Advertisment

ବିିବାହ ଭାଙ୍ଗି ଦେଲା ଲେହେଙ୍ଗା

ଡେରାଡୁନ୍‌: ସଜେଇ ହୋଇଥିଲା ମଣ୍ଡପ। ବର ଘର ଓ କନିଆଁ ଘରର ଲୋକେ ଥିଲେ ପୂରା ପ୍ରସ୍ତୁତ। ବିବାହ ପାଇଁ ସବୁ ଆୟୋଜନ ମଧ୍ୟ ସରିଥିଲେ। ଘରେ ଭିଡ ଜମାଇଥିଲେ ବନ୍ଧୁବାନ୍ଧବ। କେବଳ ବରଯାତ୍ରୀକୁ ଅପେକ୍ଷା ଥିଲା। ବର ଘରୁ କନିଆଁ ପାଇଁ ଲେହାଙ୍ଗା ମଧ୍ୟ ପଠା ସରିଥିଲା। କିନ୍ତୁ ବର ଘରୁ ଲେହେଙ୍ଗା ଆସିବା ପରେ ହଠାତ୍ ଭାଙ୍ଗିଗଲା ବାହାଘର। ବର ପଠାଇଥିବା ଶସ୍ତା ଲେହେଙ୍ଗା ଦେଖି ବିବାହ କରିବାକୁ ସିଧା ସଳଖ ମନା କରିଦେଲା […]

ବିିବାହ ଭାଙ୍ଗି ଦେଲା ଲେହେଙ୍ଗା

bride-cancels-wedding

Advertisment

ଡେରାଡୁନ୍‌: ସଜେଇ ହୋଇଥିଲା ମଣ୍ଡପ। ବର ଘର ଓ କନିଆଁ ଘରର ଲୋକେ ଥିଲେ ପୂରା ପ୍ରସ୍ତୁତ। ବିବାହ ପାଇଁ ସବୁ ଆୟୋଜନ ମଧ୍ୟ ସରିଥିଲେ। ଘରେ ଭିଡ ଜମାଇଥିଲେ ବନ୍ଧୁବାନ୍ଧବ। କେବଳ ବରଯାତ୍ରୀକୁ ଅପେକ୍ଷା ଥିଲା। ବର ଘରୁ କନିଆଁ ପାଇଁ ଲେହାଙ୍ଗା ମଧ୍ୟ ପଠା ସରିଥିଲା। କିନ୍ତୁ ବର ଘରୁ ଲେହେଙ୍ଗା ଆସିବା ପରେ ହଠାତ୍ ଭାଙ୍ଗିଗଲା ବାହାଘର। ବର ପଠାଇଥିବା ଶସ୍ତା ଲେହେଙ୍ଗା ଦେଖି ବିବାହ କରିବାକୁ ସିଧା ସଳଖ ମନା କରିଦେଲା କନିଆଁ। ଏଭଳି କିଛି ଅଜବ ଘଟଣା ଘଟିଛି ଉତ୍ତରାଖଣ୍ଡର ହଲଦ୍ୱାଇନ୍‌ରେ। ଏହି ଖବର ଏବେ ସୋଶାଲ ମିଡିଆରେ ହେବାରେ ଲାଗିଛି।

Advertisment

ଲକ୍ଷ୍ନୌ ଅଲମୋଡାର ଜଣେ ଯୁବକ ସହ ଉତ୍ତରାଖଣ୍ଡ ହଲଦ୍ୱାଇନ୍‌ର ଜଣେ ଯୁବତୀଙ୍କ ବିବାହ ଠିକ୍ ହୋଇଥିଲା। ବିବାହ ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ। ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା। ଯୁବକ ଜଣକ ନିଜ ଭାବି ସ୍ତ୍ରୀ ପାଇଁ ଲକ୍ଷ୍ନୌରୁ ନିଜ ମନ ପସନ୍ଦ ମୁତାବକ ଏକ ଲେହେଙ୍ଗା ଅର୍ଡର କରିଥିଲେ। ଯାହାର ଦାମ୍ ଥିଲା ୧୦ ହଜାର ଟଙ୍କା। ହେଲେ କନିଆଁକୁ କିନ୍ତୁ ଏହି ଲେହେଙ୍ଗା ପସନ୍ଦ ଆସିନଥିଲା। ଏହା ତାଙ୍କୁ ବେଶ୍ ଶସ୍ତା ଲାଗିଥିଲା। ଏହାପରେ ବିବାହ ପାଇଁ ସଫା ସଫା ମନା କରିଦେଇଥିଲା କନିଆଁ।

ରିପୋର୍ଟ ମୁତାବକ, ଏହାକୁ ନେଇ ଉଭୟ ବର ପକ୍ଷ ଓ କନିଆଁ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ ଜୋରଦାର ହଙ୍ଗାମା ହୋଇଥିଲା। ଏପରିକି କଥା ଯାଇ ପୁଲିସ ଷ୍ଟେସନରେ ମଧ୍ୟ ପହଞ୍ଚିଥିଲା। ପୁଲିସ ଉଭୟ ପକ୍ଷକୁ ବୁଝାସୁଝା କରିଥିଲା। କିନ୍ତୁ କୌଣସି ସମାଧାନ ହୋଇନଥିଲା। ଶେଷରେ ବିବାହ ଭାଙ୍ଗି ଯାଇଥିଲା। ସୂଚନା ମୁତାବକ, ବର-କନ୍ୟାଙ୍କ ଜୁନ୍ ମାସରେ ନିର୍ବନ୍ଧ ସରିଥିଲା। ଆଉ ନଭେମ୍ବର ମାସରେ ବିବାହ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe