sapa
ନୂଆଦିଲ୍ଲୀ : ସୋଶାଲ ମିଡିଆରେ ଏବେ ଏକ ଆନାକୋଣ୍ଡାର ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ଦେଖାଯାଇଛି ଯେ ଆନାକୋଣ୍ଡା ଗୋଟିଏ କୁମ୍ଭୀରକୁ ଗିଳିବାକୁ ଚେଷ୍ଟା କରୁଛି। ୨୩ ସେକେଣ୍ଡର ଏହି ଭିଡିଓ କ୍ଲିପରେ ଆନାକୋଣ୍ଡାଟି କୁମ୍ଭୀରକୁ ଦେହରେ ମୋଡ଼ି ରଖିବାର ଦୃଶ୍ୟ ବ୍ରାଜିଲର ପୋଣ୍ଟା ନେଗ୍ରା ଅଞ୍ଚଳର ବୋଲି କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓଟିକୁ ୨୦ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି।
ଏହି ଭିଡିଓଟିକୁ ଟ୍ୱିଟରରେ @manaus_pop ନାମରେ ଏକ ହାଣ୍ଡେଲ୍ ଶେଆର୍ କରି ଲେଖିଛନ୍ତି, ‘କୁମ୍ଭୀରକୁ ଗିଳୁଥିବା ଅବସ୍ଥାରେ ଗୋଟିଏ ଆନାକୋଣ୍ଡା ସାପକୁ ପୋଣ୍ଟା ନେଗ୍ରା ଅଞ୍ଚଳରେ ଦେଖାଯାଇଛି। ଭିଡିଓରେ ଆପଣ ଦେଖୁଛନ୍ତି ସାପଟି କୁମ୍ଭୀରକୁ ଜୋର୍ରେ ଗୁଡ଼ାଇ ରଖିଛି। ହେଲେ ସେଠାରେ ଥିବା ସ୍ଥାନୀୟ ଲୋକେ କୁମ୍ଭୀରରୁ ସାପଠାରୁ ରକ୍ଷା କରିବା ପାଇଁ ସାପ ଦେହରେ ରଶି ଗୁଡ଼ାଇ ଟାଣିବାରେ ଲାଗିଛନ୍ତି।’
ରିପୋର୍ଟ ଅନୁସାରେ ସ୍ଥାନୀୟ ଲୋକେ ରଶିଟିକୁ ଟାଣି କୁମ୍ଭୀରକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ହେଲେ ଲୋକମାନେ କୁମ୍ଭୀରକୁ କିପରି ରକ୍ଷା କଲେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ। ଦୁହିଁଙ୍କୁ ରଶି ମାଧ୍ୟମରେ ଅଲଗା କରିବା ବଡ଼ କଠିନ କାମ।
ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ ସାପର ଲମ୍ୱ ୬ ଫୁଟ୍ ଥିଲା। କୁମ୍ଭୀରଠାରୁ ସାପକୁ ଅଲଗା କରିବା ପରେ ସାପ ସହିତ ସ୍ଥାନୀୟ ଲୋକେ ଫଟୋ ଉଠାଇଥିଲେ ଏବଂ ତା’କୁ ଜଙ୍ଗଲରେ ଛାଡ଼ି ଦେଇଥିଲେ।
ତେବେ ସୋଶାଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହେବା ପରେ କିଛି ୟୁଜର୍ସ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହିପରି ଅନ୍ୟ କିଛି ୟୁଜର୍ସଙ୍କର କହିବା ଅନୁସାରେ ଏହି ଲୋକମାନେ ସାପଠାରୁ ତା’ର ଖାଦ୍ୟ ଛଡ଼ାଇ ନେଇ ପ୍ରକୃତିର ଖାଦ୍ୟଚକ୍ରକୁ ଭାଙ୍ଗିଛନ୍ତି। ଯାହା କରିବା ଉଚିତ ନୁହେଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/sapa.jpg)