bride-friends-fighting-with-groom
ନୂଆଦିଲ୍ଲୀ: ଝିଅ ହୁଅନ୍ତୁ ଅବା ପୁଅ। ବିବାହ ଦିନଟି ସମସ୍ତଙ୍କ ଜୀବନରେ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଉଭୟ ପକ୍ଷ ପାଇଁ ଏହି ଦିନଟି ହୋଇଥାଏ ବଡ । ହଳଦୀ, ମେହେନ୍ଦି, ସଙ୍ଗୀତ ଠାରୁ ଆରମ୍ଭ କରି ବିବାହ ଦିନ ଅନେକ ସେରିମୋନି ପାଳନ କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଲା ଭିଣୋଇଙ୍କ ଜୋତା ଚୋରି ପରମ୍ପରା।
ଏହି ପରମ୍ପରାରେ କନିଆଁଙ୍କ ଭଉଣୀମାନେ ବରର ଜୋତା ଚୋରାଇଥାନ୍ତି। ବର ଆଗରେ କରିଥାନ୍ତି ଡିମାଣ୍ଡ। ଡିମାଣ୍ଡ ପୂରଣ ହେବା ପରେ ଯାଇ ବରକୁ ଜୋତା ଫେରାଇଥାନ୍ତି ଶାଳିମାନେ। ତେବେ ନିକଟରେ ଏହି ଜୋତା ଚୋରି ପରମ୍ପରା ବେଳେ ଦେଖିବାକୁ ମିଳିଛି ହାଇ ଭୋଲ୍ଟେଜ୍ ଡ୍ରାମା। ବରର ଜୋତା ଚୋରି କରିବା ପାଇଁ ବର ପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ହୋଇଛି ଜବରଦସ୍ତ ଟଣାଓଟରା। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଣୋଇଙ୍କ ଜୋତା ଚୋରି କରିବା ପାଇଁ ଶାଳି ଓ ତାଙ୍କ ସାଙ୍ଗମାନେ ସବୁ ସୀମା ପାର୍ କରିଦେଇଛନ୍ତି। ଜୋତା ନେବା ପାଇଁ ବରର ସାଙ୍ଗସାଥୀଙ୍କ ସହ କରୁଛନ୍ତି ସଙ୍ଘର୍ଷ। କେତେବେଳେ ଗୋଡ ଟାଣି ଦେଉଛନ୍ତି ତ ଆଉ କେତେବେଳେ କାହାର ଡ୍ରେସ୍ ଧରି ଭିଡୁଛନ୍ତି। ସେହିପରି ଆଉ କେତେବେଳେ ଜୋତା ନେବା ପାଇଁ କାହା ପଛରେ ଦୌଡୁଛନ୍ତି। ଏପରିକି ଏହି ଟଣା ଓଟରା ଭିତରେ କିଛି ଲୋକଙ୍କ ଡ୍ରେସ୍ ମଧ୍ୟ ଚରି ଯାଇଛି। ବର ମଧ୍ୟ ନିଜ ଜୋତା ବଞ୍ଚାଇବା ପାଇଁ କରୁଛି କସରତ। କିନ୍ତୁ ଏହି ଚେଷ୍ଟା ଶେଷରେ ଫେଲ୍ ମାରୁଛି, ବାଜିମାରି ନେଉଛନ୍ତି ଶାଳି। ଏହି ମଜାଦାର ଭିଡିଓକୁ ଖୋଦ୍ ବର କେଶା ସାନ୍ଧୱି ନିଜ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି।
ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଭିଡିଓଟିକୁ ଦେଖି ହସି ହସି ଗଡିଯାଉଛନ୍ତି। ଏଥିସହ ସୋଶାଲ ମିଡିଆ ୟୁଜର୍ସ ଏଥିରେ ଜୋରଦାର କମେଣ୍ଟ ମଧ୍ୟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/bride-friends-fighting-with-groom.jpg)