Advertisment

ମଣ୍ଡପ ଉପରେ ପୁସ୍‌-ଅପ୍ସ ମାରିଲେ ବର-କନିଆଁ

ନୂଆଦିଲ୍ଲୀ: ନିଜ ବିବାହ ଦିନକୁଟିକୁ ସ୍ମରଣୀୟ କରିବା ପାଇଁ ଚାହିଁ ରହିଥା’ନ୍ତି ବର-କନିଆଁ। ଏଥିପାଇଁ କେତେ କ’ଣ କରିପକାନ୍ତି। ପ୍ରି-ୱେଡିଂ ଫଟୋସୁଟ୍‌ ଠାରୁ ଆରମ୍ଭ କରି ଡିଜାଇନର ଡ୍ରେସ୍‌ ଯାଏଁ। କେବଳ ସେତିକି ନୁହେଁ ବିବାହ ପୂର୍ବରୁ ନିଜେ କିଭଳି ସ୍ଲିମ ଏବଂ ଫିଟ୍‌ ରହିବେ ସେଥିପାଇଁ ମଧ୍ୟ ତତ୍ପର ଥାଆନ୍ତି। ଜିମ୍‌ ଯାଇ ନିଜକୁ ଫିଟ୍‌ ରଖନ୍ତି। କିନ୍ତୁ କେବେ କିଏ ବିବାହ ମଣ୍ଡପ ଉପରେ ମଧ୍ୟ ଫିଟ୍‌ ରହିବା ପାଇଁ ଉଦ୍ୟମ କରୁଥିବା ଦେଖିଛନ୍ତି। […]

ମଣ୍ଡପ ଉପରେ ପୁସ୍‌-ଅପ୍ସ ମାରିଲେ ବର-କନିଆଁ

Bride And Groom Do Push-Ups

Advertisment

ନୂଆଦିଲ୍ଲୀ: ନିଜ ବିବାହ ଦିନକୁଟିକୁ ସ୍ମରଣୀୟ କରିବା ପାଇଁ ଚାହିଁ ରହିଥା'ନ୍ତି ବର-କନିଆଁ। ଏଥିପାଇଁ କେତେ କ'ଣ କରିପକାନ୍ତି। ପ୍ରି-ୱେଡିଂ ଫଟୋସୁଟ୍‌ ଠାରୁ ଆରମ୍ଭ କରି ଡିଜାଇନର ଡ୍ରେସ୍‌ ଯାଏଁ। କେବଳ ସେତିକି ନୁହେଁ ବିବାହ ପୂର୍ବରୁ ନିଜେ କିଭଳି ସ୍ଲିମ ଏବଂ ଫିଟ୍‌ ରହିବେ ସେଥିପାଇଁ ମଧ୍ୟ ତତ୍ପର ଥାଆନ୍ତି। ଜିମ୍‌ ଯାଇ ନିଜକୁ ଫିଟ୍‌ ରଖନ୍ତି। କିନ୍ତୁ କେବେ କିଏ ବିବାହ ମଣ୍ଡପ ଉପରେ ମଧ୍ୟ ଫିଟ୍‌ ରହିବା ପାଇଁ ଉଦ୍ୟମ କରୁଥିବା ଦେଖିଛନ୍ତି। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ଡିଜାଇନର ଲେହେଙ୍ଗା ସାଙ୍ଗକୁ ବ୍ରାଇଡାଲ ମେକ୍‌ଅପ୍‌। ପୁରାପୂରି ନବବଧୂ ବେଶରେ ସଜେଇ ହୋଇଛି କନିଆଁ। ସେପଟେ ବର ମଧ୍ୟ ସେରାୱାନି ପିନ୍ଧି ଫୁଲ୍‌ ଗେଟ୍‌-ଅପ୍‌ରେ ପ୍ରସ୍ତୁତ। ହେଲେ ବିବାହ କରିବାକୁ ଯିବା ପୂର୍ବରୁ ଉଭୟ ମଣ୍ଡପରେ ହିଁ ମାରିଛନ୍ତି ଧଡାଧଡ଼ ପୁସ୍‌-ଅପ୍ସ। ବର-କନିଆଁଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କନିଆଁ ଜଣକ ହେଉଛନ୍ତି ଅକ୍ଷିତା ଅରୋଡା ମାହାଜନ। ସେ ପେଶରେ ଜଣେ ଫିଟ୍‌ନେସ୍‌ କୋଚ। ଏହି ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଭିଡିଓକୁ ପୋଷ୍ଟ କରି ସେ ଲେଖିଛନ୍ତି 'ଏକ ଦମ୍ପତି ଯିଏ ଏକାଠି ଲିଫ୍ଟ କରୁଛନ୍ତି।' ଏହି ଭିଡିଓ କ୍ଲିପ୍‌ରେ ସେ ତାଙ୍କ ବର ଆଦିତ୍ୟ ମହାଜନଙ୍କ ସହ ପୁସ୍-ଅପ୍ ମାରୁଥିବା ଦେଖିବାକୁ ମିଳିଛି। ଆଦିତ୍ୟ ମହାଜନ ମଧ୍ୟ ଜଣେ ଫିଟନେସ୍ କୋଚ୍ ଅଟନ୍ତି। ଦୁହେଁ ୱେଡିଂ ଗେଟ୍‌ଅପ୍‌ରେ ସଜେଇ ମଣ୍ଡପ ଉପରେ ସମସ୍ତଙ୍କ ଆଗରେ ପୁସ୍-ଅପ୍ ମାରି ଅନ୍ୟକୁ ଫିଟ୍‌ ରହିବା ପାଇଁ ପ୍ରେରଣା ଦେଇଛନ୍ତି।

Advertisment

ଏହି ଭିଡିଓଟିକୁ ବର୍ତ୍ତମାନ ଯାଏଁ ୩ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି। ଏଥିସହ ଅନେକ ୟୁଜର କମେଣ୍ଟ କରି ଉଭୟ ବର-କନିଆଁଙ୍କ ପ୍ରଶଂସା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe