Advertisment

ଗୁଟଖା ଖାଇ ପହଞ୍ଚିଲା ବର, କନ୍ୟା ନେଲା ଚରମ ନିଷ୍ପତ୍ତି

ବାଲିଆ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ କିଛି ଦିନ ତଳେ ଜଣେ ବରକୁ ନିଶାଶକ୍ତ ଅବସ୍ଥାରେ ଦେଖି କନ୍ୟା ବିବାହ କରିବାକୁ ମନା କରିଦେଇଥିଲା। ଏବେ ଆଉଏକ ମାମଲା ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରୁ ଆସିଛି। ଏଠାରେ ଜଣେ କନ୍ୟା ବିବାହ କରିବାକୁ ମନା କରିଦେଇଛି, କାରଣ ବର ଗୁଟଖା ଖାଉଥିଲା। ଏ ନେଇ ମନିଆର ଥାନାର ଅଧିକାରୀ ଶୈଳେନ୍ଦ୍ର ସିଂହ କହିଛନ୍ତି ଯେ ମିଶ୍ରୋଲୀ ଗାଁର କନ୍ୟାଙ୍କର ଜୁନ୍ ୫ ତାରିଖରେ ଖେଜୁରୀ ଗାଁର ଯୁବକଙ୍କ […]

ଅଦ୍ୟତନ ହୋଇଛି
ବର ପହଞ୍ଚିଲା ବେଳକୁ ବେଦୀରେ ବସିଥିଲେ ଦୁଇ ଯାଁଳା ଭଉଣୀ, ଆଉ ତାପରେ...

marriage

Advertisment

ବାଲିଆ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ କିଛି ଦିନ ତଳେ ଜଣେ ବରକୁ ନିଶାଶକ୍ତ ଅବସ୍ଥାରେ ଦେଖି କନ୍ୟା ବିବାହ କରିବାକୁ ମନା କରିଦେଇଥିଲା। ଏବେ ଆଉଏକ ମାମଲା ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରୁ ଆସିଛି। ଏଠାରେ ଜଣେ କନ୍ୟା ବିବାହ କରିବାକୁ ମନା କରିଦେଇଛି, କାରଣ ବର ଗୁଟଖା ଖାଉଥିଲା।

Advertisment

ଏ ନେଇ ମନିଆର ଥାନାର ଅଧିକାରୀ ଶୈଳେନ୍ଦ୍ର ସିଂହ କହିଛନ୍ତି ଯେ ମିଶ୍ରୋଲୀ ଗାଁର କନ୍ୟାଙ୍କର ଜୁନ୍ ୫ ତାରିଖରେ ଖେଜୁରୀ ଗାଁର ଯୁବକଙ୍କ ସହ ବିବାହ ହେବାର ଥିଲା। ହେଲେ ଯେତେବେଳେ ବର ବରଯାତ୍ରୀ ନେଇ ପହଞ୍ଚିଲା, ସେତେବେଳେ କନ୍ୟା ଦେଖିଲେ ଯେ ସେ ଗୁଟଖା ଚୋବାଉଛନ୍ତି।

ବରକୁ ଗୁଟଖା ଖାଉଥିବାର ଦେଖି କନ୍ୟା ବିବାହ କରିବାକୁ ମନା କରିଦେଲା। ଯାହା ପରେ ସବୁ ରୀତିନୀତି ବନ୍ଦ କରିଦିଆଗଲା। ଘଣ୍ଟା ଘଣ୍ଟାର ଜିଦ୍ ପରେ ମଧ୍ୟ କନ୍ୟା ବିବାହ କରିବାକୁ ରାଜି ହେଲା ନାହିଁ। ଯାହା ଫଳରେ ବିବାହକୁ ବାତିଲ୍ କରିଦିଆଗଲା ଏବଂ ପରିବାର ପରସ୍ପରଠାରୁ ମିଳିଥିବା ଉପହାର ଫେରାଇବାକୁ ନିଷ୍ପତ୍ତି ନେଲେ। କୁହାଯାଉଛି ଯେ କନ୍ୟା ବିବାହ କରିବାକୁ ମନା କରିବାର କିଛି ସମୟ ପରେ ଖୁବ୍ ହଙ୍ଗାମା ହୋଇଥିଲା, କିନ୍ତୁ ଗାଁର ମୁରବୀଙ୍କ ହସ୍ତକ୍ଷେପ ପରେ ମାମଲା ଶେଷ ହୋଇଥିଲା।

Advertisment

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ସପ୍ତାହକ ଭିତରେ ଏଭଳି ଘଟଣା ଦ୍ୱିତୀୟଥର ଘଟିଛି। ଗତ ସପ୍ତାହରେ ପ୍ରତାପଗଡ଼ ଜିଲ୍ଲାରେ ବର ନିଶା ଅବସ୍ଥାରେ କନ୍ୟାକୁ ତା’ ସାଙ୍ଗମାନଙ୍କ ସହ ନାଚିବାକୁ ବାଧ୍ୟ କରିଥିଲା । ଯାହା ପରେ କନ୍ୟା ବିବାହ କରିବାକୁ ମନା କରିଦେଇଥିଲା। ସ୍ଥିତି ଅଧିକ ଖରାପ ହେବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସର ହସ୍ତକ୍ଷେପ ପରେ ପରିବାର ଲୋକେ ବିବାହରେ ମିଳିଥିବା ଉପହାରକୁ ଫେରାଇବାକୁ ନିଷ୍ପତ୍ତି ନେଲେ ।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe