Advertisment

ଦେହସାରା ବ୍ୟାଣ୍ଡେଜ ଗୁଡାଇ ବେଦୀରେ ବସିଲେ ବର

ଜାକର୍ତ୍ତା: ବିବାହକୁ ନେଇ ସମସ୍ତଙ୍କ ଅନେକ ସ୍ୱପ୍ନ ରହିଥାଏ। ବାହାଘର ଦିନ ନୂଆ ପୋଷାକ ପିନ୍ଧି ସଜେଇ ହୋଇ ବାହା ହେବାକୁ ସମସ୍ତେ ମନ କରିଥାନ୍ତି। କୁର୍ତା ପାଇଜାମା ତଥା ଡିଜାଇନର ଶେରୱାନିରେ ବର ସଜେଇ ହୋଇଥିବା ବେଳେ ସୁନ୍ଦର ଲେହେଙ୍ଗା ପିନ୍ଧି ସଜେଇ ହୋଇଥାଏ କନିଆ। ବର-କନଆଙ୍କୁ ଦେଖି ସମସ୍ତଙ୍କ ଆଖି ଲାଖିଯାଏ। ତେବେ ନିକଟରେ ଦାମୀ ପୋଷାକ ବଦଳରେ ଦେହସାରା ବ୍ୟାଣ୍ଡେଜ ଗୁଡାଇ ଜଣେ  ବର ବିବାହ କରିଥିବା ଦେଖିବାକୁ ମିଳିଛି। ଯାହାର ଫଟୋ […]

ଅଦ୍ୟତନ ହୋଇଛି
ଦେହସାରା ବ୍ୟାଣ୍ଡେଜ ଗୁଡାଇ ବେଦୀରେ ବସିଲେ ବର

Groom wear bandages

Advertisment

ଜାକର୍ତ୍ତା: ବିବାହକୁ ନେଇ ସମସ୍ତଙ୍କ ଅନେକ ସ୍ୱପ୍ନ ରହିଥାଏ। ବାହାଘର ଦିନ ନୂଆ ପୋଷାକ ପିନ୍ଧି ସଜେଇ ହୋଇ ବାହା ହେବାକୁ ସମସ୍ତେ ମନ କରିଥାନ୍ତି। କୁର୍ତା ପାଇଜାମା ତଥା ଡିଜାଇନର ଶେରୱାନିରେ ବର ସଜେଇ ହୋଇଥିବା ବେଳେ ସୁନ୍ଦର ଲେହେଙ୍ଗା ପିନ୍ଧି ସଜେଇ ହୋଇଥାଏ କନିଆ। ବର-କନଆଙ୍କୁ ଦେଖି ସମସ୍ତଙ୍କ ଆଖି ଲାଖିଯାଏ। ତେବେ ନିକଟରେ ଦାମୀ ପୋଷାକ ବଦଳରେ ଦେହସାରା ବ୍ୟାଣ୍ଡେଜ ଗୁଡାଇ ଜଣେ  ବର ବିବାହ କରିଥିବା ଦେଖିବାକୁ ମିଳିଛି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଇଣ୍ଡୋନେସିଆର ଜଣେ ଯୁବକ ନିଜ ବିବାହ ଦିନ ଦେହସାରା ବ୍ୟାଣ୍ଡେଜ ଗୁଡେଇ କନିଆ ଘରେ ପହଞ୍ଚିଥିଲେ। କେବଳ ସେତିକି ନୁହେଁ ସୁଟ୍‌ ବୁଟ୍‌ ବଦଳରେ ପିନ୍ଧିଥିଲେ ହାପ ପ୍ୟାଣ୍ଟ।  ଖୋଲା ଦେହରେ ବେଦୀରେ ବସିଥିଲେ ବର। ତାଙ୍କ ପାଖରେ ବସିଥିବା କନିଆ କିନ୍ତୁ ଫୁଲ୍‌ ୱେଡିଂ ଗେଟଅପ୍‌ରେ ଥିଲେ। ପୁରାପୁରି ପାରମ୍ପରିକ ବେଶଭୂଷାରେ ସୁନ୍ଦର ଭାବେ ସଜେଇ ହୋଇଥିଲେ ସେ।

ପ୍ରକୃତରେ ଇଣ୍ଡୋନେସିଆର ଜାଭା ଅଞ୍ଚଳରେ ବାସ କରୁଥିବା ସୁପ୍ରାପ୍ତୋ ନାମକ ଜଣେ ଯୁବକଙ୍କ ବିବାହର ୪ ଦିନ ପୂର୍ବରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ତାଙ୍କର ହାତ ଭାଙ୍ଗିଯାଇଥିଲା। ଏଥିସହ ଦେହ ହାତ ସବୁ ଖଣ୍ଡିଆ ହୋଇଯାଇଥିଲା। ତେବେ ପୂର୍ବରୁ ତାଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିବାରୁ ସେ ବିବାହ ଦିନ ଶାରୀରିକ ଅସୁସ୍ଥତା ଯୋଗୁଁ  ଦେହସାରା ବ୍ୟାଣ୍ଡେଜ ଗୁଡେଇ କେବଳ ହାପ୍‌ ପ୍ୟାଣ୍ଟ ପିନ୍ଧି କନିଆ ଘରେ ପହଞ୍ଚି ଥିଲେ। କନିଆ ୱିଲିଣ୍ଡା କିନ୍ତୁ ସୁନ୍ଦର ଭାବେ ସଜେଇ ହୋଇ ୱେଡିଂ ପୋଷକ ପିନ୍ଧି ଥିବା ବେଳେ ସୁପ୍ରାପ୍ତୋଙ୍କୁ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା।

Advertisment

ସୁପ୍ରାପ୍ତୋ ଓ ୱିଲିଣ୍ଡାଙ୍କ ବିବାହର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାତ୍ର ଘଣ୍ଟାକ ମଧ୍ୟରେ ଏହାକୁ ସାଢ଼େ ୪ ଜହାରରୁ ଅଧିକ ଲୋକ ଦେଖିସାରିଲେଣି।

https://twitter.com/br0wski/status/1377937860251111428?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1377937860251111428%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fndtv.in%2Fzara-hatke%2Fbridegroom-wear-bandages-in-place-of-clothes-on-the-wedding-people-gave-funny-reactions-see-viral-photo-2408969

Viral Photo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe