Advertisment

ବେଦିକୁ ଯିବାକୁ ପୂର୍ବରୁ ପୁସ୍‌ଅପ୍‌ ମାରିଲେ ନବବଧୂ

ନୂଆଦିଲ୍ଲୀ: ହାତରେ ଶଙ୍ଖ, ମୁଣ୍ଡରେ ସିନ୍ଥି। ଲାଲ ଲେହଙ୍ଗା ଆଉ ଓଢ଼ାଣା ଦେଇ ସଜେଇ ହୋଇଛନ୍ତି ନବବଧୂ। ବିବାହ ପାଇଁ ବେଦିକୁ ଯିବାକୁ ପୂରା ପ୍ରସ୍ତୁତ କେବଳ ଅପେକ୍ଷା ବରଯାତ୍ରୀଙ୍କୁ। ହେଲେ ବେଦିକୁ ଯିବା ପୂର୍ବରୁ ଫୁଲଦମ୍‌ରେ ଲେହଙ୍ଗା ପିନ୍ଧି କସରତ କରିଛନ୍ତି ନବବଧୂ। ମାରିଛନ୍ତି ପୁସ୍‌ଅପ୍‌। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ଆନା ଅରୋରା। ନିକଟରେ ତାଙ୍କ ବିବାହ ସରିଛି। ତେବେ ଅନାଙ୍କ ବିବାହ ବେଳର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ସେ […]

ବେଦିକୁ ଯିବାକୁ ପୂର୍ବରୁ ପୁସ୍‌ଅପ୍‌ ମାରିଲେ ନବବଧୂ

bride-doing-push-ups

Advertisment

ନୂଆଦିଲ୍ଲୀ: ହାତରେ ଶଙ୍ଖ, ମୁଣ୍ଡରେ ସିନ୍ଥି। ଲାଲ ଲେହଙ୍ଗା ଆଉ ଓଢ଼ାଣା ଦେଇ ସଜେଇ ହୋଇଛନ୍ତି ନବବଧୂ। ବିବାହ ପାଇଁ ବେଦିକୁ ଯିବାକୁ ପୂରା ପ୍ରସ୍ତୁତ କେବଳ ଅପେକ୍ଷା ବରଯାତ୍ରୀଙ୍କୁ। ହେଲେ ବେଦିକୁ ଯିବା ପୂର୍ବରୁ ଫୁଲଦମ୍‌ରେ ଲେହଙ୍ଗା ପିନ୍ଧି କସରତ କରିଛନ୍ତି ନବବଧୂ। ମାରିଛନ୍ତି ପୁସ୍‌ଅପ୍‌। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।

Advertisment

ଆନା ଅରୋରା। ନିକଟରେ ତାଙ୍କ ବିବାହ ସରିଛି। ତେବେ ଅନାଙ୍କ ବିବାହ ବେଳର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ସେ ବେଦିକୁ ଯିବା ପୂର୍ବରୁ ଲେହେଙ୍ଗା ପିନ୍ଧି ଫୁଲ୍‌ ବ୍ରାଇଡାଲ ମେକ୍‌ଅପ୍‌ରେ ମାରିଛନ୍ତି ପୁସ୍‌ଅପ୍‌। ଏହି ଭିଡିଓକୁ ଆନା ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଭିଡିଓ ଟିକୁ ଲୋକେ ୭୫ ଲକ୍ଷରୁ ବି ଅଧିକ ଥର ଦେଖି ସାରିଲେଣି। କେବଳ ସେତିକି ନୁହେଁ ୫ ଲକ୍ଷରୁ ଅଧିକ ଲାଇକ୍ସ ମଧ୍ୟ ମିଳିସାରିଲାଣି।

ଗତ ଜୁଲାଇ ମାସରେ ଆନା ନିଜର ଏହି ଓ୍ୱେଡିଂ ଭିଡିଓଟିକୁ ସେଆର କରିଥିଲେ। ତେବେ ଜୁଲାଇରୁ ପୋଷ୍ଟ ହୋଇଥିଲେ ମଧ୍ୟ ହଠାତ ମଙ୍ଗଳବାର ଦିନ ଏହା ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଆରେ ଆନା ହେବି ଓ୍ୱେଡିଂ ଜୁଏଲାରୀ ସାଙ୍ଗକୁ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି। ଏହି ଲେହେଙ୍ଗା ପିନ୍ଧି ସେ ଧଡାଧଡ ପୁସ୍‌-ଅପ୍‌ ମାରୁଛନ୍ତି।

Advertisment

ପ୍ରକୃତରେ ଆନା ହେଉଛନ୍ତି ଜଣେ ଫିଟ୍‌ନେସ ପ୍ରିୟ ମହିଳା। ସେ ପ୍ରତିଦିନ ଜିମ୍‌ ଯାଆନ୍ତି, ଓ୍ୱର୍କଆଉଟ୍‌ କରନ୍ତି। ତେବେ ନିଜ ବିବାହ ଦିନ ମଧ୍ୟ ଏଥିରେ ଅବହେଳା କରିନଥିଲେ ସେ। ନିଜକୁ ଫିଟ୍‌ ରଖିବା ପାଇଁ ସେ କରିଥିଲେ ଓ୍ୱର୍କ ଆଉଟ୍‌। ଆନା ଜଣେ ଡାଇଟିସିଆନ୍‌ ଏବଂ ଜଣେ ମଡେଲ ମଧ୍ୟ। ସେ ଯାହା ବି କରନ୍ତି ନିଜ ସୋଶାଲ ମିଡିଆରେ ସେଆର କରନ୍ତି। ତାଙ୍କର ଇନ୍‌ଷ୍ଟାଗ୍ରାମରେ ୮୧ ହଜାରରୁ ବି ଅଧିକ ଫଲୋଅର୍ସ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe