Advertisment

ବେଦି ଉପରେ ସିନ୍ଦୁର ପିନ୍ଧିବାକୁ ମନା କରିଦେଲା କନିଆ

ରାଞ୍ଚି: ବର-କନିଆ ପରସ୍ପରକୁ ବରଣ ମାଳା ପିନ୍ଧାଇଲେ। ହାତଗଣ୍ଠି ପଡିଲା, ସାତ ଫେରା ବି ସରିଲା। ବେଦୀ ଚାରିପଟେ ଘେରି ରହିଥିଲେ ବନ୍ଧୁ ଓ ସମ୍ପର୍କୀୟ। ବର-କନିଆ ଉପରକୁ ଫୁଲ ବର୍ଷା ହେଉଥିଲା। ସାଙ୍ଗସାଥୀ ଥଟ୍ଟା ମଜା ବି କରୁଥିଲେ। ସବୁ ରୀତିନୀତି ସହ ହସ ଖୁସିରେ ଚାଲିଥିଲା ବାହାଘର। ତେବେ ପଣ୍ଡିତ ଯେତେବେଳେ ବରକୁ କନିଆ ମଥାରେ ସିନ୍ଦୁର ପିନ୍ଧାଇବାକୁ କହିଲେ ବଦଳିଯାଇଥିଲା ବାହାଘରର ପୁରା ଚିତ୍ର। ବେଦୀ ଉପରେ ସିନ୍ଦୁର ପିନ୍ଧିବାକୁ ମନା କରିଦେଲା […]

ଅଦ୍ୟତନ ହୋଇଛି
ବେଦି ଉପରେ ସିନ୍ଦୁର ପିନ୍ଧିବାକୁ ମନା କରିଦେଲା କନିଆ

Bride Vermiliom

Advertisment

ରାଞ୍ଚି: ବର-କନିଆ ପରସ୍ପରକୁ ବରଣ ମାଳା ପିନ୍ଧାଇଲେ। ହାତଗଣ୍ଠି ପଡିଲା, ସାତ ଫେରା ବି ସରିଲା। ବେଦୀ ଚାରିପଟେ ଘେରି ରହିଥିଲେ ବନ୍ଧୁ ଓ ସମ୍ପର୍କୀୟ। ବର-କନିଆ ଉପରକୁ ଫୁଲ ବର୍ଷା ହେଉଥିଲା। ସାଙ୍ଗସାଥୀ ଥଟ୍ଟା ମଜା ବି କରୁଥିଲେ। ସବୁ ରୀତିନୀତି ସହ ହସ ଖୁସିରେ ଚାଲିଥିଲା ବାହାଘର। ତେବେ ପଣ୍ଡିତ ଯେତେବେଳେ ବରକୁ କନିଆ ମଥାରେ ସିନ୍ଦୁର ପିନ୍ଧାଇବାକୁ କହିଲେ ବଦଳିଯାଇଥିଲା ବାହାଘରର ପୁରା ଚିତ୍ର। ବେଦୀ ଉପରେ ସିନ୍ଦୁର ପିନ୍ଧିବାକୁ ମନା କରିଦେଲା କନିଆ। ସଫା ସଫା କହିଦେଲା କରିବନି ବିବାହ।

Advertisment

ନା ବରପକ୍ଷ ନା କନିଆ ଘର। କେହି କିଛି ବୁଝି ପାରୁନଥିଲେ। ଅଧା ବାହାଘରରୁ କନିଆ ମୁହଁ ମୋଡିଲା କାହିଁକି। ସମସ୍ତେ କନିଆକୁ ବୁଝାଇଥିଲେ। ବାରମ୍ବାର କାରଣ ପଚାରିଥିଲେ। ହେଲେ କନିଆର ଏକା ଜିଦ୍‌, ବାହା ହେବନି। ଶେଷରେ କନିଆ ଘର ଆଗରେ ଧାରଣାରେ ବସିଲେ ବର ପକ୍ଷ। ଦାବି କଲେ, ବାହାଘର ସାରି ଝିଅ ବିଦାଇ କର ନଚେତ୍ ଖର୍ଚ୍ଚ ହୋଇଥିବା ସବୁ ଟଙ୍କା ଫେରାଅ।

ରାଞ୍ଚି ଧୁର୍ବା ଥାନା ମୋସିବାଡି ଅଂଚଳର ଏହି ଘଟଣା ସାରା ଗାଁରେ ହଲଚଲ ଖେଳାଇ ଦେଇଥିଲା। ଅଧା ବାହାଘର, ଅଧା ରୀତିନୀତି ସହ ଅଧାରେ ଅଟକି ଯାଇଥିଲା ବରର ସ୍ୱପ୍ନ। ସେପଟେ ବାପା-ମାଆଙ୍କୁ କନିଆ କହିଥିଲା , ବର ପସନ୍ଦ ହେଉନି, ସେଥିପାଇଁ ସେ ବିବାହ କରିବନି।

Advertisment
Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe