Advertisment

ବିଗାଡ଼ି ଦେଲା ବନ୍ୟା, ଭୋଜି ହଣ୍ଡାରେ ମଣ୍ଡପକୁ ଗଲେ ବର-କନ୍ୟା

ଥିରୁବନ୍ତପୁରମ: ବର ଥିଲା ଏବଂ କନ୍ୟା ବି ଥିଲା। ସାଙ୍ଗରେ ବ୍ୟାଣ୍ଡ ବାଜା ମଧ୍ୟ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସବୁ ବିଗାଡି ଦେଲା ବନ୍ୟା। ବାଧ୍ୟ ହୋଇ କାର୍‌ ବଦଳରେ ଭୋଜି ହଣ୍ଡା ଭିତରେ ବସି ମଣ୍ଡପକୁ ଗଲେ ବର-କନ୍ୟା। କେରଳରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଛି। ଏଥିସହ ବିଭିନ୍ନ ସ୍ଥାନରେ ଭୁସ୍ଫଳନ ଯୋଗୁଁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏଭଳିସ୍ଥିତିରେ ଏକ ନିଆରା ବିବାହ ହୋଇଛି। ବନ୍ୟା ପାଣି ଭିତରେ ଏକ […]

ବିଗାଡ଼ି ଦେଲା ବନ୍ୟା, ଭୋଜି ହଣ୍ଡାରେ ମଣ୍ଡପକୁ ଗଲେ ବର-କନ୍ୟା

Bride and groom in cooking vessel

Advertisment

ଥିରୁବନ୍ତପୁରମ: ବର ଥିଲା ଏବଂ କନ୍ୟା ବି ଥିଲା। ସାଙ୍ଗରେ ବ୍ୟାଣ୍ଡ ବାଜା ମଧ୍ୟ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସବୁ ବିଗାଡି ଦେଲା ବନ୍ୟା। ବାଧ୍ୟ ହୋଇ କାର୍‌ ବଦଳରେ ଭୋଜି ହଣ୍ଡା ଭିତରେ ବସି ମଣ୍ଡପକୁ ଗଲେ ବର-କନ୍ୟା।

Advertisment

କେରଳରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଛି। ଏଥିସହ ବିଭିନ୍ନ ସ୍ଥାନରେ ଭୁସ୍ଫଳନ ଯୋଗୁଁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏଭଳିସ୍ଥିତିରେ ଏକ ନିଆରା ବିବାହ ହୋଇଛି। ବନ୍ୟା ପାଣି ଭିତରେ ଏକ ଅଜବଗଜବ ଢ଼ଙ୍ଗରେ ମଣ୍ଡପରେ ପହଞ୍ଚିଛନ୍ତି ବର-କନ୍ୟା। ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏକ ବଡ ରସ ହଣ୍ଡା ଭିତରେ ବସି ଭାସି ଭାସି ବର-କନ୍ୟା ବିବାହ ମଣ୍ଡପରେ ଯାଇ ପହଞ୍ଚିଛନ୍ତି। ସେଠାରେ ବୈଦିକ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ହୋଇଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ଏହି ବର-କନ୍ୟା ଦୁଇ ଜଣ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ। ଚେଙ୍ଗନୁରର ଏକ ହସ୍ପିଟାଲରେ ଦୁହେଁ ଏକାଠି କାମ କରନ୍ତି। ଏହି ଦୁଇ ଜଣଙ୍କ ବିବାହ ଦିନ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଥିଲା। ଯିବା ଆସିବା କରିବାରେ ବହୁ ଅସୁବିଧା ଉପୁଜିଥିଲା। ଏଭଳି ସ୍ଥିତିରେ ବର-କନ୍ୟା ଦ୍ୱୟ ମଣ୍ଡପରେ ପହଞ୍ଚିବା ମୁସକିଲ୍‌ ହୋଇପଡିଥିଲା। ସେପଟେ ଶୁଭ ମୁହୁର୍ତ୍ତ ମଧ୍ୟ ଗଡି ଯାଉଥିଲେ। ତେଣୁ ଏକ ବଡ ଆକାରର ରୋଷେଇ ହଣ୍ଡା ଭିତରେ ବସି ମଣ୍ଡପକୁ ଯାଇଥିଲେ ବର-କନ୍ୟା।

Advertisment

ମନ୍ଦିର ଭିତରେ ଏହି ବିବାହ ହୋଇଥିଲା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଆରା ବିବାହରେ କେବଳ ପରିବାର ଲୋକେ ଏବଂ ନିକଟ ସମ୍ପର୍କୀୟ ଓ କିଛି ଘନିଷ୍ଠ ବନ୍ଧୁବାନ୍ଧବମାନଙ୍କୁ ହିଁ ଆମନ୍ତ୍ରିତ କରାଯାଇଥିଲା।

ନିଜ ବିବାହକୁ ନେଇ ଉକ୍ତ ସ୍ୱାସ୍ଥ୍ୟକର୍ମୀ ଦ୍ୱୟ କହିଛନ୍ତି, ସୋମବାର ଦିନ ବିବାହ ଲଗ୍ନ ସ୍ଥିର ହୋଇଥିଲା। ଏହା ସବୁଠୁ ଶୁଭ ମୁହୂର୍ତ୍ତ ଥିଲା। ବନ୍ୟା ପରିସ୍ଥିତି ଉପୁଜିଥିଲେ ମଧ୍ୟ ଏହି ଶୁଭ ଲଗ୍ନକୁ ହାତଛଡା କରିବାକୁ ଆମେ ଚାହୁଁନଥିଲୁ। ସେମାନେ ଆହୁରି କହିଛନ୍ତ, କିଛି ଦିନ ତଳେ ମନ୍ଦିରକୁ ଯାଇଥିଲୁ। ସେତେବେଳେ କିନ୍ତୁ ଜମାରୁ ମଧ୍ୟ ପାଣି ନଥିଲା। ପ୍ରବଳ ବର୍ଷା ଯୋଗୁଁ ଏଠାରେ ଏବେ ପାଣି ଭର୍ତ୍ତି ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe