Advertisment

ରାଗିଗଲେ କନିଆଁ, ମଣ୍ଡପ ଉପରେ ବରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ: ରିତିନୀତିରେ ଚାଲିଥିଲା ବାହାଘର। ମନ୍ତ୍ର ପଢ଼ୁଥିଲେ ଜଜମାନ। ସେପଟେ ବାଜା ସାଙ୍ଗକୁ ବାଣ ମଧ୍ୟ ଫୁଟୁଥିଲା। ପରିବାର ଲୋକେ ଏବଂ ଅତିଥିଗଣ ମଧ୍ୟ ରୁଣ୍ଡ ହୋଇଥିଲେ। ଏତିକି ବେଳେ ହଠାତ୍ ମଣ୍ଡପ ଉପରେ ରାଗିଗଲେ କନିଆଁ। ରାଗରେ ତମ୍‌ତମ୍‌ ହୋଇ ମନ୍ତ୍ର ପଢ଼ୁଥିବା ପଣ୍ଡିତକୁ ଅଟକାଇ ବରକୁ ମାରିଦେଲେ ଚାପୁଡା। ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଇନଷ୍ଟାଗ୍ରାମରେ ଏହି ଭିଡିଓଟି ଶେଆର ହୋଇଛି। ଏହାକୁ […]

ରାଗିଗଲେ କନିଆଁ, ମଣ୍ଡପ ଉପରେ ବରକୁ ମାରିଲେ ଚାପୁଡ଼ା

Bride beats groom

Advertisment

ନୂଆଦିଲ୍ଲୀ: ରିତିନୀତିରେ ଚାଲିଥିଲା ବାହାଘର। ମନ୍ତ୍ର ପଢ଼ୁଥିଲେ ଜଜମାନ। ସେପଟେ ବାଜା ସାଙ୍ଗକୁ ବାଣ ମଧ୍ୟ ଫୁଟୁଥିଲା। ପରିବାର ଲୋକେ ଏବଂ ଅତିଥିଗଣ ମଧ୍ୟ ରୁଣ୍ଡ ହୋଇଥିଲେ। ଏତିକି ବେଳେ ହଠାତ୍ ମଣ୍ଡପ ଉପରେ ରାଗିଗଲେ କନିଆଁ। ରାଗରେ ତମ୍‌ତମ୍‌ ହୋଇ ମନ୍ତ୍ର ପଢ଼ୁଥିବା ପଣ୍ଡିତକୁ ଅଟକାଇ ବରକୁ ମାରିଦେଲେ ଚାପୁଡା। ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରକୃତରେ ଇନଷ୍ଟାଗ୍ରାମରେ ଏହି ଭିଡିଓଟି ଶେଆର ହୋଇଛି। ଏହାକୁ official_niranjanm87  ନାମକ ୟୁଜର ଶେଆର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୁଟଖା ଖାଉଥିବା ବରକୁ ପାନେ ଦେଇଛନ୍ତି ନବବଧୂ। ସମସ୍ତ ଆଗରେ ସେ ମାରିଛନ୍ତି ଚାପୁଡା।

ବର କନିଆଁ ମଣ୍ଡପରେ ବସିଛନ୍ତି। ହଠାତ୍‌ ପଣ୍ଡିତଙ୍କୁ ମନ୍ତ୍ର ପଢ଼ିବାକୁ ଅଟକାଉଛନ୍ତି ନବବଧୂ। ଏହାପରେ ପାଖରେ ବସିଥିବା ବରକୁ ରାଗିଯାଇ ଚାପୁଡା କସି ଦେଉଛନ୍ତି। ଶୀଘ୍ର ଯାଇ ପାଟିରୁ ଗୁଟଖା ଫୋପାଡି ଅସ ବୋଲି କହୁଛନ୍ତି। ନବବଧୂର କଥାମାନି ବର ମଧ୍ୟ ଧଡ଼ପଡ ଠିଆ ହୋଇ ଯାଉଛି। ଖାଉଥିବା ଗୁଟଖାକୁ ମୁହଁରୁ ଫୋପାଡି ଦେଉଛି।  କେବଳ ସେତିକି ନୁହେଁ ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ରାଗିଯାଇ ନବବଧୂ ଜଣକ ଚାପୁଡ଼ା ମାରିଛନ୍ତି।

Advertisment

ଏହି ମଜାଦାର ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ବର୍ତ୍ତମାନ ଯାଏଁ ୨ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି। ଅନେକ ଲୋକେ ଏହି ଭିଡିଓରେ କମେଣ୍ଟ ମଧ୍ୟ କରିଛନ୍ତି। କନିଆଁ ଜଣକ ବରକୁ ଉଚିତ ଶିକ୍ଷା ଦେଇଛି ବୋଲି କିଛି ୟୁଜର୍ସମାନେ ଲେଖିଛନ୍ତି। ତେବେ କେଉଁ ସ୍ଥାନରେ ଏଭଳି ଘଟଣା ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ।

ସୂଚନା ମୁତାବକ ଗୁଟଖା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନୀକାରକ। ଏହା ଆମ ଶରୀରକୁ କ୍ଷତି ପହଞ୍ଚାଏ। ଏହି କାରଣ ଯୋଗୁଁ ସରକାର ମଧ୍ୟ ଗୁଟଖା ନଖାଇବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe