Advertisment

ବର ମୁଣ୍ଡରେ ସିନ୍ଦୁର ପିନ୍ଧାଇଲେ କନିଆଁ, ହେଲା ବରଦାନ

ନୂଆଦିଲ୍ଲୀ: ବରଯାତ୍ରୀଙ୍କୁ ସ୍ୱାଗତ, ଶଳା ବିଧା ତା’ପରେ କନିଆଁ ହାତରେ ବରର ହସ୍ତଗଣ୍ଠି। କନିଆଁ ମଥାରେ ସିନ୍ଦୁର ପିନ୍ଧା ଏବଂ କନ୍ୟାଦାନ। ବର୍ଷ ବର୍ଷ ଧରି ଏମିତି ଚାଲିଆସୁଛି। ବାହାଘରେ ସବୁଠି ଏମିତି ରୀତିନୀତି ଓ ପରମ୍ପରା ପାଳନ ହୁଏ। ବିବାହ ପରେ କନିଆଁ ଶଶୂଘରକୁ ଯିବା ପରମ୍ପରା ରହିଛି। ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୂରାପୁରି ଓଲଟା ବାହାଘର, ଏଠି ରୀତିନୀତି ବି ଅଲଗା। […]

ବର ମୁଣ୍ଡରେ ସିନ୍ଦୁର ପିନ୍ଧାଇଲେ କନିଆଁ, ହେଲା ବରଦାନ

bride-filled-sindoor-in-groom

Advertisment

ନୂଆଦିଲ୍ଲୀ: ବରଯାତ୍ରୀଙ୍କୁ ସ୍ୱାଗତ, ଶଳା ବିଧା ତା'ପରେ କନିଆଁ ହାତରେ ବରର ହସ୍ତଗଣ୍ଠି। କନିଆଁ ମଥାରେ ସିନ୍ଦୁର ପିନ୍ଧା ଏବଂ କନ୍ୟାଦାନ। ବର୍ଷ ବର୍ଷ ଧରି ଏମିତି ଚାଲିଆସୁଛି। ବାହାଘରେ ସବୁଠି ଏମିତି ରୀତିନୀତି ଓ ପରମ୍ପରା ପାଳନ ହୁଏ। ବିବାହ ପରେ କନିଆଁ ଶଶୂଘରକୁ ଯିବା ପରମ୍ପରା ରହିଛି। ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୂରାପୁରି ଓଲଟା ବାହାଘର, ଏଠି ରୀତିନୀତି ବି ଅଲଗା।

Advertisment

ମୁଖ୍ୟତଃ ବର କନିଆଁ ମୁଣ୍ଡରେ ସିନ୍ଦୁର ପିନ୍ଧାଇଥାଏ। କିନ୍ତୁ ଏଠି ଦେଖିବାକୁ ମିଳିଛି ଓଲଟା ଦୃଶ୍ୟ। ହୋମ ନିଆଁକୁ ସାକ୍ଷୀ ରଖି ବର ମୁଣ୍ଡରେ ସିନ୍ଦୁର ପିନ୍ଧାଇଛି କନିଆଁ। କେବଳ ସେତିକି ନୁହେଁ ଏଠି କନ୍ୟାଦାନ ବଦଳରେ ହୋଇଛି ବରଦାନ। ଏଭଳି ଏକ ନିଆରା ବିବାହର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କନିଆଁ ପୁରୁଣା ପରମ୍ପରାକୁ ପଛରେ ପକାଇ ନିଜ ଭାବି ସ୍ୱାମୀଙ୍କ ମୁଣ୍ଡରେ ପିନ୍ଧାଇଛନ୍ତି ସିନ୍ଦୁର। ସେହିପରି ବର ମଧ୍ୟ କନିଆଁ ମୁଣ୍ଡରେ ସିନ୍ଦୁର ପିନ୍ଧାଇଛି। କେବଳ ସେତିକି ନୁହେଁ କନିଆଁ ବଦଳରେ ବର ବିଦାଇ ବେଳେ ଲିଆ ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଭିଡିଓ ଆରମ୍ଭରେ କନିଆଁ ଜଣକ ଟିପିକାଲ ବଧୂ ହେବାକୁ ମନା କରିବା ସହ ସେ ବର ମୁଣ୍ଡରେ ସିନ୍ଦୁର ପିନ୍ଧାଇବେ ବୋଲି କହୁଥିବା ଦେଖିବାକୁ ମିଳିଛି। ଏହାପରେ ସେ ଯାହା କହୁଛନ୍ତି ତାହା କରି ଦେଖାଇଥିବା ଭିଡିଓରେ ନଜର ଆସିଛି।

Advertisment

ବିବାହର ଏହି ନୂଆ ଭର୍ସନ୍‌ ଏବେ ଅନ୍‌ଲାଇନ୍‌ରେ ଟ୍ରେଣ୍ଡ ପାଲଟିଛି। ଲୋକେ ଏହି ଭିଡିଓକୁ ଦେଖି ଚକିତ ହୋଇପଡିଛନ୍ତି। ତେବେ ଏହି ବିବାହଟି କେଉଁଠି ହୋଇଛି ଏହି ବର କନିଆଁ ଦୁହେଁ କିଏ ସେନେଇ କିଛି ସୂଚନା ମିଳିନାହିଁ। ଏହି ଭିଡିଓଟିକୁ @BrahmaandKiMaa ଟ୍ୱିଟର ହ୍ୟାଣ୍ଡେଲରୁ ଶେଆର କରାଯାଇଛି। ବର୍ତ୍ତମାନ ଯାଏଁ ଏହାକୁ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

https://twitter.com/BrahmaandKiMaa/status/1513786384699383812?s=20&t=ctWiaHBJOcj6ZN9NHU3leA

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe