Advertisment

କନ୍ୟା ପିନ୍ଧିଲା ଗୁପଚୁପ୍ ମୁକୁଟ, ଭିଡିଓ ଭାଇରାଲ୍

ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଥାଏ, ଯାହା ଲୋକଙ୍କୁ ଖୁବ୍ ମନୋରଞ୍ଜନ କରାଇଥାଏ। ଅନେକ ସମୟରେ ବିବାହ ଏବଂ ବର-କନ୍ୟାର ମଜାଦାର ଏବଂ ଅଜବ ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖି ଜଣେ ନିଜର ହସ ରୋକିପାରିବ ନାହିଁ। ଏହି ଭିଡିଓରେ ଜଣେ କନ୍ୟାକୁ ଗୁପଚୁପର ମାଳି ଓ ମୁକୁଟ ପିନ୍ଧା ଯାଉଥିବା ଦେଖିବାକୁ ମିଳିଛି। ଭାଇରାଲ୍ ହୋଇଥିବା ଭିଡିଓକୁ ଲୋକେ ଖୁବ୍ […]

ଅଦ୍ୟତନ ହୋଇଛି
କନ୍ୟା ପିନ୍ଧିଲା ଗୁପଚୁପ୍ ମୁକୁଟ, ଭିଡିଓ ଭାଇରାଲ୍

bride

Advertisment

ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଥାଏ, ଯାହା ଲୋକଙ୍କୁ ଖୁବ୍ ମନୋରଞ୍ଜନ କରାଇଥାଏ। ଅନେକ ସମୟରେ ବିବାହ ଏବଂ ବର-କନ୍ୟାର ମଜାଦାର ଏବଂ ଅଜବ ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖି ଜଣେ ନିଜର ହସ ରୋକିପାରିବ ନାହିଁ। ଏହି ଭିଡିଓରେ ଜଣେ କନ୍ୟାକୁ ଗୁପଚୁପର ମାଳି ଓ ମୁକୁଟ ପିନ୍ଧା ଯାଉଥିବା ଦେଖିବାକୁ ମିଳିଛି।

Advertisment

ଭାଇରାଲ୍ ହୋଇଥିବା ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓ ଦେଖିବାକୁ ମିଳିଛି ଯେ ଜଣେ କନ୍ୟା ବସିଛି ଏବଂ ସେ ଗୁପଚୁପର ମାଳି ପିନ୍ଧିଛି। ଏହା ପରେ ଜଣେ ଆସି ତାଙ୍କୁ ଗୁପଚୁପରେ ତିଆରି ହୋଇଥିବା ମୁକୁଟ ପିନ୍ଧାଉଛି। ଏହାବ୍ୟତୀତ କନ୍ୟା ଆଗରେ ଏକ ଟେବୁଲ ରଖାଯାଇଛି, ଯାହାର ଚାରି ପାଖରେ ମଧ୍ୟ ଗୁପଚୁପର ସାଜସଜ୍ଜା କରାଯାଇଛି।

Advertisment


ଭିଡିଓରେ ଦେଖିବାକୁ ମିଳିଛି ଯେ କନ୍ୟା ଜଣକ ଯେତେ ଗହଣା ପିନ୍ଧିଛନ୍ତି, ତା'ଠାରୁ ଅଧିକ ତାଙ୍କ ଡ୍ରେସରେ ଗୁପଚୁପର ସାଜସଜ୍ଜା ହୋଇଛି। ସୋଶାଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୧ଲକ୍ଷରୁ ଅଧିକ ଲୋକେ ପସନ୍ଦ କରିସାରିଛନ୍ତି। ଲୋକେ ମଧ୍ୟ ଏହି ଭିଡିଓ ଦେଖି ମଜାକିଆ କମେଣ୍ଟ୍ ମଧ୍ୟ କରୁଛନ୍ତି।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe