Advertisment

ବିବାହ ବେଦୀରେ ହାଇଡ୍ରାମା, ପିଟାପିଟି ହେଲେ ବର-କନ୍ୟା

ନୂଆଦିଲ୍ଲୀ: ସୋସାଲ ମିଡିଆରେ ପ୍ରତ୍ୟେକ ଦିନ ବିଭିନ୍ନ ଭିଡ଼ିଓ ଭାଇରାଲ୍ ହୋଇଥାଏ। ଅଜବ ଗଜବ ଘଟଣା ହେଉ ଅବା ଦୁର୍ଘଟଣା ସବୁ ପ୍ରକାରର ଭିଡିଓକୁ ନେଇ ସୋସାଲ ମିଡିଆରେ ଚର୍ଚ୍ଚା ହୋଇଥାଏ। ଠିକ୍ ସେହିପରି ଏକ ବିବାହ ଉତ୍ସବର ମଜାଦାର ଭିଡିଓ ଏବେ ସୋସାଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ହୁଏତ ଆପଣବି ଭାବିବେ କି, ଇଏ ବିବାହ ବେଦୀ କି ରଣଭୂମି ? ଭାଇରାଲ୍ ହେଉଥିବା ଏହି ଭିଡିଓରେ ଏହା ଜଣାପଡ଼ୁଛି […]

ଅଦ୍ୟତନ ହୋଇଛି
ବିବାହ ବେଦୀରେ ହାଇଡ୍ରାମା, ପିଟାପିଟି ହେଲେ ବର-କନ୍ୟା

Bride And Groom fight

Advertisment

ନୂଆଦିଲ୍ଲୀ: ସୋସାଲ ମିଡିଆରେ ପ୍ରତ୍ୟେକ ଦିନ ବିଭିନ୍ନ ଭିଡ଼ିଓ ଭାଇରାଲ୍ ହୋଇଥାଏ। ଅଜବ ଗଜବ ଘଟଣା ହେଉ ଅବା ଦୁର୍ଘଟଣା ସବୁ ପ୍ରକାରର ଭିଡିଓକୁ ନେଇ ସୋସାଲ ମିଡିଆରେ ଚର୍ଚ୍ଚା ହୋଇଥାଏ। ଠିକ୍ ସେହିପରି ଏକ ବିବାହ ଉତ୍ସବର ମଜାଦାର ଭିଡିଓ ଏବେ ସୋସାଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ହୁଏତ ଆପଣବି ଭାବିବେ କି, ଇଏ ବିବାହ ବେଦୀ କି ରଣଭୂମି ?

Advertisment

ଭାଇରାଲ୍ ହେଉଥିବା ଏହି ଭିଡିଓରେ ଏହା ଜଣାପଡ଼ୁଛି ଯେ, ବେଶ୍ ଧୂମଧାମରେ ଏକ ବିବାହ ଉତ୍ସବ ଚାଲିଛି। ବିବାହ ବେଦୀରେ ଉଭୟ ବର କନ୍ୟା ବସିଛନ୍ତି। ଏହାରି ମଧ୍ୟରେ ବିବାହର ଏକ ନୀତି ଅନୁଯାୟୀ କନ୍ୟା ବରକୁ ଖୁଆଇଦେବା ପାଇଁ ପ୍ରସ୍ତୁତ ଅଛି। ହେଲେ ବର କନ୍ୟାକୁ ଦେଖି ଚିଡ଼ାଇବା ଉଦ୍ଦେଶ୍ୟରେ ହସୁଛି। ଯାହାକୁ ଦେଖି କନ୍ୟା ସହି ପାରିନି ଏବଂ ହଠାତ୍ ବର ଉପରେ ଆକ୍ରମଣ କରୁଛି। ଯାହା ପରେ ବର ମଧ୍ୟ କନ୍ୟାର ଆକ୍ରମଣରୁ ନିଜକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କଲା ହେଲେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପିଟାପିଟି ଆରମ୍ଭ ହୋଇଛି। ଦୁହେଁ ଏପରି ମରାମରି ହୋଇଛନ୍ତି ଯେ ସେମାନେ ସବୁକିଛି ଭୁଲି ଯାଇଛନ୍ତି।

ଶେଷରେ ଉଭୟ ପିଟାପିଟିରେ ଏତେ ବ୍ୟସ୍ତ ହୋଇଯାଇଛନ୍ତି ଯେ, କେତେବେଳେ ସେମାନେ ତଳେ ଗଡ଼ି ଯାଇଛନ୍ତି ତାହା ବି ସେମାନଙ୍କୁ ଜଣାନାହିଁ। ଏମିତିକି ଦୁହେଁ ଭୁଲି ଯାଇଛନ୍ତି ଯେ, ସେଠାରେ ତାଙ୍କର ବିବାହ ଚାଲିଛି। ସେମାନଙ୍କୁ ଦେଖି ପାଖରେ ଥିବା ଲୋକେ ମଧ୍ୟ ଦୁହେଁଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବାର ଭିଡିଓରେ ଦେଖିବାକୁ ମିଳିଛି।

Advertisment

ତେବେ ଶୋସାଲ ମିଡିଆରେ ଭଆଇରାଲ୍ ହେଉଥିବା ଏହି ଭଡିଓଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ। ଭିଡିଓକୁ ଅନେକ ଲୋକ ଦେଖିସାରିଥିବାବେଳେ ୭୦ ହଜାରରୁ ଅଧିକ ଲୋକ ଲାଇକ୍  କରିଛନ୍ତି। ଭିଡିଓରେ ଅନେକ ଲୋକେ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe