]

manipal-suitcase

Madhupriya Mistry
  • Published: Friday, 04 February 2022
  • , Updated: 04 February 2022, 02:46 PM IST

ବେଙ୍ଗାଲୁରୁ: ସୁଟ୍‌କେସ୍‌ ଭିତରେ ଗାର୍ଲଫ୍ରେଣ୍ଡ। ଜୀବନ୍ତ ଗାର୍ଲଫ୍ରେଣ୍ଡ ସୁଟ୍‌କେସ୍‌ ଭିତରେ ଲୁଚାଇ ରଖିଥିଲା ବୟଫ୍ରେଣ୍ଡ। ସୁଟ୍‌କେସ୍‌ ଭିତରେ ଗାର୍ଲଫ୍ରେଣ୍ଡକୁ ଲୁଚାଇ ବିଳମ୍ବିତ ରାତିରେ ହଷ୍ଟେଲ୍‌ ଗେଟ୍‌ ପାର୍‌ କରାଉଥିଲା ବୟଫ୍ରେଣ୍ଡ। ହେଲେ ଶେଷରେ ସବୁ ପାଣି ଫାଟିଗଲା। ସିକ୍ୟୁରିଟି ଗାର୍ଡ ହାତରେ ଧରାପଡିଲା ରଙ୍ଗିଲା ବୟଫ୍ରେଣ୍ଡର କାରନାମା। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକର ମଣିପାଲ କଲେଜରେ, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଗକୁ ପ୍ରେମର ସପ୍ତାହ ତଥା ଭଲେଣ୍ଟାଇନ୍‌ ୱିକ୍‌ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କୁଆଡେ ଉକ୍ତ ଛାତ୍ର ତଥା ବୟଫ୍ରେଣ୍ଡ ଜଣକ ପୁଅ ହଷ୍ଟେଲ ଭିତରେ ନିଜ ଗାର୍ଲଫ୍ରେଣ୍ଡ ସହ ମିଶିବା ପାଇଁ କରିଥିଲେ ପ୍ଲାନିଂ। ସୁଟ୍‌କେସ୍ ଭିତରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ପୂରାଇ ବିଳମ୍ବିତ ରାତିରେ ହେଷ୍ଟେଲ ଗେଟ୍‌ ପାର୍‌ କରୁଥିଲେ। ତେବେ ଏତିକି ବେଳେ ହଠାତ୍‌ ଧରିଥିଲା ସିକ୍ୟୁରିଟି ଗାର୍ଡ। ଉକ୍ତ ଛାତ୍ର ଉପରେ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହ ହୋଇଥିଲା।

ସୁଟ୍‌କେସ୍‌ରେ କ'ଣ ଅଛି ବୋଲି ଛାତ୍ରକୁ ପ୍ରଶ୍ନ କରିଥିଲା ସିକ୍ୟୁରିଟି ଗାର୍ଡ। ଏହାର ଉତ୍ତରରେ କେବଳ ଦୈନନ୍ଦିନ ସାମଗ୍ରୀ ଓ କିଛି ଡ୍ରେସ୍‌ ଅଛି ବୋଲି ଛାତ୍ର ଜଣକ ଉତ୍ତର ଦେଇଥିଲେ। ତେବେ ସନ୍ଦେହ ହେବାରୁ ସୁଟ୍‌କେସ ଖୋଲିବାକୁ ଛାତ୍ର ଜଣକୁ କୁହାଯାଇଥିଲା। ସୁଟ୍‌କେସ୍‌ ଖୋଲିବା ପରେ ସମସ୍ତଙ୍କ ହୋସ୍‌ ଉଡିଯାଇଥିଲା। ତା' ଭିତରୁ ବାହାରିଥିଲେ ଜଣେ ଯୁବତୀ, ଯିଏକି ଉକ୍ତ ଛାତ୍ରର ଗାର୍ଲଫ୍ରେଣ୍ଡ ଥିଲେ। ଏହି ପୂରା ଘଟଣାର ଭିଡିଓ କଲେଜ ହଷ୍ଟେଲର ସିସିଟିଭିରେ କଏଦ୍‌ ହୋଇଛି।

ସେପଟେ କିଛି ଲୋକେ ଏହି ଭିଡିଓକୁ ପୁରୁଣ ଭିଡିଓ ବୋଲି କହୁଥିବା ବେଳେ ଆଉ କିଛି ଏହାକୁ ଡେରାଡୁନ୍‌ କଲେଜର ବୋଲି କହୁଛନ୍ତି। ୨୦୧୯ର ଏହି ଭିଡିଓଟି ପୁଣି ଥରେ ଭାଇରାଲ ହୋଇଥିବା କୁହାଯାଉଛି। ତେବେ ପ୍ରକୃତ ସତ କ'ଣ ଏଯାଏଁ ଜଣାପଡିନାହିଁ। ସେ ଯାହା ହେଉନା କାହିଁକି ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଛନ୍ତି।

https://twitter.com/shibubuu27/status/1488834391283744770?s=20&t=VaZ0_NIswyWPG-G7aEMCIg

Related story